ETV Bharat / bharat

ଟାର୍ଗେଟ୍‌ରେ ଚୀନ ଓ ପାକିସ୍ତାନ, LACରୁ LOC ଜଗିବ ପ୍ରଳୟ

author img

By

Published : Dec 26, 2022, 9:41 AM IST

Updated : Dec 26, 2022, 3:38 PM IST

ସୀମାରେ ଶତ୍ରୁକୁ ମାତ ହେବାକୁ ପ୍ରସ୍ତୁତ ହେଉଛି ଭାରତ । ଚୀନ ସହ ସୀମା ବିବାଦ ବଢିବାକୁ ଲାଗିଥିବାବେଳେ ଭାରତ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । 120 ପ୍ରଳୟ ମିସାଇଲ କ୍ରୟ କରିବାରୁ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ

Armed Forces To Buy Pralay missiles
ସାବଧାନ ଶତ୍ରୁ, ଆସୁଛି ଆହୁରି 120 ପ୍ରଳୟ ମିସାଇଲ

ନୂଆଦିଲ୍ଲୀ: ଚିତ୍ ହେବ ଚୀନ । ପଣ୍ଡ ହେବ ପାକିସ୍ତାନ ଯୋଜନା । ଚାଲାଖି କଲେ ଚେକ୍ ଖାଇବ ଚୀନ ପାକିସ୍ତାନ । ସୀମା ଟପିଲେ ପ୍ରଳୟ ରଚିବ ପ୍ରଳୟ । ସୀମାରେ ଶତ୍ରୁକୁ ମାତ ହେବାକୁ ପ୍ରସ୍ତୁତ ହେଉଛି ଭାରତ । ଚୀନ ସହ ସୀମା ବିବାଦ ବଢିବାକୁ ଲାଗିଥିବାବେଳେ ଭାରତ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । 120 ପ୍ରଳୟ ମିସାଇଲ କ୍ରୟ କରିବାରୁ ନିଷ୍ପତ୍ତି ହୋଇଛି । ଭାରତୀୟ ସଶସ୍ତ୍ର ବଳ ପାଇଁ 120 ପ୍ରଳୟ ବାଲାଷ୍ଟିକ ମିସାଇଲ କିଣିବା ପାଇଁ ମଞ୍ଜୁରୀ ମିଳିଛି ( armed forces to buy Pralay missiles )।

ଏହାକୁ ବାୟୁସେନା ଓ ପରେ ସ୍ଥଳ ସେନାରେ ସାମିଲ କରାଯିବ । ଏହି ମିସାଇଲକୁ ଚୀନ ଓ ପାକିସ୍ତାନ ସୀମା ନିକଟରେ ମୁତୟନ କରାଯିବ । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ଦ୍ବାରା ବିକଶିତ ଏହି ମିସାଇଲ 150ରୁ 500 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଇଣ୍ଟରସେପ୍ଟର ମିସାଇଲ ମାଧ୍ୟମରେ ପ୍ରଳୟକୁ ରୋକିବା ସହଜ ନୁହେଁ । ସେନାକୁ ବଳ ଯୋଗାଇବ ପ୍ରଳୟ ।

ଏହା ବି ପଢନ୍ତୁ...ଦିଦିଙ୍କ ରାଜ୍ୟରେ ଗଡିବ Vande Bharat Express, ଶୁଭାରମ୍ଭ କରିବେ ମୋଦି

ପ୍ରଳୟ ବିଶେଷତ୍ବ...

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ସ୍ବଦେଶୀ ମଇଡେନ ଫ୍ଲାଇଟ କ୍ଷେପଣାସ୍ତ୍ର ହେଉଛି ‘ପ୍ରଳୟ'। ପ୍ରଳୟ ସ୍ବଦେଶୀ ନିର୍ମିତ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଅଟେ । ଏହା ପାଖରେ ୧୫୦ରୁ ୫୦୦ କିମି ମଧ୍ୟରେ ଟାର୍ଗେଟକୁ ଲକ୍ଷ୍ୟଭେଦ କରି ନଷ୍ଟ କରିପାରିବାର କ୍ଷମତା ରହିଛି । ସେହିପରି ଏହା ଜରୁରୀ ସ୍ଥିତିରେ ମୋବାଇଲ ଲଞ୍ଚରରୁ ମଧ୍ୟ ଉତକ୍ଷେପଣ ହୋଇପାରିବ । 350ରୁ 700 କିଲୋଗ୍ରାମ ଓଜନ ବିସ୍ଫୋରକ ବହନ କରିପାରିବ । ଏହି କ୍ଷେପଣାସ୍ତ୍ରରେ ନାଭିଗେସନ ସିଷ୍ଟମ ଓ ମିସାଇଲ ଗାଇଡେଡ ସିଷ୍ଟମକୁ ମଧ୍ୟ ବିକଶିତ କରାଯାଇଛି । ଗତବର୍ଷ ଡିସେମ୍ବର 22ରେ ଏହ ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଥିଲା । 2015ରେ ପ୍ରଥମ ସିଡିଏସ ବିପିନ ରାୱତଙ୍କ ତତ୍ତ୍ବାବଧାନରେ ପ୍ରଳୟର ନିର୍ମାଣ ଆରମ୍ଭ ହୋଇଥିଲା ।

ଏହା ବି ପଢନ୍ତୁ...ଥରହର ହେବ ଶତ୍ରୁ, ନୌସେନାର ସାମିଲ ହେଲା INS Mormugao

ଶତ୍ରୁକୁ ମାତ ଦେବାକୁ ପ୍ରସ୍ତୁତ ହେଉଛି ଭାରତୀୟ ସେନା । ସଶକ୍ତ ହେଉଛି ସେନାବାହିନୀ । ନିକଟରେ ନୌସେନାକୁ ବଳ ମିଳିଛି । ଆଇଏନଏସ ବିକ୍ରାନ୍ତ, ଆଇଏନଏସ ମୋର୍ମୁଗାଓକୁ ନୌସେନାରେ ସାମିଲ କରାଯାଇଛି । ଭାରତ ମହାସାଗରରେ ଚୀନର କାୟା ବିସ୍ତାରକୁ ଦୃ୍ଷ୍ଟିରେ ରଖି ଭାରତ ତାର କ୍ଷମତା ବୃଦ୍ଧି କରିଛି ।

ପ୍ରକାଶ ଥାଉ କି, ଗତ ଡିସେମ୍ବର 9 ତାରିଖରେ ତୱାଙ୍ଗ ସୀମାରେ ଚୀନ ଓ ଭାରତ ସେନାଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଚୀନ ସେନା ବେଆଇନ ଭାବେ ଅନୁପ୍ରବେଶ ଉଦ୍ୟମ କରିଥିଲେ । LACରେ ଏକପାଖିଆ ସ୍ଥିତାବସ୍ଥା ପରିବର୍ତ୍ତନ ଉଦ୍ଦେଶ୍ୟରେ ଆସିଥିଲା ଚୀନ ସେନା । ଏହି ସଂଘର୍ଷରେ ଆମର କୌଣସି ଜଣେ ବି ଯବାନ ଗୁରୁତର ହୋଇନଥିଲେ ହେଲେ ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ । ଚୀନର ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବାକୁ ସଶକ୍ତ ହେଉଛି ସେନା । ପ୍ରତିରକ୍ଷା ମନ୍ତ୍ରଣାଳୟର ବସିଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ରଳୟ ମିସାଇଲ କିଣିବାକୁ ନିଷ୍ପତ୍ତି ହୋଇଛି ।

Last Updated :Dec 26, 2022, 3:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.