ETV Bharat / state

ସୁବର୍ଣ୍ଣରେଖାରେ ବନ୍ୟା, ପାଣି ଅଞ୍ଚଳକୁ ନ ଯିବାକୁ ଜିଲ୍ଲାପାଳଙ୍କ ଅନୁରୋଧ

author img

By

Published : Aug 22, 2022, 2:37 PM IST

ସୁବର୍ଣ୍ଣରେଖାରେ ବନ୍ୟା, ପାଣି ଅଞ୍ଚଳକୁ ନ ଯିବାକୁ ଜିଲ୍ଲାପାଳଙ୍କ ଅନୁରୋଧ
ସୁବର୍ଣ୍ଣରେଖାରେ ବନ୍ୟା, ପାଣି ଅଞ୍ଚଳକୁ ନ ଯିବାକୁ ଜିଲ୍ଲାପାଳଙ୍କ ଅନୁରୋଧ

ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ହେବା ପରେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟାପାଣି ପ୍ରବେଶ କରିଛି । ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ଅଧିକ ପଢନ୍ତୁ

ବାଲେଶ୍ବର: ମହାନଦୀରେ ବନ୍ୟା ପରେ ଏବେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ହୋଇଛି । ଫଳରେ ଜିଲ୍ଲାର ଗ୍ରାମ ଗୁଡିକ ମଧ୍ୟରେ ପ୍ରବେଶ କରିଛି ବନ୍ୟାଜଳ । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ନଦୀର ଜଳସ୍ତର କମିଥିଲେ ସୁଦ୍ଧା ଏବେବି ବିପଦ ସଂକେତ ଉପରେ ରହିଛି । ଏଥିପାଇଁ ପାଣି ଅଞ୍ଚଳକୁ ନ ଯିବାପାଇଁ ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ସୁବର୍ଣ୍ଣରେଖାରେ ବନ୍ୟା, ପାଣି ଅଞ୍ଚଳକୁ ନ ଯିବାକୁ ଜିଲ୍ଲାପାଳଙ୍କ ଅନୁରୋଧ

ଏହା ମଧ୍ୟ ପଢନ୍ତୁ-ସୁବର୍ଣ୍ଣରେଖାରେ ଆସୁଛି ବଡ ବନ୍ୟା, ସ୍ଥାନାନ୍ତର ହେଲେଣି 16 ହଜାର ଲୋକେ

ଏନେଇ ଜିଲ୍ଲପାଳ କହିଛନ୍ତି ଯେ, ''ବନ୍ୟା ପୀଡିତଙ୍କ ପାଇଁ ଶୁଖିଲା ଖାଦ୍ୟ ବହୁମାତ୍ରାରେ ଗଚ୍ଛିତ ରହିଛି । ପ୍ରତି ବ୍ଲକରେ ଏହା ଗଚ୍ଛିତ ଥିବା ବେଳେ ଲୋକମାନଙ୍କୁ ବିତରଣ କରାଯାଉଛି । ଖାଦ୍ୟ ସାମଗ୍ରୀ ମହଜୁଦ ଥିବା ବେଳେ ଯେଉଁଠି ଲୋକମାନଙ୍କ ପାଖରେ ଖାଦ୍ୟ ପହଞ୍ଚିନାହିଁ ସେମାନେ କ୍ଲଷ୍ଟର ଲେବୁଲ ଟିମକୁ ଜଣାଇଲେ ଖାଦ୍ୟ ଯୋଗାଇ ଦିଆଯିବ । ଯେତେଦିନ ଯାଏ ବନ୍ୟା ପରିସ୍ଥିତି ରହିବ ଓ ଯୋଗାଯୋଗ ସୁବ୍ୟବସ୍ଥା ହୋଇ ନଥିବ ସେତେଦିନ ଯାଏଁ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।''

ବର୍ତ୍ତମାନ 200ରୁ ଅଧିକ ସ୍ଥାନରେ 40 ହଜାର 124 ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସୁବର୍ଣ୍ଣରେଖା ନଦୀରେ ବନ୍ୟା ଯୋଗୁଁ ଜିଲ୍ଲାର ଜଳେଶ୍ବର, ବସ୍ତା, ଭୋଗରାଇ ଓ ବାଲିଆପଳର ମୋଟ 74 ପଞ୍ଚାୟତର 150 ଗାଁ ପ୍ରଭାବିତ ହୋଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.