ETV Bharat / state

ପରୀ ହତ୍ୟା ମାମଲା: ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ହୋଇନି ଏସଆଇଟି ତଦନ୍ତ

author img

By

Published : Jan 15, 2021, 3:59 PM IST

ନୟାଗଡ ନାବାଳିକା ହତ୍ୟା ଘଟଣାରେ ନୂଆ ଖୁଲାସା । ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ତଦନ୍ତ କରିବା ପାଇଁ ରାଜ୍ୟ ସରାକର ଘୋଷଣା କରିଥିବା କଥା ମିଛ ବୋଲି ଅଭିଯୋଗ କଲେ ବଲାଙ୍ଗୀର ସୂଚନା ଅଧିକାର କର୍ମୀ । ଅଧିକ ପଢନ୍ତୁ...

ତ୍ୟା ମାମଲା: ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ହୋଇନି ଏସଆଇଟି ତଦନ୍ତ
ତ୍ୟା ମାମଲା: ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ହୋଇନି ଏସଆଇଟି ତଦନ୍ତ

ବଲାଙ୍ଗୀର: ନୟାଗଡ ନାବାଳିକା ହତ୍ୟା ଘଟଣାରେ ନୂଆ ମୋଡ । ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ତଥ୍ୟ ଅନୁସନ୍ଧାନକାରୀ ଦଳ ଘଟଣାରେ ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ଏନେଇ ହାଇକୋର୍ଟଙ୍କୁ ନିବେଦନ କରାଯାଇଥିବା ମଧ୍ୟ କହିଥିଲେ ସରକାର । ହେଲେ ସରକାର ଏଯାଏଁ ଏଥିପାଇଁ ହାଇକୋର୍ଟଙ୍କୁ କୌଣସି ନିବେଦନ କରିନଥିବା ଜଣାପଡିଛି । ଯାହାର ଖୁଲାସା କରିଛନ୍ତି ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା । ଯାହା ସରକାରଙ୍କ କଥାରେ ତାଳମେଳ ନଥିବା ଘଟଣା ପ୍ରମାଣ କରିଛି ।

ତ୍ୟା ମାମଲା: ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ହୋଇନି ଏସଆଇଟି ତଦନ୍ତ

ସୂଚନା ଅଧିକାର କର୍ମୀଙ୍କ କହିବା ମୁତାବକ, ସେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ପରୀ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କ ନିବେଦନ ଚିଠି ମାଗିଥିଲେ । ତେବେ କୋର୍ଟ ଏଥିରେ କୌଣସି ଚିଠି ସରକାରଙ୍କ ପକ୍ଷରୁ ଆସିନଥିବା ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ସରକାର ଏସଆଇଟି ଗଠନ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ଏବଂ ମାମଲାରେ ଗିରଫଦାରୀ ମଧ୍ୟ ହୋଇଛି । ହେଲେ ବର୍ତ୍ତମାନ ସୂଚନାରୁ କୋର୍ଟଙ୍କ ପାଖରେ ସରକାର କୌଣସି ନିବେଦନ କରିନଥିବା ଜଣାପଡିଛି । ଏଣୁ ସରକାର ଲୋକଙ୍କୁ ଭୂଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି ହେମନ୍ତ ପଣ୍ଡା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.