ETV Bharat / state

Mamita Murder Case: ତଦନ୍ତ ଦିଗହରା ଅଭିଯୋଗ, ୮୪ ବର୍ଷରେ କଳାକୋର୍ଟ ପିନ୍ଧିଲେ ନରସିଂହ

author img

By

Published : Apr 14, 2022, 1:31 PM IST

Mamita Murder Case: ତଦନ୍ତ ଦିଗହରା ଅଭିଯୋଗ, ୮୪ ବର୍ଷରେ ଓକିଲାତି କଲେ ବିଧାୟକ ନରସିଂହ
Mamita Murder Case: ତଦନ୍ତ ଦିଗହରା ଅଭିଯୋଗ, ୮୪ ବର୍ଷରେ ଓକିଲାତି କଲେ ବିଧାୟକ ନରସିଂହ

ବହୁଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ପୀଡିତାଙ୍କ ପରିବାରକୁ ଦେଇଥିବା ପ୍ରତିଶୃତି ପାଇଁ କଳା କୋର୍ଟ ପିନ୍ଧି ଓକିଲାତି କଲେ ଆଇନଜୀବୀ ନରସିଂହ ମିଶ୍ର । ଅଧିକ ପଢନ୍ତୁ

ବଲାଙ୍ଗୀର: ବହୁଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ପୋଲିସର ତଦନ୍ତ ଦିଗହରା ହେଉଥିବାର ଅଭିଯୋଗ ଆଣିଲେ ବରିଷ୍ଠ ନେତା ତଥା ଆଇନ ବିଶାରଦ ନରସିଂହ ମିଶ୍ର । ଏହାର ପ୍ରତିବାଦରେ ଶେଷରେ ସେ କଳା କୋର୍ଟ ପିନ୍ଧି ଓକିଲାତି କରିଛନ୍ତି । ତେବେ ଏହି ମାମଲାରେ ପୋଲିସ ତାର ତଦନ୍ତ କରି କେବଳ ଦୁଇ ଜଣଙ୍କୁ ଗିରଫ କରି ତାଙ୍କ ନାଁରେ ଚାର୍ଜସିଟ ଦାଖଲ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ହୋଇନଥିବା ନରସିଂହ ଅଭିଯୋଗ କରିଛନ୍ତି ।

ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ପୋଲିସ ଘଣ୍ଟ ଘୋଡାଇ ରଖୁଥିବାର ସେ ଅଭିଯୋଗ କରିଛନ୍ତି । ଏହି ଘଟଣାର କିଛିଦିନ ପରେ ନିଜେ ନରସିଂହ ପୀଡ଼ିତାଙ୍କ ପରିବାରକୁ ଭେଟି ଦରକାର ପଡ଼ିଲେ ସେ ନିଜେ ନ୍ୟାୟ ପାଇଁ କଳା କୋର୍ଟ ପିନ୍ଧିବେ ବୋଲି କଥା ଦେଇଥିଲେ । ସେ 84 ବର୍ଷ ବୟସରେ କଳା କୋର୍ଟ ପିନ୍ଧି କୋର୍ଟକୁ ଯାଇ ଓକିଲାତି କରିଛନ୍ତି । ତେବେ ସୂଚନା ଅନୁସାରେ ମମିତା ମେହେର ହତ୍ୟାକାଣ୍ଡରେ ତଦନ୍ତ ଦିଗହରା ହେଉଥିବାର ଅଭିଯୋଗରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା ।

ଏହାର ଓକିଲାତି ନିଜେ ନରସିଂହ ମିଶ୍ର କରିଥିଲେ। ଏହା ସହ ସେ କୋର୍ଟରେ ତଦନ୍ତ ଦିଗହରା ହେଉଥିବାର ଉପସ୍ଥାପିତ କରିବା ସହ ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ କ୍ଷମା କରାଯାଇଥିବାର କୋର୍ଟ ସମ୍ମୁଖରେ ଉପସ୍ଥାପିତ କରିଥିଲେ । ସେହିପରି ଉଚ୍ଚତମ ନ୍ୟାୟାଳୟଙ୍କ ସିଧାସଳଖ ତତ୍ତ୍ଵାବଧାନରେ ଏକ ସ୍ବତନ୍ତ୍ର ତଦନ୍ତ କମିଟି କରିବା ପାଇଁ ନିବେଦନ କରିଥିଲେ । ସେପଟେ ଏହି ମାମଲା ତଳ କୋର୍ଟ ଅର୍ଥାତ ବଲାଙ୍ଗୀର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ବିଚାରଧୀନ ରହିଛି ।

ସେହିପରି ଦୁଇ ଜଣ ମୁଦାଲା ନାଆରେ ଚାର୍ଜସିଟ୍ ମଧ୍ୟ ଦାଖଲ ହୋଇସାରିଛି । ଏଣୁ ଏହି ଆବେଦନ ତଳ କୋର୍ଟରେ କରିବା ପାଇଁ କୋର୍ଟ ପରାମର୍ଶ ଦେଇ ଜନସ୍ବାର୍ଥ ମାମଲାକୁ ପ୍ରତ୍ୟାହାର କରିବାକୁ କହିଥିଲେ । ତେବେ ଆଗାମୀ ଦିନରେ ଏହି ମାମଲା ତଳ କୋର୍ଟରେ ନିଜେ ନରସିଂହ ଆବେଦନ କରିବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.