ETV Bharat / state

୨୦୨୩ ଶେଷସୁଦ୍ଧା ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା ! ଉପନିର୍ବାଚନ ଇସ୍ତାହାରରେ ଘୋଷଣା କରିବ BJD

author img

By

Published : Nov 16, 2022, 6:21 PM IST

Updated : Nov 16, 2022, 8:24 PM IST

BJD to include Padmapur district demand in his by election manifesto
ପଦ୍ମପୁରକୁ ଜିଲ୍ଲା ଆନ୍ଦୋଳନକୁ ଶକ୍ତି, ଉପନିର୍ବାଚନ ଇସ୍ତାହାରରେ ଜିଲ୍ଲା ମାନ୍ୟତା ନେଇ ଘୋଷଣା କରିବ BJD

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିକୁ ମିଳିଲା ଶକ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପଦ୍ମପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିକୁ ମିଳିଲା ଶକ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପଦ୍ମପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ନବୀନ-କ୍ରିୟାନୁଷ୍ଠାନ କମିଟି ଆଲୋଚନା ସଫଳ ହୋଇଥିବା ସୂଚନା ମିଳିଛି । ଡିସେମ୍ବର 2023 ସୁଦ୍ଧା ପଦ୍ମପୁର ଜିଲ୍ଲା ଗଠନ ପାଇଁ ବିଜେଡି ସଭାପତି ଭାବେ ନବୀନ ପ୍ରତିଶୃତି ଦେଇଥିବା କମିଟି ସଭାପତି ସୂଚନା ଦେଇଛନ୍ତି । ଆଗାମୀ ପଦ୍ମପୁର ଉପ ନିର୍ବାଚନରେ ଇସ୍ତାହାର ଏହାକୁ ପ୍ରକାଶ କରିବ ବିଜେଡି ।

୨୦୨୩ ଶେଷସୁଦ୍ଧା ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା ! ଉପନିର୍ବାଚନ ଇସ୍ତାହାରରେ ଘୋଷଣା କରିବ BJD

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପଦ୍ମପୁର କ୍ରିୟାନୁଷ୍ଠାନ କମିଟି । କମିଟିର 50 ରୁ ଅଧିକ ସଦସ୍ୟ ବିଜେଡି ସଭାପତିଙ୍କୁ ନବୀନ ନିବାସରେ ଭେଟି ଆଲୋଚନା କରିଛନ୍ତି । ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ ପୂର୍ବାହ୍ନ 11ରେ ନବୀନ ନିବାସ ଆସି ଆଲୋଚନା କରିଛନ୍ତି । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରହିଛି । ରାଜ୍ୟ ସରକାରଙ୍କ ପ୍ରତିନିଧି କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା କରିଛନ୍ତି ।

ଏହାକୁ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ କହିଛନ୍ତି, "କମିଟି ଆନ୍ଦୋଳନକାରୀ ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ କରି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ବିଷୟରେ ଆଲୋଚନା କରିବେ । ଏହି ନିଷ୍ପତ୍ତି କ୍ରମେ ଏହି ଆଲୋଚନା ହୋଇଛି । ଆଲୋଚନା ସକରାତ୍ମକ ରହିଥିଲା । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାରେ ବିଜେଡି ପ୍ରତିଶୃତିବଦ୍ଧ ।"

ଆଲୋଚନା ସଫଳ ହୋଇଥିବାରୁ ଆନ୍ଦୋଳନସ୍ଥଳରେ ସଦସ୍ୟଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ନେଇ ନିଷ୍ପତ୍ତି ହେବ । ଆଦର୍ଶ ଆଚରଣ ବିଧି ଲାଗିଥିବାରୁ ମୁଖ୍ୟମନ୍ତ୍ରୀ ଭାବେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶୃତି ଦେଇପାରିବେ ନାହିଁ ।

ତେଣୁ ବିଜେଡି ନିର୍ବାଚନ ଇସ୍ତହାରରେ ଏନେଇ ଘୋଷଣା କରିବ । ପଦ୍ମପୁର ଏକ ବଡ଼ ସବ୍‌ଡିଭିଜନ ହୋଇଥିବା ବେଳେ ଜୀବନଜୀବିକା ନେଇ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ଯୋଜନାଗୁଡ଼ିକ ଲୋକଙ୍କ ପାଖରେ ସଠିକ ଭାବେ ପହଞ୍ଚି ପାରୁନାହିଁ । ପଦ୍ମପୁର ଉପଖଣ୍ଡରେ 6 ଗୋଟି ବ୍ଲକ ରହିଛି । ପ୍ରାୟତଃ ସମସ୍ତ ବ୍ଲକର ଲୋକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ 120 କିଲୋମିଟର ଦୂରରୁ ଅଧିକ ଯିବାକୁ ପଡ଼ିଥାଏ ।

Last Updated :Nov 16, 2022, 8:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.