ETV Bharat / state

ବରଗଡରେ ମାଡୁଛି କୋରୋନା ସଂକ୍ରମଣ, 3 ଦିନ ସଟଡାଉନ କଲା ପ୍ରଶାସନ

author img

By

Published : Jul 31, 2020, 10:51 PM IST

ବରଗଡରେ ମାଡୁଛି କୋରୋନା ସଂକ୍ରମଣ, 3 ଦିନ ସଟଡାଉନ କଲା ପ୍ରଶାସନ
ବରଗଡରେ ମାଡୁଛି କୋରୋନା ସଂକ୍ରମଣ, 3 ଦିନ ସଟଡାଉନ କଲା ପ୍ରଶାସନ

କ୍ରମାଗତ ଭାବେ ଜିଲ୍ଲାରେ ପ୍ରତିଦିନ ବଢୁଛି କୋରୋନା ପଜିଟିଭ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବରଗଡକୁ ଆସନ୍ତା ୩ ଦିନ ପାଇଁ ପୁଣି ସଟଡାଉନ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ବରଗଡ: କ୍ରମାଗତ ଭାବେ ଜିଲ୍ଲାରେ ପ୍ରତିଦିନ ବଢୁଛି କୋରୋନା ପଜିଟିଭ ସଂଖ୍ୟା । ଏହି କ୍ରମରେ ଶୁକ୍ରବାର ନୂତନ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୨ରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବରଗଡକୁ ଆସନ୍ତା ୩ ଦିନ ପାଇଁ ପୁଣି ସଟଡାଉନ ଘୋଷଣା କରାଯାଇଛି ।

ଆଜିର ଚିହ୍ନଟ ୧୦ ଜଣ ସଂକ୍ରମିତଙ୍କ ମଧ୍ୟରୁ 2 ଜଣ ମହିଳା ଅତାବିରା ଟିଏମସିର ହୋଇଥିବା ବେଳେ କଟାପାଳି ଅବରୋଧ ଅଞ୍ଚଳରୁ ଜଣେ ପୁରୁଷ, ତିନିକାନି ଟିଏମସିରୁ ୨ ଜଣ ପୁରୁଷ, ପାଇକମାଳ ଟିଏମସିରୁ ଜଣେ ପୁରୁଷ, ଋଣିପାଳି ଗ୍ରାମରୁ ଜଣେ, ଅତାବିରା ଏନଏସିରୁ ୨ ଜଣ ଏବଂ ବରଗଡ ଟାଉନ କଲେଜ ରୋଡ ଅଞ୍ଚଳର ଜଣେ ମହିଳା ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂକ୍ରମିତଙ୍କ ଦ୍ରୁତବୃଦ୍ଧିକୁ ରୋକିବାକୁ ଆସନ୍ତା ଅଗଷ୍ଟ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ବରଗଡ ଜିଲ୍ଲା ସଟଡାଉନ କରାଯାଇଛି ।

ବରଗଡରେ ମାଡୁଛି କୋରୋନା ସଂକ୍ରମଣ, 3 ଦିନ ସଟଡାଉନ କଲା ପ୍ରଶାସନ

ତେବେ ସଟଡ଼ାଉନ ସମୟରେ ଜରୁରୀ ସେବାକୁ ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ପନିପରିବା, ଫଳ, ବିସ୍କୁଟ, ପାଉଁରୁଟି ଆଦି ଦୋକାନ ଗୁଡିକ ସକାଳ ୬ ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ୩ ଘଣ୍ଟା ପାଇଁ ଖୋଲା ରହିବ । ସେହିପରି ବିହନ ସାର କୀଟନାଶକ ଇତ୍ୟାଦି କୃଷି ସାମଗ୍ରୀ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଘୋଷଣା କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.