ETV Bharat / state

Fake Certificate Racket: ଖୋଳତାଡ ପାଇଁ ବଲାଙ୍ଗୀରରେ କ୍ରାଇମବ୍ରାଞ୍ଚ ଟିମ

author img

By

Published : Apr 2, 2023, 9:00 AM IST

fake certificate racket case
fake certificate racket case

ଜାଲ ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ କରିବା ନେଇ ବଲାଙ୍ଗୀରରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ । ଅଧିକ ପଢନ୍ତୁ

fake certificate racket case

ବଲାଙ୍ଗୀର: ଜାଲ ସାର୍ଟିଫିକେଟ ଘଟଣାରେ ତଦନ୍ତ ପାଇଁ ବଲାଙ୍ଗୀରରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ଏକ ଟିମ । ଡ଼ିଏସପି ଡିଏସ ଚକ୍ରଙ୍କ ନେତୃତ୍ବରେରେ ଏକ ପାଞ୍ଚ ଜଣିଆ ଟିମ ଗତ ରାତିରେ ଜିଲ୍ଲାରେ ପହଞ୍ଚିଛି । ପ୍ରଥମେ ଏମାନେ ବଲାଙ୍ଗୀର ଏସପି, ବଲାଙ୍ଗୀର ଏସଡ଼ିପିଓ ତୁଫାନ ବାଗ, ଟାଉନ ଥାନା ଅଧିକାରୀ ଓ ସଦର ଥାନା ଅଧିକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଏନେଇ ଗଣମାଧ୍ୟମକୁ କ୍ରାଇମବ୍ରାଞ୍ଚ ଡ଼ିଏସପି ଡ଼ି.ଏସ ଚକ୍ର ସମ୍ୟକ ସୂଚନା ଦେଇଥିଲେ ।

କ୍ରାଇମବ୍ରାଞ୍ଚ ଡ଼ିଏସପିଡ଼ି କହିଛନ୍ତି ଯେ, ''ପ୍ରଥମ ପର୍ଯ୍ୟାୟରେ ଆମେ ବଲାଙ୍ଗୀର ପୋଲିସ ସହ ଆଲୋଚନା କରିଛୁ । ସବୁ ଦିଗକୁ ନେଇ ତଦନ୍ତ କରାଯିବ । ଟେକ୍ନିକାଲ ପାର୍ଟ ସହିତ ସବୁ ଲିଙ୍କକୁ ନେଇ ତଦନ୍ତ କରାଯିବ । ଏହି ସମୟରେ କୌଣସି ଅସୁବିଧା ହେବନାହିଁ ବୋଲି ସେ କହିଛନ୍ତି । ସେହିପରି ସେମାନେ ଏଠି କେତେ ଦିନ ରହିବେ କେଉଁ କେଉଁ ଦିଗକୁ ନେଇ ତଦନ୍ତ କରିବେ ତାକୁ ନେଇ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି କ୍ରାଇମବ୍ରାଞ୍ଚ ଡ଼ିଏସପି ।''

ତେବେ ବଲାଙ୍ଗୀର ଡାକ ବିଭାଗରେ ଖାଲି ପଦବୀ ପୂରଣ ପାଇଁ ଆସିଥିବା ଆବେଦନ ମଧ୍ୟରେ 37ଟି ଜାଲ ସାର୍ଟିଫିକେଟ ଥିବାର ସନ୍ଦେହ ହୋଇଥିଲା । ଯାହା ପରେ ପୋଲିସ ହାତକୁ ଏହି ମାମଲା ଆସିଥିଲା । ପୋଲିସ ଏହି ମାମଲାରେ ତଦନ୍ତ କରି ମାତ୍ର ଦୁଇ ଦିନରେ ଏହାର ମାଷ୍ଟର ମାଇଣ୍ଡ ରିଲାଏନ୍ସ କୋଚିଂର ମାଲିକ ମନୋଜ ମିଶ୍ରଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଥିଲା । ସେହିପରି ଏଥିରେ ସମ୍ପୃକ୍ତ ଥିବା ଅନ୍ୟ 17 ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା । ତେବେ ସମ୍ପୃକ୍ତ କୋଚିଂ ସେଣ୍ଟରରେ ଚଢ଼ାଉ ପରେ ମିଳିଥିବା ପ୍ରମାଣ ତଥ୍ୟରେ ପୋଲିସ ଠୁ ନେଇ ସମସ୍ତେ ଚକିତ ହୋଇଥିଲେ ।

ଯେଉଁଥିରେ ଅଭିଯୁକ୍ତ ଦୀର୍ଘ ସାତ ବର୍ଷରୁ ଅଧିକ ସମୟ ହେବ ଏହି ଧନ୍ଦା କରି ଆସୁଥିବା ଜଣାପଡିଥିଲା । ଯେଉଁଥିରେ ଦେଶର ବିଖ୍ୟାତ 41ଟି ବିଶ୍ୱବିଦ୍ୟାଳୟ ଓ ସ୍କୁଲ ବୋର୍ଡର ସାର୍ଟିଫିକେଟ ଜାଲ କରି ଏମାନେ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଥିଲା । ତେବେ ଚଢ଼ାଉ ବେଳେ ପାଞ୍ଚ ହଜାରରୁ ଊର୍ଦ୍ଧ୍ବ ଜାଲ ସାର୍ଟିଫିକେଟ ସହ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିଥିଲା । ଦୀର୍ଘ ସାତ ବର୍ଷ ମଧ୍ୟରେ ସେ ଚାକିରି ଦେବା ନାଁରେ ତଥା ଜାଲ ସାର୍ଟିଫିକେଟରେ କୋଟି କୋଟି ଟଙ୍କା ରୋଜଗାର କରିଥିବାର ଜଣା ପଡିଥିଲା ।

ଯେଉଁଥିରେ ଆଲିଶାନ ଫ୍ଲାଟ ସହ କୋଟି କୋଟି ଟଙ୍କାର ଜମି କିଣି ଥିବାର ତଥ୍ୟ ପୋଲିସ ହାତରେ ଲାଗିଥିଲା । ସେହିପରି ଏହାର ଚେର କେବଳ ବଲାଙ୍ଗୀର ନୁହେଁ ଜିଲ୍ଲା ଓ ରାଜ୍ୟ ବାହାର ପର୍ଯ୍ୟନ୍ତ ଲମ୍ବି ଥିବାର ଜଣାପଡ଼ିଛି । ମାମଲାର ଗୁରୁତ୍ବକୁ ଦେଖି ଏହାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଆଗକୁ ଏଥିରେ ଆଉ କଣ ତଥ୍ୟ ସାମ୍ନାକୁ ଆସୁଛି ତାହା ତଦନ୍ତ ପରେ ହିଁ ଜଣାପଡିବ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.