ETV Bharat / state

ଲଘୁଚାପ ବର୍ଷା ଯୋଗୁଁ ବିପଦ ସଙ୍କେତ ଉପରେ ଜଳକା

author img

By

Published : Sep 8, 2021, 12:37 PM IST

ଲଘୁଚାପ ବର୍ଷା ଯୋଗୁଁ ବିପଦ ସଙ୍କେତ ଉପରେ ଜଳକା
ଲଘୁଚାପ ବର୍ଷା ଯୋଗୁଁ ବିପଦ ସଙ୍କେତ ଉପରେ ଜଳକା

ବିପଦ ସଙ୍କେତ ଉପରେ ଜଳକା ନଦୀ ହେଉଛି ପ୍ରବାହିତ। ନଦୀର ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଛି ।

ବାଲେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବିପଦ ସଙ୍କେତ ଉପରେ ଜଳକା ନଦୀ ପ୍ରବାହିତ ହେଉଛି। ନଦୀର ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ୬ଟା ସୁଧା ୫.୬୦ ମିଟରରେ ପ୍ରବାହିତ ହେଉଥିଲା । ବର୍ଷା ଲାଗି ରହିଥିବା ସହ ଉପର ମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା କରାଯାଉଛି। ଗତ ତିନିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଦି ପାଇବାରେ ଲାଗିଛି ।

ଲଘୁଚାପ ବର୍ଷା ଯୋଗୁଁ ବିପଦ ସଙ୍କେତ ଉପରେ ଜଳକା

ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡା , ତିତ୍ରଡା , ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷା କାରଣରୁ ନଦୀର ଜଳସ୍ତର ବଢୁଛି । ଯଦି ଜଳସ୍ତର ଅଧିକ ବୃଦ୍ଧିପାଏ । ତାହା ହେଲେ ବନ୍ୟା ହେବାର ଆଶଙ୍କା କରାଯାଉଛି। ବନ୍ୟା ହେଲେ ବସ୍ତା ବ୍ଲକର ୭ଟି ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.