ETV Bharat / state

Padampur Bypoll: କାହାର ହେବ ପଦ୍ମପୁର ? ଭୋଟ ଗଣତି ଜାରି

author img

By

Published : Dec 8, 2022, 9:18 AM IST

Padampur Bypoll: କାହାର ହେବ ପଦ୍ମପୁର ? ଭୋଟ ଗଣତି ଜାରି
Padampur Bypoll: କାହାର ହେବ ପଦ୍ମପୁର ? ଭୋଟ ଗଣତି ଜାରି

ଆରମ୍ଭ ହୋଇଛି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି । ଫଳାଫଳ ପୂର୍ବରୁ କଂଗ୍ରେସ ହାତ ଟେକି ଦେଇଥିବା ବେଳେ ବିଜୟ ନେଇ ଆଶାବାଦୀ ବିଜେଡି ଓ ବିଜେପି । ଅଧିକ ପଢନ୍ତୁ

ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ପଦ୍ମପୁରବାସୀ କାହାକୁ ବିଜୟ ମୁକୁଟ ପିନ୍ଧାଉଛନ୍ତି ତାହା ଆଜି ଭୋଟ ଗଣତି ଫଳାଫଳ ପରେ ଜଣାପଡ଼ିଯିବ(Counting of votes for Padampur seats begins) । ତେବେ ସ୍ୱାଧୀନତା ପର ଠାରୁ ରାଜ୍ୟରେ ଆଜି ଯାଏଁ କେବେ ବି ପଦ୍ମପୁର ଉପନିର୍ବାଚନ ପରି ରେକର୍ଡ଼ ସଂଖ୍ୟକ ମତଦାନ ହୋଇନଥିବା ବେଳେ ଏତେ ସଂଖ୍ୟାରେ ମତଦାନ ଏକଚାଟିଆ ଭୋଟ ହୋଇଥିବା ନେଇ ଉଭୟ ବିଜେପି ଓ ବିଜେଡ଼ି ଦଳ ବିଜୟର ଆଶା ରଖିଛନ୍ତି । ତେବେ ଏହି ଫଳାଫଳ ପୂର୍ବରୁ ହାତ ଟେକି ଦେଇଛି କଂଗ୍ରେସ ।

କାହାର ହେବ ପଦ୍ମପୁର

ପଦ୍ମପୁରରେ ସରକାରୀ ଦଳ ବିରୋଧରେ ଚାଷୀଙ୍କ ଅସନ୍ତୋଷ ଏବଂ ପଦ୍ମପୁରକୁ ଜିଲ୍ଲା ଘୋଷଣା ସହିତ ଡ଼ାକ୍ତର ସମସ୍ୟା ଆଦି ବହୁ ଦାବି ରହିଥିଲେ ସୁଦ୍ଧା ବିଜେଡ଼ି ବିଜୟୀ ହେବାର ଆଶା ରଖିଛି । ବିଜେପି ମଧ୍ୟ ଏହି ତମାମ୍ ସମସ୍ୟାକୁ ରାଜନୈତିକ ମୁଦ୍ଦା କରି ଯେଉଁ ଭାବରେ ବିଜେଡ଼ିକୁ ଘେରିଥିଲା ଓ ଲୋକେ ସମର୍ଥନ କରିଥିଲେ, ଏହାକୁ ଦେଖି ବିଜେପି ମଧ୍ୟ ବିଜୟୀ ହେବାର ଆଶା ବାନ୍ଧି ବସିଛି । ପଦ୍ମପୁର ଉପନିର୍ବାଚନ ପାଇଁ ୫ ତାରିଖରେ ମତଦାନ ହୋଇଥିଲା । ଆଜି ଫଳାଫଳ ଘୋଷଣା ଥିବାବେଳେ ବର୍ତ୍ତମାନ ପୋଷ୍ଟାଲ ଭୋଟ ଗଣତି ଆରମ୍ଭ ହୋଇଯାଇଛି ଏବଂ ପୋଷ୍ଟାଲ ଭୋଟ ପରେ ଆରମ୍ଭ ହେବ EVM ମେସିନର ଭୋଟ ଗଣତି । ମୋଟ ୨୩ ରାଉଣ୍ଡରେ ଗଣତି ହେବ ।

ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରତିଦ୍ବନ୍ଦିତା କରୁଥିବା ବେଳେ କଂଗ୍ରେସରୁ ସତ୍ୟଭୂଷଣ ଓ ଭାରତୀୟ ଜନତା ପାର୍ଟିର(BJP) ବରିଷ୍ଠ ନେତା ପ୍ରଦୀପ ପୁରୋହିତ ମୈଦାନରେ ଅଛନ୍ତି । ତେବେ ପଦ୍ମପୁରବାସୀ କାହାକୁ ନେତା ବାଛିଛନ୍ତି ତାହା ଆଜି ଗଣତି ପରେ ସ୍ପଷ୍ଟ ହେବ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.