ETV Bharat / state

ବିପଦ ସଙ୍କେତ ଟପିଲା ଜଳକା

author img

By

Published : Oct 1, 2021, 11:08 AM IST

ମଥାନିରେ ବିପଦ ସଙ୍କେତ ଟପିଲା ଜଳକା
ମଥାନିରେ ବିପଦ ସଙ୍କେତ ଟପିଲା ଜଳକା

ବାଲେଶ୍ବର ମଥାନି ଠାରେ ବିପଦ ସଙ୍କେତ ଟପି ଜଳକା ପ୍ରବାହିତ ହେଉଛି। ବିପଦ ସଙ୍କେତ 5.50 ଥିବା ବେଳେ ସକାଳେ 5.99ରେ ପ୍ରବାହିତ ହେଉଛି । ଅଧିକ ପଢନ୍ତୁ...

ବାଲେଶ୍ବର: ଜିଲ୍ଲା ବସ୍ତା ବ୍ଲକ ମଥାନି ଠାରେ ବିପଦ ସଙ୍କେତ ଟପି ଜଳକା ପ୍ରବାହିତ ହେଉଛି। ବିପଦ ସଙ୍କେତ 5.50 ଥିବା ବେଳେ ସକାଳେ 5.99ରେ ପ୍ରବାହିତ ହେଉଛି ଜଳକା।

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଯାହାକୁ ନେଇ ସେମାନଙ୍କ ମଧ୍ୟରେ କୋକୁଆ ଭୟ ମଧ୍ୟ ଖେଳିଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.