ETV Bharat / state

ଫସଲ ନଷ୍ଟ କାରଣରୁ କୀଟନାଶକ ଖାଇ ଆତ୍ମହତ୍ୟା କଲେ ଚାଷୀ !

author img

By

Published : Jun 15, 2021, 10:27 PM IST

ଫସଲ ନଷ୍ଟ କାରଣରୁ କୀଟନାଶକ ଖାଇ ଆତ୍ମହତ୍ୟା କଲେ ଚାଷୀ । ବରଗଡ ଜିଲ୍ଲାର ଧାନର ସମସ୍ୟାକୁ ନେଇ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଫସଲ ନଷ୍ଟ କାରଣରୁ କୀଟନାଶକ ଖାଇ ଆତ୍ମହତ୍ୟା କଲେ ଚାଷୀ
ଫସଲ ନଷ୍ଟ କାରଣରୁ କୀଟନାଶକ ଖାଇ ଆତ୍ମହତ୍ୟା କଲେ ଚାଷୀ

ବରଗଡ: ଜିଲ୍ଲାରେ ଧାନର ସମସ୍ୟାକୁ ନେଇ ଆଜି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି | ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାରଗୁଡା ଗ୍ରାମର ଚାଷୀ ଭଗବାନ ପ୍ରଧାନ କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି |

51 ବର୍ଷର ଚାଷୀ ଭଗବାନ ପ୍ରଧାନ 14 ଏକର ଜମିରେ ଧାନ ଚାଷ କରିଥିବା ବେଳେ 10 ଏକର ଜମିରେ ଭାଗଚାଷୀ ହିସାବରେ ଚାଷ କରିଥିଲେ ଏବଂ ନିଜର 4 ଏକର ଜମିରେ ନିଜେ ଧାନ ଚାଷ କରିଥିଲେ | ଅଦିନିଆ ବର୍ଷ କାରଣରୁ 14 ଏକର ଜମିରୁ 6 ଏକର ଜମିର ଧାନ ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା | ତେବେ ବହୁ କଷ୍ଟରେ କରିଥିବା ଫସଲ ନଷ୍ଟ ହେବା ଦେଖି ଭଗବାନ ସହ୍ୟ କରିପାରିନଥିଲେ ଏବଂ ମାନସିକ ଭାରସାମ୍ୟ ହରାଇ ସେ ଦୁଇ ଦିନ ତଳେ ଲଟାମରା କୀଟନାଶକ ଖାଇଦେଇଥିଲେ | ପରିବାର ଲୋକେ ତାଙ୍କୁ ପ୍ରଥମେ ବରପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏବଂ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ବୁର୍ଲା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଥିଲା | ଆଜି କିନ୍ତୁ ତାଙ୍କର ମୃତ୍ୟୁ ହୋଇଯାଇଛି |

ଭଗବାନ ପ୍ରଧାନଙ୍କ ଘରେ ତାଙ୍କ ଗୋଟିଏ ପୁଅ, ଗୋଟିଏ ଝିଅ ଥିବା ବେଳେ ଝିଅର ବିବାହ ହୋଇସାଇଛି | ଚଳିତ ବର୍ଷ ଆଜି ବରଗଡ ଜିଲ୍ଲାରେ ପ୍ରଥମ ଚାଷୀ ଆତ୍ମହତ୍ୟା ଘଟଣା ହୋଇଥିବା ବେଳେ ବର୍ତମାନ ଚାଷୀ ମାନେ ଧାନ ବିକ୍ରି ପାଇଁ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଆଗକୁ ଆହୁରି ଚାଷୀ ଆତ୍ମହତ୍ୟା କରିବାର ଭୟ ରହିଛି | ସରକାର ଶୀଘ୍ର ଚାଷୀଙ୍କ ଧାନ ବିକ୍ରୟକୁ ନେଇ ହେଉଥିବା ସମସ୍ୟା ର ସମାଧାନ ଶୀଘ୍ର କରିବା ନିହାତି ଜରୁରୀ ହୋଇପଡିଛି |

ବରଗଡରୁ ରାଜେସ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.