ETV Bharat / state

ବିପଦ ସଙ୍କେତ ଉପରେ ଜଳକା ନଦୀ, ଚିନ୍ତିତ ଉପକୂଳବାସୀ

author img

By

Published : Aug 26, 2019, 12:49 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଲଘୁଚାପ ଯୋଗୁଁ ରାଜ୍ୟରେ ଜାରି ରହିଛି ବର୍ଷା । ବାଲେଶ୍ବର ଜିଲ୍ଲା ମଥାନି ଠାରେ ଜଳକା ନଦୀର ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି ।

ବାଲେଶ୍ବର: ବଙ୍ଗୋପସାଗରରେ ଘୂର୍ଣ୍ଣବଳୟ ସୃଷ୍ଟି ହେବା ପରେ ଛତିଶଗଡ଼ ମୁହାଁ ହୋଇଛି ଲଘୁଚାପ । ତଥାପି ରାଜ୍ୟରେ ଆସନ୍ତା 12 ଘଣ୍ଟା ଆହୁରି ବର୍ଷିବ । ସେପଟେ ଲଘୁଚାପ ଯୋଗୁଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଜାରି ରହିଛି ଲଗାଣ ବର୍ଷା । ଲଗାଣ ବର୍ଷା ପରେ ପ୍ରମୁଖ ନଈରେ ଜଳସ୍ତର ବଢ଼ିବାରେ ଲାଗିଛି । ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲା ଜଳକା ନଦୀର ଜଳସ୍ତର ବିପଦ ସଂକେତ ଟପିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ରବିବାର ଲଗାଣ ବର୍ଷା ଯୋଗୁଁ ଜଳକାରେ ବନ୍ୟା ଆଶଙ୍କା କରାଯାଉଛି । ମଥାନି ଠାରେ ଜଳକା ନଦୀର ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଜଳକାରେ ବିପଦ ସଂକେତ 5.50 ଥିବାବେଳେ ସୋମବାର ସକାଳ 10ଟା ସୁଦ୍ଧା 6.48 ଉପରେ ଜଳ ପ୍ରବାହିତ ହେଉଛି । ଯାହାକୁ ନେଇ ଉପକୂଳବାସୀ ଚିନ୍ତାରେ ପଡିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ମଥାନି ଠାରେ ଜଳକା ନଦୀର ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।
ଗତକାଲି ଲଗାଣ ବର୍ଷା ଯୋଗୁଁ ଜଳକାରେ ବନ୍ୟା ଆଶଙ୍କା କରାଯାଉଛି। ଜଳକାରେ ବିପଦ ସଂକେତ 5.50 ଥିବା ବେଳେ ଆଜି ସକାଳ 10ଟା ସୁଦ୍ଧା 6.48 ଉପରେ ଜଳ ପ୍ରବାହିତ ହେଉଛି। ଯାହାକୁ ନେଇ ଉପକୂଳ ବାସୀ ଚିନ୍ତାରେ ପଡିଛନ୍ତି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.