ETV Bharat / state

କ୍ୟାନସର ହସ୍ପିଟାଲ ଦାବିରେ ବରଗଡରେ ପୁଣି ତେଜିବ ଜନଆନ୍ଦୋଳନ

author img

By

Published : Nov 10, 2020, 3:35 AM IST

କ୍ୟାନସର ହସ୍ପିଟାଲ ଦାବିରେ ବରଗଡରେ ପୁଣି ତେଜିବ ଜନଆନ୍ଦୋଳନ
କ୍ୟାନସର ହସ୍ପିଟାଲ ଦାବିରେ ବରଗଡରେ ପୁଣି ତେଜିବ ଜନଆନ୍ଦୋଳନ

ବରଗଡ ଜିଲ୍ଲାରେ କ୍ୟାନସର ହସ୍ପିଟାଲ ଦାବୀ ନେଇ ଆନ୍ଦୋଳନ ତ୍ୱରାନ୍ୱିତ କରିବାକୁ ଆଜି ୟୁନାଇଟେଡ ଫୋରମ୍ ଫର୍ କ୍ୟାନସର ହସ୍ପିଟାଲ୍ ପକ୍ଷରୁ ନିଷ୍ପତି ନିଆଯାଇଛି ।

ବରଗଡ: ଜିଲ୍ଲାରେ କ୍ୟାନସର ହସ୍ପିଟାଲ ଦାବୀ ନେଇ ଆନ୍ଦୋଳନ ତ୍ୱରାନ୍ୱିତ କରିବାକୁ ୟୁନାଇଟେଡ ଫୋରମ୍ ଫର୍ କ୍ୟାନସର ହସ୍ପିଟାଲ୍ ପକ୍ଷରୁ ନିଷ୍ପତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡରେ କ୍ୟାନସର ହସ୍ପିଟାଲ ନିର୍ମାଣ କରାଯିବ ବୋଲି 2ଥର ଘୋଷଣା କଲାପରେ ମଧ୍ୟ ଏହି ଦିଗରେ କୌଣସି ପଦକ୍ଷେପ ନିଆଯାଉନାହି । ମିଛ ପ୍ରତିଶୃତି ଓ ମିଛ ଘୋଷଣାକୁ ଭଲଭାବରେ ବୁଝିପାରିଥିବା ବରଗଡବାସୀ ଏବେ କିନ୍ତୁ ଆଉ ଭରଷା କରୁନାହାନ୍ତି ସରକାରଙ୍କୁ ଏବଂ ବିରାଟ ଆନ୍ଦୋଳନପାଇଁ ନେଇସାରିଛନ୍ତି ନିଷ୍ପତ୍ତି |

କ୍ୟାନସର ହସ୍ପିଟାଲ ଦାବିରେ ବରଗଡରେ ପୁଣି ତେଜିବ ଜନଆନ୍ଦୋଳନ

ତେବେ ଏଥର କେବଳ ବରଗଡ ସହରରେ ନୁହେଁ ବରଂ ଗାଁ ଗାଁ ମାନଙ୍କରେ ହେବ ଆନ୍ଦୋଳନ | ମହାମାରୀ ପାଇଁ ବନ୍ଦ କରାଯାଇଥିବା କ୍ୟାନସର ହସ୍ପିଟାଲ୍ ସ୍ଥାପନ ଆନ୍ଦୋଳନକୁ ପୁଣି ଜୋରଦାର ଓ ଉଗ୍ର କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଆସନ୍ତା 19 ତାରିଖ ସକାଳ 10 ଘଣ୍ଟା ସମୟରେ ସ୍ଥାନୀୟ ମା ଶ୍ୟମା କାଳୀ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ଜିଲ୍ଲାରେ ନକଲି କୀଟନାଶକ ବ୍ୟବହାରକୁ ବନ୍ଦ କରିବା ଓ ବରଗଡ଼ ଜିଲ୍ଲାରେ ଯଥାଶୀଘ୍ର କ୍ୟାନସର ହସ୍ପିଟାଲ୍ ସ୍ଥାପନ କରିବାକୁ ଦାବିପତ୍ର ଦିଆଯିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.