ETV Bharat / state

କ୍ରାନ୍ତି ଦିବସରେ ସମ୍ବର୍ଦ୍ଧିତ ହେବେ ବରଗଡର 102 ବର୍ଷୀୟ ସ୍ବାଧୀନତା ସଂଗ୍ରାମୀ

author img

By

Published : Aug 8, 2021, 10:52 PM IST

କ୍ରାନ୍ତି ଦିବସରେ ସମ୍ବର୍ଦ୍ଧିତ ହେବେ ବରଗଡର ୧୦୨ ବର୍ଷିୟ ସ୍ବାଧୀନତା ସଂଗ୍ରାମୀ । ବରଗଡ ଜିଲ୍ଲାପାଳ ସ୍ବାଧୀନତା ସଂଗ୍ରାମୀଙ୍କ ଘରକୁ ଯାଇ କରିବେ ସମ୍ବର୍ଦ୍ଧିତ । ଅଧିକ ପଢନ୍ତୁ...

102-year-old freedom fighter
କ୍ରାନ୍ତି ଦିବସରେ ହେବେ ସମ୍ବର୍ଦ୍ଧିତ ବରଗଡର 102 ବର୍ଷୀୟ ସ୍ବାଧୀନତା ସଂଗ୍ରାମୀ

ବରଗଡ: କ୍ରାନ୍ତି ଦିବସରେ ସମ୍ବର୍ଦ୍ଧିତ ହେବେ ସ୍ବାଧୀନତା ସଂଗ୍ରାମୀ । କ୍ରାନ୍ତି ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେବାର କାର୍ଯ୍ୟକ୍ରମ ରହିଛି କିନ୍ତୁ କୋରୋନା କଟକଣା ଯୋଗୁଁ ବରଗଡ ଜିଲ୍ଲାପାଳ ସ୍ବାଧୀନତା ସଂଗ୍ରାମୀଙ୍କ ଘରକୁ ଯାଇ କରିବେ ସମ୍ବର୍ଦ୍ଧିତ ।

କ୍ରାନ୍ତି ଦିବସରେ ହେବେ ସମ୍ବର୍ଦ୍ଧିତ ବରଗଡର 102 ବର୍ଷୀୟ ସ୍ବାଧୀନତା ସଂଗ୍ରାମୀ

ବରଗଡ ଜିଲ୍ଲା ପାଣିମୋରା ଗାଁର 102 ବର୍ଷୀୟ ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କୁ କ୍ରାନ୍ତି ଦିବସ ଅବସରରେ ମାନ୍ୟବର ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ହେବେ ସମ୍ବର୍ଦ୍ଧିତ । କୋରୋନା କଟକଣା ପାଇଁ ପାଣିମୋରା ଆସି ବରଗଡ ଜିଲ୍ଲାପାଳଙ୍କ ଦ୍ଵାରା ସୋମବାର ସମ୍ବର୍ଦ୍ଧିତ କରାଯିବ । ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ପାଣିମୋରା ଗ୍ରାମସ୍ଥିତ ଏକମାତ୍ର ଜୀଵିତ ସ୍ବାଧୀନତା ସଂଗ୍ରାମୀଙ୍କ ଘରକୁ ଯାଇ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି।

ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନର ପ୍ରଭାବ ବରଗଡ଼ ଜିଲ୍ଲାର ଏକ ଆଭ୍ୟନ୍ତରୀଣ ସମ୍ପୂର୍ଣ୍ଣ ମଫସଲିଆ ଗ୍ରାମ ପାଣିମୋରାରେ ଦେଖିବାକୁ ମିଳିଥିଲା । ତେବେ ବରଗଡ଼ ଜିଲ୍ଲା ପାଣିମୋରା ଭଳି ଛୋଟିଆ ଗାଁର ଭାରତଛାଡ଼ ଆନ୍ଦୋଳନରେ 1942 ମସିହାର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିବା 32 ଜଣକୁ କାରାଦଣ୍ଡ ଦିଆଯାଇଥିଲା । ତେବେ ସେହି 32 ଜଣ ମଧ୍ୟରୁ 31ଜଣ ସ୍ବାଧୀନତା ସଂଗ୍ରାମୀ ଆଜି ଆଉ ଏ ଦୁନିଆରେ ନଥିବାବେଳେ କେବଳ ଜଣେ ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନ ଜୀବିତ ଅଛନ୍ତି। ତେବେ ଏହି ବୟସର ଅପରାହ୍ନରେ ମଧ୍ୟ ସ୍ବାଧୀନତା ସଂଗ୍ରାମୀଙ୍କୁ ପ୍ରଶାସନ ତରଫରୁ ଦିଆଯାଉଥିବା ସମ୍ବର୍ଦ୍ଧନାକୁ ନେଇ ତାଙ୍କ ଦାୟାଦ ଓ ଗ୍ରାମବାସୀ ଖୁବ ଗର୍ବ ଅନୁଭବ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.