ETV Bharat / state

Padampur Result: ଚତୁର୍ଥ ରାଉଣ୍ଡ ସୁଦ୍ଧା ଆଗୁଆ ବର୍ଷା

author img

By

Published : Dec 8, 2022, 10:21 AM IST

Updated : Dec 8, 2022, 10:55 AM IST

କଡା ସୁରକ୍ଷା ମଧ୍ୟରେ ପଦ୍ମପୁରରେ ଜାରି ରହିଛି ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଅଧିକ ପଢନ୍ତୁ
Padampur Result: ପଦ୍ମପୁରରେ ଆଗୁଆ ବିଜେଡି, ପଛକୁ ରହିଛି ବିଜେପି
Padampur Result: ପଦ୍ମପୁରରେ ଆଗୁଆ ବିଜେଡି, ପଛକୁ ରହିଛି ବିଜେପି

ଭୁବନେଶ୍ବର: ଆଜି ଆସିବ ପଦ୍ମପୁର ଉପନିର୍ବାଚନ ରେଜଲ୍ଟ । ଏଥିପାଇଁ କଡା ସୁରକ୍ଷା ଭିତରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ତେବେ ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୨୧,୮୩୭ ଭୋଟ ସହ ଆଗୁଆ ରହିଛନ୍ତି(BJD candidate Leads in Padampur) । ୮,୧୭୮ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ବର୍ଷା । ବିଜେଡି ପ୍ରାର୍ଥୀଙ୍କ ପଛକୁ ୧୩,୬୫୯ ଖଣ୍ଡ ଭୋଟ ସହ ଦ୍ବିତୀୟରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ରହିଛନ୍ତି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ଏବେ ଯାଏଁ ମାତ୍ର ୬୧୬ ଭୋଟ ମିଳିଛି ।

ପଦ୍ମପୁର ଉପନିର୍ବାଚନରେ ପ୍ରଥମେ ପୋଷ୍ଟାଲ ବାଲଟ ପରେ ଇଭିଏମ ଭୋଟ ଗଣତି ଜାରି ରହିଛି । ସାଢେ଼ ଟାରୁ EVM ଗଣତି ହେଉଛି । ମୋଟ ୨୩ଟି ରାଉଣ୍ଡରେ ଗଣତି ହେବ । ଏଥିପାଇଁ 3 ଜଣ ଷ୍ଟାଫ୍ ଓ ପର୍ଯ୍ୟବେକ୍ଷକ ଗଣତି ପ୍ରକ୍ରିୟାର ତଦାରଖ କରୁଛନ୍ତି । କୌଣସି ଯାନ୍ତ୍ରିକ ତ୍ରୁଟି ହେଲେ ସୁଧାରିବା ପାଇଁ ECIର ଟେକ୍ନିକାଲ ଟିମ୍ ରହିଛନ୍ତି । ଗଣତି କେନ୍ଦ୍ରକୁ ମୋବାଇଲ ମନା ନେବା ବାରଣ କରାଯାଇଛି । କେବଳ ତିନି ଜଣ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର ଓ ପର୍ଯ୍ୟବେକ୍ଷକ ମୋବାଇଲ ନେଇପାରିବେ । ଭାରତୀୟ ନିର୍ବାଚନ କମିଶନ(ECI) ପୋର୍ଟାଲରେ ରେଜଲ୍ଟ ଅପଡେଟ୍ ହେବାର ବ୍ୟବସ୍ଥା ରହିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରଥମ ରାଉଣ୍ଡରେ ବିଜେଡି ୧୭୧୨ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ ।

ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ବିଧାନସଭା ଆସନ ଖାଲି ପଡିଥିଲା । ଏଥିପାଇଁ ଗତ ୫ ତାରିଖରେ ମତଦାନ ହୋଇଥିଲା । ପଦ୍ମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରତିଦ୍ବନ୍ଦିତା କରୁଥିବା ବେଳେ କଂଗ୍ରେସରୁ ସତ୍ୟଭୂଷଣ ଓ ଭାରତୀୟ ଜନତା ପାର୍ଟିର(BJP) ବରିଷ୍ଠ ନେତା ପ୍ରଦୀପ ପୁରୋହିତ ମୈଦାନରେ ଅଛନ୍ତି । ତେବେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଏକପ୍ରକାର ପରାଜୟ ସ୍ବୀକାର କରିଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ ଟକ୍କର ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 8, 2022, 10:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.