ETV Bharat / state

ରେଲୱେ ଷ୍ଟେସନରୁ ୫୨ ଦାଦନ ଶ୍ରମିକ ଉଦ୍ଧାର

author img

By

Published : Nov 3, 2022, 9:22 PM IST

ରେଲୱେ ଷ୍ଟେସନରୁ ୫୨ ଦାଦନ ଶ୍ରମିକ ଉଦ୍ଧାର
ରେଲୱେ ଷ୍ଟେସନରୁ ୫୨ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୫୨ଜଣ ଦାଦନ ଶ୍ରମିକ ଉଦ୍ଧାର (Several migrant workers rescued in Balangir) । ସମସ୍ତ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ଚାଲାଣ ପାଇଁ ଉଦ୍ୟମ ହେଉଥିବା ବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରିଛି । ଅଧିକ ପଢ଼ନ୍ତୁ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ୫୨ଜଣ ଦାଦନ ଶ୍ରମିକ ଉଦ୍ଧାର (Several migrant workers rescued in Balangir) । ସମସ୍ତ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ଚାଲାଣ ପାଇଁ ଉଦ୍ୟମ ହେଉଥିବା ବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ନାବାଳିକା, ମହିଳା ଓ ପୁରୁଷ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ପୁରୁଷ, ୧୭ ମହିଳା ଓ ୧୭ଜଣ ନାବାଳିକା ଥିବା ପୁଲିସ ସୂଚନା ଦେଇଛି ।

ରେଲୱେ ଷ୍ଟେସନରୁ ୫୨ ଦାଦନ ଶ୍ରମିକ ଉଦ୍ଧାର

ବେଆଇନ ଦାଦନ ଶ୍ରମିକ ଚାଲାଣ ଏବେ ସମଗ୍ର ଜିଲ୍ଲାରେ ଜାରି ରହିଛି । ଏହି କ୍ରମରେ ଆଜି ପୁଣି 52 ଜଣ ଦାଦନ ଶ୍ରମିକ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ଶ୍ରମିକ ମାନେ ନୂଆପଡା ଜିଲ୍ଲା ବୋଡେନ ଥାନା ହାତୀବନ୍ଧା ଏବଂ ବଲାଙ୍ଗୀର ବେଲପଡା ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି । ଉଦ୍ଧାର ଶ୍ରମିକ ମାନଙ୍କ ଠାରେ କୌଣସି କାଗଜପତ୍ର ନଥିବା ବେଳେ ଦାଦନ ଦଲାଲ ଏବଂ ସର୍ଦ୍ଦାର ରାତାରାତି ଏମାନଙ୍କୁ ଟ୍ରେନ ଯୋଗେ ରାଜ୍ୟ ବାହାରକୁ ଚାଲାଣ କରିବାକୁ ରେଳ ଷ୍ଟେସନକୁ ନେଇଥିଲେ । ହେଲେ ଏ ସମ୍ପର୍କରେ ପୋଲିସ କୌଣସି ସୂତ୍ରରୁ ଖବରପାଇ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ପହଞ୍ଚି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦାଦନ ସର୍ଦ୍ଦାରଙ୍କଠାରୁ ଲାଞ୍ଚ ନେଲେ ତୁରେଇକେଲା SI, ବଦଳି କଲେ SP

ସେପଟେ ପୋଲିସକୁ ଦେଖି ଦାଦନ ସର୍ଦ୍ଦାର ଫେରାର ହୋଇଯାଇଛି । ହେଲେ ଏଥିମଧ୍ୟରୁ ଜଣେ ଦଲାଲକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ କରୁଛି । ଏହାସହ ଉଦ୍ଧାର ସମସ୍ତ ଦାଦନ ଶ୍ରମିକଙ୍କୁ ନିଜ ଗାଁକୁ ପୋଲିସ୍ ପଠାଇଦେଇଛି । ଅଧିକ ତଥ୍ୟ ଜାଣିବାକୁ ଅଟକ ଥିବା ଦଲାଲକୁ ପୁଲିସ ପଚାରାଉଚରା କରୁଛି । ଏହାସହ ଫେରାର ଦାଦନ ସର୍ଦ୍ଦାରକୁ ଖୋଜିବାକୁ ପୁଲିସ ଉଦ୍ୟମ କରୁଛି । ଉଦ୍ଧାର ଶ୍ରମିକଙ୍କୁ କେଉଁ କାମରେ ଲଗାଇବାକୁ ନିଆଯାଉଥିଲା ତାହା ଜଣାପଡ଼ିନାହିଁ । ଏନେଇ ଛାନଭିନ କରୁଛି ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ.ଚାଲିଥିଲା ବେଆଇନ ଦାଦନ ଚାଲାଣ : ୩୨ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଅଟକ

ସୂଚନାଯୋଗ୍ୟ ଯେ, ଗତକାଲି ବଲାଙ୍ଗୀର ବେଲପଡା ପୋଲିସ 32ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ଶ୍ରମିକମାନେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳ ମହୁଲପଡାର ବୋଲି ଜଣାପଡିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ 9 ପୁରୁଷ 12 ମହିଳା ଓ 11ଜଣ ଶିଶୁ ଥିବାର ଜଣାପଡିଛି । ଚାଲାଣ କରୁଥିବା 2 ସର୍ଦ୍ଦାରଙ୍କୁ ବେଲପଡା ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଉଦ୍ଧାର ଶ୍ରମିକ ମାନେ କାମଧନ୍ଦା ନ ମିଳିବାରୁ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା କହିଛନ୍ତି । ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ବେଲପଡା ପୋଲିସ ତାଙ୍କ ନିଜ ଗାଁକୁ ପଠାଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ତେବେ ଜିଲ୍ଲାର ଦିନକୁ ଦିନ ବଢିବାକୁ ଲାଗିଛି ଦାଦନ ସମସ୍ୟା । ପେଟପାଟଣା ପାଇଁ ଭିଟାମାଟି ଛାଡି ବାହାର ରାଜ୍ୟରୁ ଯାଉଛନ୍ତି ଶ୍ରମିକ । ସରକାର ଯଦି ଏ ଦିଗରେ ଦୃଷ୍ଟି ଦିଅନ୍ତେ, ତେବେ ସମସ୍ୟାର ସମାଧାନ ହୋଇପାରନ୍ତା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.