ETV Bharat / state

ତେଜୁଛି କୋଶଳ ରାଜ୍ୟ ଗଠନ ଦାବି, ଶନିବାର ୧୦ଟି ଜିଲ୍ଲାରେ ମହାବନ୍ଦ

author img

By ETV Bharat Odisha Team

Published : Nov 17, 2023, 11:02 PM IST

କୋଶଳ ରାଜ୍ୟ ଗଠନ ଦାବି ଜୋର ଧରିଲା । ଆସନ୍ତାକାଲି କୋଶଳ ମହାବନ୍ଦ ଡାକରା ଦେଇଛି କୋଶଳ ମିଳିତ କ୍ରିୟାନୁଷ୍ଠାନ କମିଟି । ଜରୁରୀ ସେବା ଛଡା ଚକ ଅଖ ସବୁ ବନ୍ଦ । ଅଧିକ ପଢନ୍ତୁ

ତେଜୁଛି କୋଶଳ ରାଜ୍ୟ ଗଠନ ଦାବି, ଆସନ୍ତାକାଲି ୧୦ଟି ଜିଲ୍ଲାରେ ମହାବନ୍ଦ
ତେଜୁଛି କୋଶଳ ରାଜ୍ୟ ଗଠନ ଦାବି, ଆସନ୍ତାକାଲି ୧୦ଟି ଜିଲ୍ଲାରେ ମହାବନ୍ଦ

ତେଜୁଛି କୋଶଳ ରାଜ୍ୟ ଗଠନ ଦାବି, ଆସନ୍ତାକାଲି ୧୦ଟି ଜିଲ୍ଲାରେ ମହାବନ୍ଦ

ବଲାଙ୍ଗୀର: ବଲାଙ୍ଗୀରରେ କୋଶଳ ରାଜ୍ୟ ଗଠନ ନେଇ ତେଜିଛି ଆନ୍ଦୋଳନ । ଆସନ୍ତାକାଲି (ଶନିବାର ) କୋଶଳ ମହାବନ୍ଦ କରିବ କୋଶଳ ମିଳିତ କ୍ରିୟାନୁଷ୍ଠାନ କମିଟି । ଜିଲ୍ଲାରେ ଗାଡ଼ି ଚଳାଚଳ, ଦୋକାନ ବଜାର ଏବଂ ସରକାରୀ ଓ ବେଳରକାରୀ ସ୍କୁଲ କଲେଜ ସବୁ ରହିବ ବନ୍ଦ ରହିବ । ସହରରେ ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ଉପାୟରେ ବନ୍ଦ ପାଳନ କରାଯିବା ବୋଲି କୋଶଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ମିଳିଛି । ଏଥିପାଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି ।

ସୂଚନା ଯୋଗ୍ୟ ଦୀର୍ଘ ଦିନ ହେଲା ବିଭିନ୍ନ କୋଶଳ ସଂଗଠନ ଅଲଗା କୋଶଳ ରାଜ୍ୟ ଗଠନ କରିବା ପାଇଁ ଦାବି କରିଆସୁଛନ୍ତି । ଫଳରେ ପ୍ରତିବର୍ଷ ପଶ୍ଚିମାଞ୍ଚଳ ଜିଲ୍ଲାଗୁଡିକ କୋଶଳ ମହାବନ୍ଦ ଡାକରା ଦେଇଥାନ୍ତି । ତେବେ ଏହି କ୍ରମରେ ଆସନ୍ତାକାଲି (ଶନିବାର )କୋଶଳ ମହାବନ୍ଦ ଡାକରା ଦେଇଛି କୋଶଳ ମିଳିତ କ୍ରିୟା ଅନୁଷ୍ଠାନ କମିଟି । ସେହିପରି ଆଜି କୋଶଳ କର୍ମୀମାନେ ସହରରେ ଶୋଭାଯାତ୍ରା କରିବା ସହ ମହାବନ୍ଦକୁ ସଫଳ କରିବା ପାଇଁ ଲୋକଙ୍କୁ ଆହ୍ଵାନ ଦେଇଥିଲେ ।ତେବେ ଆସନ୍ତା କାଲି ବଲାଙ୍ଗୀର ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର 10ଟି ଜିଲ୍ଲାରେ ଏହି ମହାବନ୍ଦ ପାଲନ କରାଯିବ । 12 ଘଣ୍ଟିଆ ଏହି ବନ୍ଦରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିବ । ସେହିପରି ଗାଡ଼ି ଚଳାଚଳ ବନ୍ଦ ସହ ରେଳ ରୋକ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ.....ତେଜୁଛି ସ୍ବତନ୍ତ୍ର ରାଜ୍ୟ ଗଠନ ଦାବି, 18ରେ କୋଶଳ ମୁକ୍ତି ମୋର୍ଚ୍ଚାର ମହାବନ୍ଦ ଡାକରା

ତେବେ କୋଶଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ପ୍ରମୋଦ ମିଶ୍ର କହିଛନ୍ତି," ଚଳିତ ଥର କୋଶଳ ମହାବନ୍ଦ ନିର୍ଣ୍ଣାୟକ ହେବ । ଏହି 12 ଘଣ୍ଟିଆ ବନ୍ଦରେ 10ଟି ଜିଲ୍ଲାରେ ଚକ ଅଖ ଦୋକାନ ବଜାର ସବୁ ବନ୍ଦ ରହିବ । ଜରୁରୀ ସେବା ଓ ବ୍ୟବସ୍ଥାକୁ ଛାଡ଼ି ସବୁ ବନ୍ଦ କରାଯିବ । ଏହାଛଡା ବିଭିନ୍ନ ସ୍ଥାନରେ ଟ୍ରେନ ରୋକୋ ଆନ୍ଦୋଳନ ମଧ୍ୟ ହେବ। କୋଶଳ ରାଜ୍ୟ ଆମର ଅଧିକାର ଓ ସମ୍ବିଧାନର ନିୟମ ଅନୁସାରେ ଆମେ ଯୋଗ୍ୟ । " ସେହିପରି ଏହି କୋଶଳ ମହାବନ୍ଦ ରେ ସମସ୍ତେ ସାମିଲ ହେବାକୁ ସେ ଆହ୍ଵାନ ଦେଇଛନ୍ତି। ତେବେ କୋଶଳ ମହାବନ୍ଦ ପାଇଁ ନିହାତି ଭାବରେ ସାଧାରଣ ଜୀବନ ଯାପନ ବ୍ୟାହତ ହେବ । ସେପଟେ ଏହି ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜଣାପଡିଛି ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.