ETV Bharat / state

ସ୍ବାଭାବିକ ହୋଇନି ରେଳପଥ: ଯୁଦ୍ଧ କାଳୀନ ଭିର୍ତ୍ତିରେ ଚାଲିଛି କାମ, ବର୍ଷା ସାଜିଛି ବାଧକ

author img

By ETV Bharat Odisha Team

Published : Sep 30, 2023, 7:16 AM IST

କୋରାପୁଟ ରେଳଲାଇନରେ ମାଟି ଅତଡା ଖସିବା ଘଟଣା । 6 ଦିନ ବିତିଯାଇଥିଲେ ମଧ୍ୟ ସରିପାରିନି ସଫେଇ କର୍ଯ୍ୟ । ଅଧିକ ପଢନ୍ତୁ

କୋରାପୁଟ ରେଳଲାଇନରେ ମାଟି ଅତଡା ଖସିବା ଘଟଣା
କୋରାପୁଟ ରେଳଲାଇନରେ ମାଟି ଅତଡା ଖସିବା ଘଟଣା

କୋରାପୁଟ ରେଳଲାଇନରେ ମାଟି ଅତଡା ଖସିବା ଘଟଣା

କୋରାପୁଟ: କୋତାବାଲସା-କିରଣ୍ଡୁଲ ରେଳଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ । କୋରାପୁଟ ଷ୍ଟେସନରୁ ପ୍ରାୟ 8 କିମି ଦୂର ଦୟାନିଧିଗୁଡ଼ା ନିକଟରେ ଗତ ଶନିବାର ବିଳମ୍ବିତ ରାତିରେ ମାଟି ଅତଡ଼ା ଓ ପଥର ଧସିଥିଲା । ଏହି ଘଟଣାକୁ 6 ଦିନ ବିତିଯାଇଥିଲେ ମଧ୍ୟ ସଫେଇ କର୍ଯ୍ୟ ସରିପାରିନି । 5 ଶହରୁ ଅଧିକ ଶ୍ରମିକ, 30ରୁ ଅଧିକ ଜେସିବି, ଏକାଧିକ ଟିପର ଏହି କାମରେ ନିୟୋଜିତ ଅଛନ୍ତି । ଯୁଦ୍ଧକାଳୀନ ଭିର୍ତ୍ତିରେ କାମ ଚାଲିଥିବା ବେଳେ କାମରେ ବାଧକ ସାଜୁଛି ବର୍ଷା । ପ୍ରତିଦିନ 2ଟା ପରେ ବର୍ଷା ହେଉଥିବା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଖସୁଛି ଯାହା ଫଳରେ କାମ କରିବା କଷ୍ଟସାଧ୍ୟ ହୋଇପଡୁଛି ।

ଦିନ ରାତି କାମ ଚାଲିଥିବା ବେଳେ ଆଜି ପର୍ଯ୍ୟନ୍ତ ଟ୍ରେନ ଟ୍ରାକକୁ ସମ୍ପୂର୍ଣ୍ଣ ମାଟି ଓ ପଥର ହଟାଯାଇନାହିଁ l ଟ୍ରାକ ଉପର ବଡ଼ ବଡ଼ ପଥର ପଡ଼ିରହିଛି । କାମ ଚାଲିଥିବାରୁ ଏହି ରୁଟ୍‌ରେ ରେଳ ଚଳାଚଳ ସ୍ଵାଭାବିକ ହୋଇପାରି ନାହିଁ । ମରାମତି ନହେବା ପର୍ଯ୍ୟନ୍ତ ଏହି ରୁଟ୍‌ରେ ଚଳାଚଳ କରୁଥିବା 6ଟି ଏକ୍ସପ୍ରେସ ସମଲେଶ୍ବରୀ ଏକ୍ସପ୍ରେସ( ଅପଡାଇନ୍) ସମେତ 2ଟି ପାସେଞ୍ଜରକୁ ବାତିଲ କରାଯାଇଛି । ରେଲୱେ ଜେନେରାଲ ମ୍ୟାନେଜର ମନୋଜ ଶର୍ମା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ଗତକାଲି(ଶୁକ୍ରବାର) ସନ୍ଧ୍ୟା ସୁଦ୍ଧା ରେଳ ଲାଇନ ଉପରୁ ମାଟି ପଥର ସବୁ ହଟା ଯିବ ବୋଲି କହିଥିଲେ ରେଲୱେ ଜେନେରାଲ ମ୍ୟାନେଜର ।

ଏହା ମଧ୍ୟ ପଢନ୍ତୁ..ପାହାଡରୁ ରେଳ ଲାଇନକୁ ଖସିଲା ମାଟି ଅତଡା, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ରେଲୱେ ଜେନେରାଲ ମ୍ୟାନେଜ ମନୋଜ ଶର୍ମା କହିଛନ୍ତି, ‘‘ରେଳ ଲାଇନରୁ ମାଟି ପଥର ହଟିବା ପରେ ଭାଙ୍ଗିଥିବା ବିଦ୍ୟୁତ ଖୁଣ୍ଟକୁ ମରାମତି କରାଯିବା । ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବ । ଗତ 24 ତରିଖରେ ଲଗାଣ ବର୍ଷା କରାଣରୁ କୋତାବାଲସା-କିରଣ୍ଡୁଲ ରେଳଲାଇନରେ ପଥର ଅତଡା ଖସି ରଳେ ଚଳାଚଳ ବାଧାପ୍ରାପ୍ତ ହୋଇଛି । କୋରାପୁଟରୁ ଜଗଦଲପୁରପୁରକୁ ଯିବାକୁ ଥିବା ସମସ୍ତ ଟ୍ରେନ ବାତିଲ କରାଯାଇଛି । ଜଗଦଲପୁରପୁରକୁ ଯାତ୍ରା କରିବା ପାଇଁ ଯାତ୍ରୀମାନେ କୋରାପୁଟ ରେଲୱେ ଷ୍ଟେସନ ଆସିବା ପରେ ସେଠାରୁ ବସଯୋଗେ ଯାତ୍ରା କରୁଛନ୍ତି । ଟ୍ରେନ ଚଳାଚଳ ବନ୍ଦ ରହିବା ଯୋଗୁ ଦୈନିକ କୋଟି କୋଟି ଟଙ୍କା କ୍ଷତି ସହୁଛି ବିଭାଗ ।’’

ଏହା ମଧ୍ୟ ପଢନ୍ତୁ..ଝାରସୁଗୁଡ଼ାରେ ପହଞ୍ଚିଲା ବନ୍ଦେ ଭାରତ ଟ୍ରେନ

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.