ETV Bharat / state

ବଲାଙ୍ଗୀର ମେଡିକାଲ ପରିସରରେ ଅଭାବନୀୟ ଦୃଶ୍ୟ, କୁକୁର ମୁହଁରେ ନବଜାତ ଶିଶୁର ମୃତଦେହ

author img

By

Published : Oct 8, 2021, 6:09 AM IST

ବଲାଙ୍ଗୀର ମେଡିକାଲ ପରିସରରେ ଅଭାବନୀୟ ଦୃଶ୍ୟ, କୁକୁର ମୁହଁରେ ନବଜାତ ଶିଶୁର ମୃତଦେହ
ବଲାଙ୍ଗୀର ମେଡିକାଲ ପରିସରରେ ଅଭାବନୀୟ ଦୃଶ୍ୟ, କୁକୁର ମୁହଁରେ ନବଜାତ ଶିଶୁର ମୃତଦେହ

ଭୀମଭୋଇ ମେଡିକାଲ୍ କଲେଜ ଡାକ୍ତରଖାନା ପରିସରରେ ଅଭାବନୀୟ ଦୃଶ୍ୟ । କୁକୁର ପାଟିରେ ନବଜାତ ଶିଶୁର ମୃତଦେହ । ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ସୃଷ୍ଟି ହେଲା ଅସନ୍ତୋଷ । ଅଧିକ ପଢନ୍ତୁ...

ବାଲାଙ୍ଗୀର: ଭୀମଭୋଇ ମେଡିକାଲ୍ କଲେଜ ପରିସରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବୁଲା କୁକୁର ନବଜାତ ଶିଶୁର ମୃତଦେହକୁ ମୁହଁରେ ଧରି ଧାଉଁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଘଟଣା ସମ୍ପର୍କରେ କିଛି ସଠିକ ତଥ୍ୟ ମିଳିପାରି ନଥିବାବେଳେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସେପଟେ ଘଟଣା ସମ୍ପର୍କରେ ମେଡିକାଲ କଲେ କର୍ତ୍ତୃପକ୍ଷ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ବଲାଙ୍ଗୀର ମେଡିକାଲ ପରିସରରେ ଅଭାବନୀୟ ଦୃଶ୍ୟ, କୁକୁର ମୁହଁରେ ନବଜାତ ଶିଶୁର ମୃତଦେହ

ଶିଶୁର ମୃତଦେହ କେଉଁଠୁ ଆସିଲା, ସେ ସମ୍ପର୍କରେ ମଧ୍ୟ ସୂଚନା ମିଳିପାରିନାହିଁ । ତେବେ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁ ଏହା ଘଟିଥିବାର କହି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।

ତେବେ ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିବାବେଳେ ମେଡିକାଲ କର୍ତ୍ତୃପକ୍ଷ ଉଚିତ୍ କ୍ରିୟାକର୍ମ ପାଇଁ ଲିଖିତ ପ୍ରତିଶ୍ରୁତି ରଖିବା ପରେ ସମ୍ପୃକ୍ତ ପରିବାରକୁ ମୃତଦେହ ହସ୍ତାନ୍ତର କରୁଥିଲା । କୌଣସି ଘଟଣାରେ ମୃତଦେହର କେହି ଦାବିଦାର ନଥିଲେ ଶେଷରେ ତାହାକୁ ପୌରପାଳିକାକୁ ହସ୍ତାନ୍ତର କରାଯାଉଥିଲା । ହେଲେ ଏ ସମସ୍ତ ବ୍ୟବସ୍ଥା ଥିବା ସତ୍ତ୍ବେ ମଧ୍ୟ ଶିଶୁଟିର ମୃତଦେହ କେମିତି କୁକୁର ମୁହଁକୁ ଗଲା ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।

ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.