ETV Bharat / state

ସ୍ତ୍ରୀକୁ ତଣ୍ଚି ଚିପି ହତ୍ୟା ଅଭିଯୋଗ, ଫେରାର ସ୍ବାମୀ ଗିରଫ

author img

By

Published : Sep 6, 2021, 8:56 PM IST

Updated : Sep 6, 2021, 9:22 PM IST

ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ଫେରାର ଅଭିଯୋଗ, ତଦନ୍ତ କରୁଛି ପୋଲିସ
ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ଫେରାର ଅଭିଯୋଗ, ତଦନ୍ତ କରୁଛି ପୋଲିସ

ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା ପରେ ଫେରାର ସ୍ବାମୀକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ବଲାଙ୍ଗୀର: ସ୍ତ୍ରୀକୁ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗରେ ସ୍ବାମୀ ଗିରଫ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମରେ । ଏନେଇ ମହିଳାଙ୍କ ବାପଘର ପକ୍ଷରୁ ଅଭିଯୋଗ ହୋଇଛି । ଘଟଣା ପରେ ଫେରାର ଥିବା ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବାରେ ସଫଳ ହେବା ସହ ପଚରାଉଚରା ଜାରି ରଖିଛି ପୋଲିସ ।

ସ୍ତ୍ରୀକୁ ତଣ୍ଚି ଚିପି ହତ୍ୟା ଅଭିଯୋଗ, ଫେରାର ସ୍ବାମୀ ଗିରଫ

ଘଟଣା ଅନୁସାରେ, ସ୍ଥାନୀୟ ଫଟାମୁଣ୍ଡା ଗ୍ରାମର ସୁବର୍ଣ୍ଣ ସାହୁ ୮ବର୍ଷ ତଳେ ବରଗଡ ଜିଲ୍ଲାର ବଦଦୁଙ୍ଗୁରି ଗ୍ରାମର ଗନ୍ଧିଲାଲ ସାହୁଙ୍କୁ ବିବାହ କରିଥିଲେ। ବିବାହ ପରେ ମଦ୍ୟପ ସ୍ଵାମୀ ତାଙ୍କୁ ମାଡ଼ପିଟ କରୁଥିବା ଅଭିଯୋଗ ଆଣି ନିଜ ବାପାଘରେ ରହି ଆସିଥିଲେ ସୁବର୍ଣ୍ଣ । ତେବେ ଗତକାଲି ସ୍ଵାମୀ ଗନ୍ଧିଲାଲ ମଧ୍ୟ ଏହି ଗାଁକୁ ଆସିଥିବାବେଳେ ଆଜି ସୁବର୍ଣ୍ଣଙ୍କ ସହ ଝଗଡା କରିବା ସହ ତଣ୍ଟି ଚିପି ହତ୍ୟା କରିଥିବା ମୃତ ସୁବର୍ଣ୍ଣଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଖବର ପାଇ ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଅଭିଯୁକ୍ତ ସ୍ବାମୀ ଗନ୍ଧିଲାଲ ଫେରାର ହୋଇଯାଇଥିବା ବେଳେ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି ।

ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated :Sep 6, 2021, 9:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.