ETV Bharat / state

କୋଭିଡ କଟକଣାରେ ହେବ ପ୍ରସିଦ୍ଧ ସୁଲିଆ ଯାତ୍ରା: ଦୋକାନ ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନା

author img

By

Published : Jan 10, 2022, 10:35 PM IST

କୋଭିଡ କୋଟକଣାରେ ହେବ ପ୍ରସିଦ୍ଧ ସୁଲିଆ ଯାତ୍ରା
କୋଭିଡ କୋଟକଣାରେ ହେବ ପ୍ରସିଦ୍ଧ ସୁଲିଆ ଯାତ୍ରା

ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା। ତେବେ ଚଳିତ ବର୍ଷ ମଧ୍ୟ କୋରୋନା କଟକଣା ମଧ୍ୟରେ ଏହି ଯାତ୍ରା ପାଳନ ପାଇଁ ପ୍ରଶାସନ ଓ ଆୟୋଜକ ସହମତି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ବଲାଙ୍ଗୀର: ରାତି ପାହିଲେ ପାଳିତ ହେବ ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା। ତେବେ ଚଳିତ ବର୍ଷ ମଧ୍ୟ କୋରୋନା କଟକଣା ମଧ୍ୟରେ ଏହି ଯାତ୍ରା ପାଳନ ପାଇଁ ପ୍ରଶାସନ ଓ ଆୟୋଜକଙ୍କ ସହମତି ପ୍ରକାଶ କରିଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ତେବେ ଏଥର କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଥିବାବେଳେ କୋରୋନା ଗାଇ଼ଡଲାଇନ ଅନୁସାରେ ଯାତ୍ରା ପାଳନ ପାଇଁ ନିଷ୍ପତ୍ତି ହୋଇଛି ।

କୋଭିଡ କୋଟକଣାରେ ହେବ ପ୍ରସିଦ୍ଧ ସୁଲିଆ ଯାତ୍ରା

ତେବେ ଏଥି ପାଇଁ ପ୍ରଶାସନ ପୋଲିସ୍ ଓ ସୁଲିଆ ଆୟୋଜକ କମିଟି ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ବଲାଙ୍ଗୀର ଖଇର ଗୁଡ଼ା ଠାରେ ପାଳନ ହେବାକୁ ଥିବା ଏହି ଯାତ୍ରାରେ କୌଣସି ଦୋକାନ ବଜାର ଲାଗିବ ନାହିଁ। ସେହିପରି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯିବ ନାହିଁ ବୋଲି ସ୍ଥିର ହୋଇଛି।

ଏହା ଛଡ଼ା ସୁଲିଆ ପୀଠ ଅଞ୍ଚଳରେ ଶହେରୁ ଅଧିକ ଲୋକଙ୍କ ଜନଗହଳି ହେବାକୁ ଦିଆଯିବ ନାହିଁ ବୋଲି ଆଲୋଚନା ହୋଇଛି। ଏଠି ପୋଲିସ୍ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯିବା ସହ ସୁଲିଆ ପୀଠରେ ଚାରି ପ୍ଲାଟୁନ ପୋଲିସ୍ ମୁତୟନ କରାଯିବ । ବିନା ମାସ୍କରେ ଭକ୍ତଙ୍କ ପ୍ରବେଶ ନିଷେଧ ରହିବ ବୋଲି କୁହା ଯାଇଛି। ସେହିପରି ପ୍ରଶାସନ ଲୋକଙ୍କୁ କୋଭିଡ ନିୟମ ମାନି ଏହାକୁ ପାଳନ କରିବା ପାଇଁ ଆହ୍ବାନ କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.