ETV Bharat / state

ଅଙ୍ଗ ନଦୀରେ ସି' ଲାୟନ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ

author img

By ETV Bharat Odisha Team

Published : Oct 12, 2023, 10:09 AM IST

ଅଙ୍ଗ ନଦୀରୁ ଭିନ୍ନ ପ୍ରଜାତିର ମାଛ ଉଦ୍ଧାର
ଅଙ୍ଗ ନଦୀରୁ ଭିନ୍ନ ପ୍ରଜାତିର ମାଛ ଉଦ୍ଧାର

ବରଗଡ଼ ଜିଲ୍ଲା ଗାଇସିଲେଟ୍‌ ବ୍ଲକର ଅଙ୍ଗ ନଦୀରେ ବିରଳ ପ୍ରଜାତିର ମାଛକୁ ଦେଖି ଲୋକେ ଭୟଭୀତ । ଅଧିକ ପଢ଼ନ୍ତୁ

ବରଗଡ : ଅଙ୍ଗନଦୀରେ ସି' ଲାୟନ ଦେଖି ଲୋକେ ଭୟଭୀତ । ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକର ଅଙ୍ଗ ନଦୀରେ ଦେଖିବାକୁ ମିଳିଛି ଏହି ସି' ଲାୟନ । ଏହାକୁ ଏକ ବିରଳ ପ୍ରଜାତିର ମାଛ ଭାବି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। କିନ୍ତୁ ଏହି ସାମୁଦ୍ରିକ ଜୀବକୁ ଜାପାନିଜ୍‌ ସି' ଲାୟନ ବୋଲି କୁହାଯାଏ । ଏହି ସି' ଲାୟନ ଗତକାଲି ସନ୍ଧ୍ୟା ସମୟରେ ନଦୀ ପଠାରୁ ବାହାରକୁ ଆସି ବିଶ୍ରାମ ନେଉଥିବା ସମୟରେ ସ୍ଥାନୀୟ ଲୋକେ ଏହାକୁ ଦେଖି ଭୟଭୀତ ହୋଇଯାଇଥିଲେ ।

ସୂଚନା ମୁତାବକ, ଜିଲ୍ଲାର ଗାଇସିଲେଟ ବ୍ଲକ ଭେଲୁଆପଦରରୁ ରାଇସଲପଦର ଅଙ୍ଗନଦୀରେ ଗତକାଲିଠାରୁ ଏକ ସି' ଲାୟନକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଏହି ସି' ଲାୟନ ପ୍ରାୟତଃ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ରୁହନ୍ତି । ତାହା ସମୁଦ୍ରରୁ ମହାନଦୀ ଦେଇ ଏହି ଅଙ୍ଗ ନଦୀକୁ ଆସିଥିବା ନେଇ ଅନୁମାନ କରାଯାଉଛି । ମାଛ ଧରିବାକୁ ଅଙ୍ଗନଦୀ ଭିତରେ ଜାଲ ପକାଇଥିବା ମାଛ ଧରାଳିଙ୍କ ଜାଲ କାଟି ଖଣ୍ଡ ଖଣ୍ଡ କରିଦେଉଛନ୍ତି ଏହି ସି' ଲାୟନ । ଗ୍ରାମବାସୀଙ୍କ ପାଇଁ ଅଜଣା ଥିବା ଏହି ସି' ଲାୟନ କାହାରି କିଛି କ୍ଷତି କରି ନାହିଁ । ତେବେ ପ୍ରଥମେ ଗୋଟିଏ ସି ଲାୟନକୁ ଗ୍ରାମବାସୀ ଦେଖିଥିବା ବେଳେ ଗତକାଲି ଏପରି 20ରୁ 30 ଗୋଟି ସି ଲାୟନକୁ ଏକା ସାଙ୍ଗରେ ନଦୀରେ ବୁଲୁଥିବା ଲୋକେ ଦେଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଚିଲିକାର ସାହେବ କେନାଲରେ ବିରଳ ପ୍ରଜାତିର ମାଛ, ନାଁ ତାର ଓଡିଶା

ଜିଲ୍ଲାର ଏହି ଅଙ୍ଗନଦୀଟି ମହାନଦୀରେ ମିଶିଥିବା ବେଳେ ମହାନଦୀ ଦେଇ ଏପରି ସାମୁଦ୍ରିକ ଜୀବ ଉପର ମୁଣ୍ଡାକୁ ଚାଲିଆସିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଗ୍ରାମବାସୀ ବନ୍ୟଜନ୍ତୁ ଓ ବନଖଣ୍ଡ ସୁରକ୍ଷା ବିଭାଗକୁ ଏହି ବିଷୟରେ ସୂଚନା ଦେଇଥିବାବେଳେ ଲୋକଙ୍କୁ ଭୟଭୀତ ନହେବାକୁ ବିଭାଗ ପକ୍ଷରୁ କୁହାଯାଇଛି । ଏପରି ସାମୁଦ୍ରିକ ଜୀବ ଏହି ଅଞ୍ଚଳର ଲୋକଙ୍କ ପାଇଁ ନୂଆଁ ହୋଇପାରେ କିନ୍ତୁ ମହାନଦୀରେ ଏପରି ଅନେକ ସ୍ଥାନରେ ଏପରି ପ୍ରଜାତିର ସାମୁଦ୍ରିକ ଜୀବ ଦେଖାଯାଇଥାଏ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.