ETV Bharat / state

ମିଳିଲାନି ଗାଡି, 24 ଘଣ୍ଟା ପଡିରହିଲା କୋରୋନା ଆକ୍ରାନ୍ତ ମହିଳାଙ୍କ ମୃତଦେହ

author img

By

Published : Apr 5, 2021, 9:44 PM IST

ବାଲାଙ୍ଗୀରରେ 24 ଘଣ୍ଟା ପଡିରହିଲା କୋରୋନା ଆକ୍ରାନ୍ତ ମହିଳାଙ୍କ ମୃତଦେହ
24 ଘଣ୍ଟା ପଡିରହିଲା କୋରୋନା ଆକ୍ରାନ୍ତ ମହିଳାଙ୍କ ମୃତଦେହ

ବଲାଙ୍ଗୀରରେ 24 ଘଣ୍ଟା ପଡିରହିଲା କୋରୋନା ଆକ୍ରାନ୍ତ ମହିଳାଙ୍କ ମୃତଦେହ । ଅଧିକ ପଢନ୍ତୁ....

ବଲାଙ୍ଗୀର : କୋରୋନାର ଦ୍ବିତୀୟ ସଂକ୍ରମଣ ଆରମ୍ଭ ହୋଇଥିବାବେଳେ ପୁଣି ଥରେ ମହାମାରୀକୁ ନେଇ ଲୋକଙ୍କ ମଧ୍ୟରେ ଭୟ ମଧ୍ୟ ବଢିବାରେ ଲାଗିଲାଣି । କୋରୋନାରେ ଆକ୍ରାନ୍ତ ଜଣେ ମହିଳାଙ୍କର ମୃତ୍ୟୁ ହେବା ପରେ ମୃତଦେହ ନେବା ପାଇଁ ମିଳିଲାନି ଗାଡି । ଫଳରେ ମୃତଦେହ ଦୀର୍ଘ 24 ଘଣ୍ଟା ପଡ଼ି ରହିଥିବା ଦେଖିବାକୁ ମିଳିଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ।

ମିଳିଲାନି ଗାଡି , 24 ଘଣ୍ଟା ପଡିରହିଲା କୋରୋନା ଆକ୍ରାନ୍ତ ମହିଳାଙ୍କ ମୃତଦେହ

ମିଳିଥିବା ସୂଚନା ଅନୁସାରେ ଉଳବା ଗ୍ରାମର ଜଣେ ମହିଳାଙ୍କୁ ଶ୍ବାସ କ୍ରିୟାରେ କଷ୍ଟ ଅନୁଭବ ହୋଇଥିବା ଯୋଗୁ ପରିବାର ଲୋକେ ତାଙ୍କୁ ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗତକାଲି ଭର୍ତ୍ତି କରିଥିଲେ । ତେବେ କୋଭିଡ ଟେଷ୍ଟ ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସେପଟେ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ମୃତଦେହ ଗାଁକୁ ନେବା ପାଇଁ କୌଣସି ଗାଡି ମିଳିନଥିଲା। ଡ଼ାକ୍ତରଖାନା ପକ୍ଷରୁ ମଧ୍ୟ ଗାଡ଼ିର ବ୍ୟବସ୍ଥା ହୋଇ ପାରି ନ ଥିଲା। ମୃତଦେହ ଆଜି ସଂନ୍ଧ୍ୟା ପର୍ଯ୍ୟନ୍ତ ପଡି ରହିବା ପରେ ସ୍ଥାନୀୟ ବିଡିଓଙ୍କ ପ୍ରଚେଷ୍ଟାରେ ମୃତଦେହ ଗାଁରେ ପହଞ୍ଚିଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.