ETV Bharat / state

ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର ସହର, ରାସ୍ତାରେ ଲହରୀ ଭାଙ୍ଗୁଛି ପାଣି

author img

By ETV Bharat Odisha Team

Published : Oct 3, 2023, 3:52 PM IST

ବର୍ଷାରେ ବେହାଲ ବାଲେଶ୍ବର
ବର୍ଷାରେ ବେହାଲ ବାଲେଶ୍ବର

ବାଲେଶ୍ବରରେ ସୋମବାର ରାତିରୁ ଜାରି ରହିଛି ଲଗାଣ ବର୍ଷା । ବର୍ଷାରେ ବେହାଲ ବାଲେଶ୍ବର । ଅଧିକ ପଢନ୍ତୁ

ବର୍ଷାରେ ବେହାଲ ବାଲେଶ୍ବର

ବାଲେଶ୍ବର: ଲଗାଣ ବର୍ଷାରେ ବେହାଲ ବାଲେଶ୍ବର । ଗତ ରାତିଠାରୁ ବାଲେଶ୍ୱରରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷାର ମାତ୍ରା ଅଧିକ ଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ସାଧାରଣ ଲୋକେ ଯିବାଆସିବାରେ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି । କାହିଁକି ନା ସହରର ପ୍ରମୁଖ ରାସ୍ତା ଉପରେ ପାଣି ଢେଉ ମାରୁଛି । ବାଲେଶ୍ୱର ସହରର ପ୍ରମୁଖ ଫକୀର ମୋହନ ଗୋଲେଇ ଛକରେ ଅବସ୍ଥା କହିଲେ ନସରେ । ଗୋଲେଇର ଚାରିକଡ଼େ ପାଣି ସୁଅ ମାରୁଥିବା ବେଳେ ରାସ୍ତାରେ ଯାତାୟତ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ସକାଳେ ପ୍ରାୟ ଏକ ଘଣ୍ଟାଧରି ଅବିଶ୍ରାନ୍ତ ବର୍ଷା ହେବା ଯୋଗୁଁ ସହରର ପ୍ରମୁଖ ରାସ୍ତା ତଥା ଦୋକାନ ଗୁଡିକରେ ପାଣି ପଶିଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ..ସ୍ବାଭାବିକ ହୋଇନି ରେଳପଥ: ଯୁଦ୍ଧ କାଳୀନ ଭିର୍ତ୍ତିରେ ଚାଲିଛି କାମ, ବର୍ଷା ସାଜିଛି ବାଧକ

ଏହି ଏକ ଘଣ୍ଟାର ବର୍ଷା ଯୋଗୁଁ ସହରର ମୋତିଗଞ୍ଜ, ଚିଡ଼ିଆପୋଲ, ପଢ଼ୁଆଁପଦା, ସିନେମା ଛକ, ଫକୀର ମୋହନ କଲେଜ ରାସ୍ତା ଆଦିରେ ପାଣିର ସୁଅ ଚାଲିଥିବା ଚାଲିଛି । ଅନେକ ସ୍ଥାନରେ ରାସ୍ତାର ଖାଲଖମା ଥିବା ବେଳେ ପାଣି ଭର୍ତ୍ତି ରାସ୍ତାରେ ଯିବାଆସିବା ସମସ୍ୟା ଉପୁଜାଇଥିଲା । ବର୍ଷା ହେଲେ ରାସ୍ତାରେ ପାଣି ଜମୁଥିବାକୁ ନେଇ ଜନସାଧାରଣ ଅଭିଯୋଗ କରିଛନ୍ତି । ବିଭିନ୍ନ ଦୋକାନରେ ପାଣି ପଶିବା କାରଣରୁ ଦୋକାନିମାନେ ଘରେ ମୋଟର ଦ୍ୱାରା ପାଣି ନିଷ୍କାସନ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ..Weather Update: ଦୁର୍ବଳ ହୋଇଛି ସୁଦୃଶ ଲଘୁଚାପ, ୪ ଯାଏଁ ପ୍ରବଳ ବର୍ଷିବ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଗୋଟେପଟେ ବାଲେଶ୍ଵର ସହର ଅମୃତ ସହର କୁହାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଥିବା ଡ୍ରେନ୍‌ ଏବଂ ନାଳ ସଫେଇ ହେଉ ନଥିବାରୁ ଏମିତି ସମସ୍ୟା ଉପୁଜିଥିବା ବାଲେଶ୍ବରବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବର୍ଷା ଦିନ ପୂର୍ବରୁ ନାଳ ଓ ମହାନାଳ ଉପରେ ପ୍ରଶାସନ ନଜର ରଖିବା ସହ ସେସବୁ ସଫା କରିବାର ଆବଶ୍ୟକତା ରହିଛି ବୋଲି ଜନମତ ପ୍ରକାଶ ପାଇଛି । ଏହାସହ ଏବେ ବିଭିନ୍ନ ରାସ୍ତା କଂକ୍ରିଟ୍‌ କରାଯାଉଥିବା ବେଳେ ରାସ୍ତାର ଉଚ୍ଚତା ବଢିବା ସଙ୍ଗେ ଙ୍ଗେ ସେହି ଅନୁସାରେ ଡ୍ରେନ୍‌ ବ୍ୟବସ୍ଥା କରାଯାଉ ନଥିବା ଅଭିଯୋଗ ହୋଇଛି । ତେବେ ଆଜିର ପରିସ୍ଥିତି ଦେଖିବା ପରେ ଆଗାମୀ ଦିନରେ ପ୍ରଶାସନ ଏଥିପ୍ରତି କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.