ETV Bharat / state

ମାନବିକତା ମାରିଦେଲା କୋରୋନା, ଗୁରୁତର ରୋଗୀଙ୍କୁ ମିଳିଲାନି ଷ୍ଟ୍ରେଚର

author img

By

Published : Jul 30, 2020, 10:55 PM IST

ମାନବିକତା ମାରିଦେଲା କୋରୋନା, ଗୁରୁତର ରୋଗୀଙ୍କୁ ମିଳିଲାନି ଷ୍ଟ୍ରେଚର
ମାନବିକତା ମାରିଦେଲା କୋରୋନା, ଗୁରୁତର ରୋଗୀଙ୍କୁ ମିଳିଲାନି ଷ୍ଟ୍ରେଚର

ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଅମାନବିକତାର ଚରମ ନିଦର୍ଶନ । ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚର ନମିଳିବାରୁ ଅଟୋ ଚାଳକଙ୍କ ସହାୟତାରେ ଡାକ୍ତରଙ୍କ ପାଖକୁ ବୋହି ନେଲେ ସ୍ତ୍ରୀ । ଅଧିକ ପଢନ୍ତୁ...

ବରଗଡ: କୋରୋନା ସଂକ୍ରମଣର ଭୟ ଆଜି ମଣିଷର ମଣିଷପଣିଆକୁ ମାରିଦେଇଛି । ଜଣେ ମଣିଷ ଅନ୍ୟ ଜଣେ ମଣିଷକୁ ଛୁଇଁବାକୁ ବି ଭୟ କରୁଛି । ଯାହାର କୁପରିଣତିର ଅନେକ ଘଟଣା ସାମନାକୁ ଆସୁଛି । ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।

ଚିକିତ୍ସାଳୟରେ ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚର ଦିଆନଯିବାରୁ ରୋଗୀଙ୍କ ସ୍ତ୍ରୀ ଅଟୋ ଚାଳକ ସହାୟତାରେ ନିଜ ସ୍ବାମୀଙ୍କୁ ବୋହି ବୋହି ଡାକ୍ତରଙ୍କ ନିକଟକୁ ନେଉଥିବା ଦେଖିବାକୁ ମିଳିଥିଲା । ଯାହା ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି ଏବଂ ବିଭିନ୍ନ ମହଲରେ ହସ୍ପିଟାଲର କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଉଛି |

ମାନବିକତା ମାରିଦେଲା କୋରୋନା, ଗୁରୁତର ରୋଗୀଙ୍କୁ ମିଳିଲାନି ଷ୍ଟ୍ରେଚର

କୋରୋନା ଭୟରେ ବହୁ ଡାକ୍ତରଖାନା ମାନଙ୍କରେ ରୋଗୀଙ୍କୁ ଠିକ ଭାବେ ପରୀକ୍ଷା ନିରୀକ୍ଷା କରାନଯାଇ ଚିକିତ୍ସା କରାଯାଉଥିବା ଅଭିଯୋଗ ବାରମ୍ବାର ଆସୁଥିଲେ ମଧ୍ୟ କୌଣସି ପରିବର୍ତ୍ତନ ହେଉନାହିଁ । ଏବେ ହସ୍ପିଟାଲ ଷ୍ଟାଫମାନେ ମଧ୍ୟ ଷ୍ଟ୍ରେଚରରେ ରୋଗୀଙ୍କୁ ନେବା ଆଣିବା ବନ୍ଦ କରି ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.