ETV Bharat / state

ଆଇଟି ରେଡ: ଶେଷ ହେଲା ଟଙ୍କା ଗଣତି, ମିଳିଲା 300 କୋଟିରୁ ଅଧିକ !

author img

By ETV Bharat Odisha Team

Published : Dec 11, 2023, 7:17 AM IST

IT raid in Odisha: ଓଡିଶାରେ ଆଇଟି ରେଡ । 5 ଦିନ ପରେ ଶେଷ ହେଲା ଟଙ୍କା ଗଣତି । 2 ଦିନ ପରେ ଜବତ ଟଙ୍କାର ପରିମାଣ ଜଣାପଡିବ । ଏହି ଘଟଣାରେ ସିବିଆଇ ଓ ଇଡ଼ି ତଦନ୍ତ କରୁ ବୋଲି ଦାବି କଲେ ବଲାଙ୍ଗୀର ସାଂସଦ । ଅଧିକ ପଢନ୍ତୁ

seized cash counting completed
seized cash counting completed

seized cash counting completed

ବଲାଙ୍ଗୀର: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ ଘଟଣା । ଜବତ ପୁଳା ପୁଳା ଟଙ୍କାର ଗଣତି ଶେଷ ହୋଇଛି । ଟଙ୍କା କଣି ଗଣି ହାଲିଆ ମେସିନ ଓ ଅଧିକାରୀ । କିନ୍ତୁ ଟଙ୍କାର ହିସାବ ହୋଇପାରିନି । ରବିବାର ଟଙ୍କା ଗଣତି ଶେଷ ହୋଇଥିଲେ ମଧ୍ୟ ଏହାର ପରିମାଣ ଜଣାପଡି ନାହିଁ । ଆହୁରି 2 ଦିନ ପରେ ଜବତ ଟଙ୍କାର ପରିମାଣ ଜଣାପଡିବ ବୋଲି ସୂଚନା ମିଳିଛି। ଜବତ ଟଙ୍କା 300 କୋଟିରୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି । ଗତ ପାଞ୍ଚ ଦିନ ଧରି ବଲାଙ୍ଗୀର ଏସବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଗଣତି ଜାରି ରହିଥିଲା। ସେପଟେ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ସଂଗୀତା ସିଂହଦେଓ । ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନର ଅଜାଣତରେ ଏତେ ବଡ଼ କାରବାର ବର୍ଷ ବର୍ଷ ଧରି ଚାଲିବା ସମ୍ଭବ ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସାଂସଦ । ଏଥିସହ ସିବିଆଇ ଓ ଇଡ଼ି ତଦନ୍ତ ଦାବି କରିଛନ୍ତି ।

ପଞ୍ଚମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଥିଲା ଆଇଟି ରେଡ । ଗତକାଲି(ରବିବାର) ରାତି ସୁଦ୍ଧା ସମସ୍ତ 176 ଟଙ୍କା ଭର୍ତ୍ତି ବ୍ୟାଗର ଗଣତି ପ୍ରାୟତଃ ଶେଷ ହୋଇଥିଲା । ହେଲେ ଏହି ସବୁର ହିସାବ ଏଯାଏଁ ହୋଇ ପାରି ନାହିଁ । ଯାହାଫଳରେ ଏଯାଏଁ ଟଙ୍କାର ପରିମାଣ କିମ୍ବା ସଂଖ୍ୟା ସଠିକ ଜଣା ପଡିନାହିଁ । ଏହି ପ୍ରକ୍ରିୟାକୁ ଆହୁରି କିଛି ଦିନ ଲାଗିବ ଓ ହିସାବ ପରେ କେତେ ଟଙ୍କା ଜବତ ହୋଇଛି ତାହା ସ୍ପଷ୍ଟ ହେବ । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜବତ ଟଙ୍କା ଶହଶହ କୋଟି ହୋଇ ପାରେ ଏପରିକି ଏହା ତିନି ଶହ କୋଟି ପର୍ଯ୍ୟନ୍ତ ଯାଇପାରେ ବୋଲି ଆଶଙ୍କା କରାଯାଉଛି । ସେହିପରି ଟଙ୍କା ସହ 60 କେଜି ସୁନା ମଧ୍ୟ ଜବତ ହୋଇଥିବାର ସୂଚନା ମିଳିଛି । ଯାହା ଏଯାଏଁ ସ୍ପଷ୍ଟ ହୋଇନ ଥିଲେ ମଧ୍ୟ ଏହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ଏ ବିଷୟରେ ଆଇଟି ବିଭାଗ କିମ୍ବା ବ୍ୟାଙ୍କ ଅଧିକାରୀ ଏଯାଏଁ କୌଣସି ସୂଚନା ଦେଇ ନାହାନ୍ତି।

ଏହା ମଧ୍ୟ ପଢନ୍ତୁ-ଆୟକର ରେଡ୍: 102 ବ୍ୟାଗ ଟଙ୍କା ଗଣତି ଶେଷ, 290 କୋଟି ହୋଇଛି ଗଣତି !

ଅନ୍ୟପଟେ ସାମ୍ବାଦିକ ସମ୍ମିଳନୀ କିର ବିଜେପି ସାଂସଦ ସଂଗୀତା ସିଂହଦେଓ ସିଧା ସଳଖ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନର ଅଜାଣତରେ ଏତେ ବଡ଼ କାରବାର ବର୍ଷ ବର୍ଷ ଧରି ଚାଲିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ଏତେ ବର୍ଷ ଯାଏଁ ଜଣେ ମଦ ବ୍ୟବସାୟୀ ଏତେ ଟଙ୍କା ରଖିଥିଲେ। ଯାହାର ଖବର ନା ଅବକାରୀ ବିଭାଗ ନା ପ୍ରଶାସନ ନା ପୋଲିସ କେହି କେମିତି ଜାଣିଲେ ନାହିଁ ? ସେହିପରି ରାଜ୍ୟ ସରକାର କିମ୍ବା ରାଜ୍ୟ ଗୁଇନ୍ଦା କେମିତି ଏହା ଜାଣି ପାରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଠି ବିଜେଡି ସରକାର ଅଛି ଓ ତାର ଜାଣତରେ ଏହି କାରବାର ହେଉଥିବାର ସେ କହିଛନ୍ତି। ଏପରିକି ହଵାଲା କାରବାର ସହ ବିମୁଦ୍ରିକରଣ ଟଙ୍କା ବି ଏହା ହୋଇ ପାରେ ବୋଲି ଅଭିଯୋଗ କରିଛନ୍ତି ସାଂସଦ। ଆଗକୁ ନର୍ବାଚନା ଅଛି ତେବେ ଏହି ଟଙ୍କା ସେଥିପାଇଁ ଯେ ନ ଥିବ ତାହା ଏଡାଇ ଦିଆ ଯାଇ ପାରିବ ନାହିଁ। ଏହାର ସିବି ଆଇ ତଥା ଇଡ଼ି ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ସଂଗୀତା ସିଂହଦେଓ ।


ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.