ETV Bharat / state

ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ମାମଲା ରୁଜୁ କରି ପୋଲିସର ତଦନ୍ତ ଜାରି

author img

By

Published : May 10, 2022, 9:16 PM IST

ମାମଲା ରୁଜୁ କରି ପୋଲିସର ତଦନ୍ତ ଜାରି
ମାମଲା ରୁଜୁ କରି ପୋଲିସର ତଦନ୍ତ ଜାରି

ଉଦ୍ଧାର ମୃତଦେହର ଆଜି ବରଗଡ ଟାଉନସ୍ଥିତ ପୁରୁଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି । ଯୁବତୀ ଜଣଙ୍କର ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ରହିଥିବାବେଳେ ବେକକୁ କଟାଯାଇ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ବାରିହେଉଛି । ଅଧିକ ପଢନ୍ତୁ

ବରଗଡ: ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ମହଦା ନିକଟରେ ଥିବା ରାଞ୍ଜ ନଦୀରେ ଜଣେ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଉଦ୍ଧାର ମୃତଦେହର ଆଜି ବରଗଡ ଟାଉନସ୍ଥିତ ପୁରୁଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି । ଯୁବତୀ ଜଣଙ୍କର ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ଚିହ୍ନ ରହିଥିବାବେଳେ ବେକକୁ କଟାଯାଇ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ବାରିହେଉଛି । ତେବେ ପ୍ରେମ ବ୍ୟାପାରକୁ ନେଇ ପ୍ରେମିକାକୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଛି ।

ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ମାମଲା ରୁଜୁ କରି ପୋଲିସର ତଦନ୍ତ ଜାରି

ସୂଚନା ଅନୁଯାୟୀ ମୃତ ଯୁବତୀ ଜଣକ ବରପାଲି ଥାନା ତେଜଙ୍ଗ ଗାଁର ହୋଇଥିବାବେଳେ ସେ ଘରେ ପରୀକ୍ଷା ଦେବାକୁ ଯାଉଥିବା କହି ଘରୁ ଆସିଥିଲେ। ମାତ୍ର ମହଦା ନିକଟରେ ଥିବା ରାଞ୍ଜ ନଦୀରେ ଯୁବତୀଙ୍କ ମୃତଦେହ ମିଳିଥିଲା । ଏହା ଏକ ସୁଚିନ୍ତିତ ପ୍ରେମ ଜନିତ ହତ୍ୟାକାଣ୍ଡ ଏବଂ ହତ୍ୟା କରିବା ପରେ ପ୍ରେମିକ ଓ ଅନ୍ୟ କେତେକ ଯୁବକ ଫେରାର ହୋଇଯାଇଥିବା ଅନୁମାନ କରାଯାଉଥିବା ବରପାଲି ଆଇଆଇସି ସୂଚନା ଦେଇଛନ୍ତି।

ପୋଲିସ ବରପାଲି ଥାନାରେ କେଶ ନମ୍ବର 146/2022 ଦଫା 302ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମୃତ ଯୁବତୀ ଜଣକ ଅତାବିରା ଥାନା ଅଞ୍ଚଳର ଜଣେ ଶିକ୍ଷକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ଅନ୍ୟ ଜାତିର ହୋଇଥିବାରୁ ବିବାହକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇ ପରେ ପ୍ରେମିକାକୁ ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି । ଆସନ୍ତା 12 ତାରିଖରେ ପ୍ରେମିକ ଶିକ୍ଷକଙ୍କ ଅନ୍ୟତ୍ର ବିବାହ ସ୍ଥିର ହୋଇଥିବା ବରପାଲି ଥାନା ଆଇଆଇସି ରୋଜାଲିନ ପଟେଲ କହିଛନ୍ତି । ତେବେ ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ଯୁବତୀଙ୍କୁ କେମିତି ହତ୍ୟା କରାଯାଇଛି ତାହା ଜଣାପଡିବ ଓ ଖୁବ ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ଓ ଅଭିଯୁକ୍ତ ମାନେ ଗିରଫ ହେବେ ବୋଲି ପୋଲିସ ସୂଚନା ଦେଇଛି ।

ବରଗଡରୁ ରାଜେସ ସରାଫ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.