ETV Bharat / state

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟର ବ୍ୟବହାରିକ ପରୀକ୍ଷଣ

author img

By ETV Bharat Odisha Team

Published : Nov 7, 2023, 3:38 PM IST

Pralay Missile
Pralay Missile

ଅବଦୁଲ କଲାମରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟର ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଅଧିକ ପଢନ୍ତୁ

ବାଲେଶ୍ବର: ପ୍ରତିରକ୍ଷା ବିଭାଗକୁ ପୁଣି ସଫଳତା। ସଫଳ ହେଲା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟର ପରୀକ୍ଷଣ। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଆଜି(ମଙ୍ଗଳବାର) ପ୍ରଳୟର ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା। ସୀମା ଟପିଲେ ପ୍ରଳୟ ରଚିବ ପ୍ରଳୟ । ସେନାବାହିନୀ ସଶକ୍ତ ହେଉଥିବା ବେଳେ ଏହା ସ୍ଥଳସେନାକୁ ଆଉ ଏକ ସଫଳତା ପ୍ରଦାନ କରିଛି।

ପ୍ରଳୟ ସ୍ଥଳଭାଗରୁ ସ୍ଥଳଭାଗକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ରର ଫଳାଫଳ ନେଇ ଚାଲିଛି ସମୀକ୍ଷା । ଅବଦୁଲ କଲାମ ଦ୍ବୀପରୁ 9ଟା 50 ମିନିଟରେ ଏହି ପରୀକ୍ଷଣ କରାଯାଇଛି। ୧୫୦ରୁ 500 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ଏହି ବାଲାଷ୍ଟିକ ମିସାଇଲ ପ୍ରଳୟ । ପ୍ରଳୟର ଓଜନ 8 ଟନ ରହିଛି।

ଏହା ମଧ୍ୟ ପଢନ୍ତୁ: ଟାର୍ଗେଟ୍‌ରେ ଚୀନ ଓ ପାକିସ୍ତାନ, LACରୁ LOC ଜଗିବ ପ୍ରଳୟ

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ସ୍ବଦେଶୀ ମିସାଇଲ ପ୍ରଳୟର ପ୍ରଥମ ଫ୍ଲାଇଟ ଟେଷ୍ଟ ହେଉଛି । ଏହା ସ୍ବଦେଶୀ ନିର୍ମିତ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଅଟେ । ଏହା ମିଶାଇଲରେ ୧୫୦ରୁ ୫୦୦ କିମି ମଧ୍ୟରେ ଟାର୍ଗେଟକୁ ଲକ୍ଷ୍ୟଭେଦ କରି ନଷ୍ଟ କରିପାରିବାର କ୍ଷମତା ରହିଛି । ସେହିପରି ଏହା ଜରୁରୀ ସ୍ଥିତିରେ ମୋବାଇଲ ଲଞ୍ଚରରୁ ମଧ୍ୟ ଉତକ୍ଷେପଣ ହୋଇପାରିବ । 350ରୁ 700 କିଲୋଗ୍ରାମ ଓଜନ ବିସ୍ଫୋରକ ବହନ କରିପାରିବ । ଏହି କ୍ଷେପଣାସ୍ତ୍ରରେ ନାଭିଗେସନ ସିଷ୍ଟମ ଓ ମିସାଇଲ ଗାଇଡେଡ ସିଷ୍ଟମକୁ ମଧ୍ୟ ବିକଶିତ କରାଯାଇଛି । ଗତବର୍ଷ ଡିସେମ୍ବର 22ରେ ଏହ ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଥିଲା । 2015ରେ ପ୍ରଥମ ସିଡିଏସ ବିପିନ ରାୱତଙ୍କ ତତ୍ତ୍ବାବଧାନରେ ପ୍ରଳୟର ନିର୍ମାଣ ଆରମ୍ଭ ହୋଇଥିଲା ।

ପ୍ରକାଶଥାଉକି, ଗତ ମାର୍ଚ୍ଚ 14 ତାରିଖ ଦିନ ସ୍ବଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ (VSHORADS) ମିସାଇଲର ସଫଳ ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ସଫଳ ହୋଇଥିବା ନେଇ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା। ଓଡିଶା ଉପକୂଳର ଚାନ୍ଦିପୁରରେ ଥିବା ସମନ୍ବିତ ପରୀକ୍ଷଣ କେନ୍ଦ୍ର (ITR)ରୁ ଏହାର କ୍ରମାଗତ ଦୁଇଟି ପରୀକ୍ଷଣ କରାଯାଇଥିଲା । ଉଭୟ ପରୀକ୍ଷଣ ସମ୍ପୂର୍ଣ୍ଣ ସଠିକତାର ଦୁଇଟି ଭିନ୍ନ ଭିନ୍ନ ନିର୍ଦ୍ଧାରିତ ଟାର୍ଗେଟକୁ ଲକ୍ଷ୍ୟକ୍ଷେଦ କରିଛି । ଏହି ପରୀକ୍ଷଣ ପାଇଁ ଆକାଶ ମାର୍ଗରେ ଟାର୍ଗେଟ ଫିକ୍ସ କରାଯାଇଥିଲା । ଏହାକୁ ଭୂପୃଷ୍ଠରୁ ଆକାଶ ପଥକୁ ନିକ୍ଷେପ କରିହେବ । ଏହା କେବଳ ସ୍ଥିର ଟାର୍ଗେଟ ନୁହେଁ, ବରଂ ଦୃତଗତିରେ ବାୟୁମଣ୍ଡଳରେ ଗତି କରୁଥିବା କୌଣସି ଗତିଶୀଳ ବସ୍ତୁ କିମ୍ବା ଲଢୁଆ ବିମାନକୁ ମଧ୍ୟ ଅତି ସହଜରେ ହିଟ୍‌ କରିପାରିବ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.