ETV Bharat / state

ନିମ୍ନ ମାନର ରାସ୍ତା କାମ, ନିର୍ମାଣ ଶେଷ ହେବା ପୂର୍ବରୁ ମରାମତି ଆରମ୍ଭ

author img

By

Published : Jul 11, 2021, 7:44 PM IST

ନିମ୍ନ ମାନର ରାସ୍ତା କାମ, ନିର୍ମାଣ ଶେଷ ହେବା ପୂର୍ବରୁ ମରାମତି ଆରମ୍ଭ
ନିମ୍ନ ମାନର ରାସ୍ତା କାମ, ନିର୍ମାଣ ଶେଷ ହେବା ପୂର୍ବରୁ ମରାମତି ଆରମ୍ଭ

ବରଗଡରେ ରାସ୍ତା ନିର୍ମାଣ କାମରେ ବ୍ୟାପକ ଅନିୟମିତତା ଅଭିଯୋଗ । ନିର୍ମାଣ ଶେଷ ହେବା ପୂର୍ବରୁ ଆରମ୍ଭ ହେଲାଣି ମରାମତି । ତଦନ୍ତ ପାଇଁ ଦାବି କଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ...

ବରଗଡ : ରାସ୍ତା କାମରେ ବ୍ୟାପକ ଅନିୟମିତତା । ଠିକାଦାରଙ୍କ ନିମ୍ନ ମାନର ରାସ୍ତା କାମ ଯୋଗୁଁ କାମ ସମ୍ପୂର୍ଣ୍ଣ ନ ହେଉଣୁ ବର୍ଷା ପାଣିରେ ରାସ୍ତା ଧୋଇଗଲା ନିର୍ମାଣଧିନ ରାସ୍ତା । ଫଳରେ ନବନିର୍ମିତ ରାସ୍ତାକୁ ପୁଣି ମରାମତି କରିବାକୁ ପଡିଛି । ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଭେଡ଼େନ ବ୍ଲକ ଅନ୍ତର୍ଗତ ଥୁଆପାଳି ଅଞ୍ଚଳରେ |

ନିମ୍ନ ମାନର ରାସ୍ତା କାମ, ନିର୍ମାଣ ଶେଷ ହେବା ପୂର୍ବରୁ ମରାମତି ଆରମ୍ଭ

ମିଳିଥିବା ସୂଚନା ଅନୁସାରେ, ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଠାରୁ ଭେଡେନ ରାସ୍ତାର ମଝିରେ ରୂପାପାଲି ଛକ ଠାରୁ ଭୋଇପାଲି ଛକ ପର୍ଯ୍ୟନ୍ତ 1 କିମି ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ଗ୍ରାମ ସଡକ ଯୋଜନା ଅଧୀନରେ 41 ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଥିଲା । 41 ଲକ୍ଷ ବ୍ୟୟ ବରାଦର ସୂଚନା ଫଳକ ସହ ଏହାର ଭିତ୍ତିପ୍ରସ୍ତର ରଖିଥିଲେ ଅତାବିରା ବିଧାୟିକା ତଥା ରାଜ୍ୟ ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।

ମାତ୍ର କାମର ଆରମ୍ଭରୁ ଅତି ନିମ୍ନ ମାନର ହୋଇଥିବା ଦେଖି ସ୍ଥାନୀୟ ଲୋକେ ବହୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମଧ୍ୟ ଭ୍ରୂକ୍ଷେପ ନକରି ନିମ୍ନ ମାନର କାମ ଜାରି ରହିଥିଲା । ଏବେ କିନ୍ତୁ ଅସରାଏ ବର୍ଷା ହେବାରୁ ରାସ୍ତାଟି ଧୋଇ ହୋଇ ଗାତ ହୋଇଯିବାରୁ ଏହାକୁ ପୁଣି ମରାମତି ଆରମ୍ଭ ହୋଇଛି | ତେବେ କାମ ସମ୍ପୂର୍ଣ୍ଣ ନ ହେଉଣୁ ଯଦି ନବନିର୍ମିତ ରାସ୍ତାର ଅବସ୍ଥା ଏପରି, ତେବେ କେତେ ନିମ୍ନମାନର କାମ କରାଯାଉଛି, ତାହା ସହଜରେ ଅନୁମେୟ । ଏହି ରାସ୍ତାର ନିର୍ମାଣ କାମକୁ ତଦନ୍ତ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.