ETV Bharat / state

6 ଦଫା ଦାବି ନେଇ ବରଗଡରେ କଳାକାର ମହାସଙ୍ଘର ବିକ୍ଷୋଭ

author img

By

Published : Aug 15, 2021, 10:34 AM IST

6 ଦଫା ଦାବି ନେଇ ବରଗଡରେ କଳାକାର ମହାସଙ୍ଘର ବିକ୍ଷୋଭ
6 ଦଫା ଦାବି ନେଇ ବରଗଡରେ କଳାକାର ମହାସଙ୍ଘର ବିକ୍ଷୋଭ

ବରଗଡ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ପଶ୍ଚିମ ଓଡିଶା କଳାକାର ମହାସଙ୍ଘ । କଳାକାରଙ୍କୁ ମାସିକ ଭତ୍ତା ସାଙ୍ଗକୁ ୬ ଦଫା ଦାବି ନେଇ ସଙ୍ଘର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ବରଗଡ: ଜିଲ୍ଲାପାଳ ଅଫିସ ଘେରିଲେ ପଶ୍ଚିମ ଓଡିଶା କଳାକାର ମହାସଙ୍ଘ । ସଙ୍ଘ ପକ୍ଷରୁ ଲକଡାଉନ ଏବଂ ସଟଡାଉନ ସମୟରେ କଳାକାରମାନଙ୍କର ହୋଇଥିବା କ୍ଷତି ଭରଣା ପାଇଁ ବିଗତ 6 ମାସର 5000 ଟଙ୍କା ଲେଖାଏଁ 30 ହଜାର ଟଙ୍କାର ସହାୟତା ପାଇଁ ମୁଖ୍ୟ ଦାବିକରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

6 ଦଫା ଦାବି ନେଇ ବରଗଡରେ କଳାକାର ମହାସଙ୍ଘର ବିକ୍ଷୋଭ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 6 ଦଫା ଦାବିପତ୍ର ବରଗଡ ଜିଲ୍ଲାପାଳଙ୍କୁ କଳାକାର ସଙ୍ଗଠନ ପକ୍ଷରୁ ପ୍ରଦାନ କରାଯାଇ ଥିବାବେଳେ 15 ଦିନ ମଧ୍ୟରେ ତାଙ୍କର ଦାବି ପୂରଣ କରାନଗଲେ ତୀବ୍ର ଆନ୍ଦୋଳନ ହେବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି । କୋରୋନାର ପ୍ରଥମ ଲହରରୁ ଦ୍ଵିତୀୟ ଲହର ପର୍ଯ୍ୟନ୍ତ ସମସ୍ତ ବର୍ଗର କଳାକାରମାନେ ଅତି ଦୁର୍ଦ୍ଦିନରେ ଦିନ କାଟି ଥିବାବେଳେ ବ୍ୟାପକ କ୍ଷତି ସହିଛନ୍ତି । ବିଭିନ୍ନ ଲୋନ ସୁଝିବା, ଘରଭଡା ଦେବା, ଖାଇବା ପିଇବା ସହିତ ପିଲାଙ୍କ ପାଠପଢା ପାଇଁ ଅସମର୍ଥ ହୋଇପଡିଥିବା କଳାକାରମାନଙ୍କୁ କୌଣସି ସହାୟତା ପ୍ରଦାନ କରାଯାଇ ନ ଥିବାବେଳେ ଅନ୍ୟ ରାଜ୍ୟର କଳାକାରମାନଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିଥିବା କହିଛନ୍ତି ।

ତେଣୁ ବହୁ କଷ୍ଟରେ ପରିବାର ପୋଷଣ କରୁଥିବା ଏଠାକାର କଳାକାରମାନଙ୍କୁ ଯଥାଶୀଘ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ପଶ୍ଚିମ ଓଡିଶା କଳାକାର ମହାସଙ୍ଘ ପକ୍ଷରୁ ଦାବି କରାଯାଇଛି । କଳାକାର ଭତ୍ତା 1200 ଟଙ୍କାରୁ 3000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ସହିତ 6 ଦଫା ଦାବି ପୂରଣ କରାନଗଲେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି କଳାକାର ମହାସଙ୍ଘ ।


ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.