ETV Bharat / state

ଶଯ୍ୟାଶାୟୀ ପୁଅର ସେବା କରୁଛି 80 ବର୍ଷର ବୃଦ୍ଧା ମା‘, ସରକାରୀ ସାହାୟତା ଲୋଡିଲେ ବୃଦ୍ଧା

author img

By ETV Bharat Odisha Team

Published : Sep 29, 2023, 10:17 PM IST

ଶଯ୍ୟାଶାୟୀ ପୁଅକୁ ସୁସ୍ଥ କରିବା ସରକାରୀ ସାହାୟତା ଲୋଡିଲେ ବୃଦ୍ଧା
ଶଯ୍ୟାଶାୟୀ ପୁଅକୁ ସୁସ୍ଥ କରିବା ସରକାରୀ ସାହାୟତା ଲୋଡିଲେ ବୃଦ୍ଧା

ଦୀର୍ଘ ବର୍ଷଧରୀ ବିରଳ ରୋଗରେ ପୀଡିତ ପୁଅ । ବୃଦ୍ଧା ମା’ମନରେ କେବଳ ଗୋଟିଏ ଆଶା ଓ ବିଶ୍ୱାସ ନିଜର ଶଯ୍ୟାଶାୟୀ ପୁଅକୁ ସୁସ୍ଥ କରିବା । ଅଧିକ ପଢନ୍ତୁ

ଶଯ୍ୟାଶାୟୀ ପୁଅକୁ ସୁସ୍ଥ କରିବା ସରକାରୀ ସାହାୟତା ଲୋଡିଲେ ବୃଦ୍ଧା

ବରଗଡ: ମା’ ମମତାମୟୀ । ମା’ ନିଜେ କଷ୍ଟା ପାଇ ନିଜ ପିଲାର ମଙ୍ଗଳ କାମନ କରିଥାଏ । ପିଲାର ଯତ୍ନନେବା ପାଇଁ ମା’ ନିଜ ସ୍ବାସ୍ଥ୍ୟ କଥାକୁ ପାସୋରେଇ ଦିଏ । ଏମିତି ଏକ ମମାତାମୟୀ ମାଆ ଯେକି ଆଜି ବୟସର ଅପରାହ୍ନରରେ ମଧ୍ୟ ହାର ମାନି ନାହାନ୍ତି । ଶର୍ଯ୍ୟଶାୟୀ ପୁଅକୁ ସୁସ୍ଥ କରିବା ପାଇଁ ଲାଗିପଡିଛି ବୃଦ୍ଧା ମା‘ । ଯେଉଁ ବୟସରେ ପୁଅ ଦୁଇ ପଇସା ରୋଜଗାର କରି ମା‘ର ଲାଳନପାଳନ କରିବା କଥା ସେହି ବୟସରେ କର୍ତ୍ତବ୍ୟର ମମତା ଭିତରେ ଛନ୍ଦିହୋଇ ଆଜି ବୃଦ୍ଧା ମା‘ ସେବା କରୁଛି ଶଯ୍ୟାଶାୟୀ ପୁଅର । ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ଼ ବ୍ଲକ ଅନ୍ତର୍ଗତ ରୁହୁଣିଆ ଗ୍ରାମ ପଞ୍ଚାୟତ ମୁଣ୍ଡାପଡା ଲେପର୍ସି କଲୋନୀରେ ।

ରୁହୁଣିଆ ଗ୍ରାମ ପଞ୍ଚାୟତ ମୁଣ୍ଡାପଡା ଲେପର୍ସି କଲୋନୀ ବାସ କରନ୍ତି 80 ବର୍ଷିୟା ବୃଦ୍ଧା ତାରା ଭୋସାଗର ଓ ତାଙ୍କ ଏକ ମାତ୍ର ପୁଅ ସାଗର ଭୋସାଗର । ପୁଅକୁ ଆରୋଗ୍ୟ କରିବା ପାଇଁ ସାହା ଭରସା କେହି ନଥିବା ବେଳେ ପୁଅର ଚିକିତ୍ସା ପାଇଁ ପ୍ରତ୍ୟେକ ଦିନ ବାରଦ୍ୱାର ବୁଲି ବୁଲି ଭିକ୍ଷା ବୃତ୍ତି କରୁଛନ୍ତି । ସରକାରଙ୍କୁ ଗୁହାରି କରିକରି ଥକିଯାଇଥିବା କହିଛନ୍ତି ତାରା ।

ଏହା ମଧ୍ୟ ପଢନ୍ତୁ..ଭୁଲ ଔଷଧ ଖାଇ ହରେଇଲେ ଗୋଡ ! ପରିବାର ପ୍ରତିପୋଷଣ ପାଇଁ ସରକାରୀ ସହାୟତା ଲୋଡା

ତାରା ଭୋସାଗାର କହିଛନ୍ତି, ‘‘ରୋଗୀଣା ପୁଅକୁ ଚିକିତ୍ସା କରିବା ପାଇଁ ପାଖରେ ଅର୍ଥ ବାଧକ ସାଜିଛି । ନା ପାଖରେ ଅଛି ବିଜୁ ସ୍ୱାସ୍ଥ୍ୟ କାର୍ଡ ନା କୌଣସି ସରକାରୀ ସହାୟତା ମିଳିଛି । ପୁଅର ଭର୍ତ୍ତା କରିବା ପାଇଁ ନିର୍ବାଚିତ ପ୍ରିତିନିଧିଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନକଟକୁ ଦୌଡି ଦୌଡି ବେଦମ ହେଲେଣି । ହେଲେ କେହି ଶୁଣୁ ନାହିଁନ୍ତି । ଦୀର୍ଘ ବର୍ଷ ହେଲା ଏକ ଅଜଣା ରୋଗରେ ପୀଡିତ ହୋଇ ପୁଅ ଶଯ୍ୟାଶାୟୀ ହୋଇ ପଡିରହିଛି l ଚିକିତ୍ସା ଅଭାବରୁ ବର୍ତ୍ତମାନ ତାର ଦୁଇ ଗୋଡ଼ ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଯାଇଛି ।’’



ତେବେ ସମାଜସେବୀ ସଂଗଠନ ସଂକଲ୍ପ ପରିବାରର ନଜରକୁ ଏହି ଘଟଣା ଆସିବାପରେ ସଂକଳ୍ପ ପରିବାରର ସଦସ୍ୟମାନେ ଅସହାୟ ବୃଦ୍ଧା ତାରାଙ୍କ ପାଖକୁ ପହଞ୍ଚି ସାହାଯ୍ୟର ହାତ ବଢ଼ାଇଛନ୍ତି । ଯଥାଶୀଘ୍ର ଅସହାୟ ତାରାଙ୍କ ପରିବାରକୁ ସରକାରୀ ସାହାଯ୍ୟ ସୁବିଧା ଯୋଗାଇ ଦିଆଯାଉ ବୋଲି ଓଡିଶା ସରକାରଙ୍କୁ ଅନୁରୋଧ କରିଛି ସଂକଳ୍ପ ପରିବାର ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.