ETV Bharat / state

ଚେନ୍ନାଇ ଦୁର୍ଘଟଣାରେ ଆଖି ବୁଜିଲେ ବଲାଙ୍ଗୀରର ବରିଷ୍ଠ ସାମ୍ବାଦିକ

author img

By

Published : Nov 17, 2021, 7:09 PM IST

ତାମିଲନାଡୁର ଚେନ୍ନାଇରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଲେ ବଲାଙ୍ଗୀରର ସାମ୍ବାଦିକ ସୁଶୀଲ ପଣ୍ଡା । ଅଧିକ ପଢନ୍ତୁ
Balangir senior journalist sushil kumar panda accident death in chennai
ଚେନ୍ନାଇରେ ଦୁର୍ଘଟଣାରେ ପ୍ରାଣ ହରାଇଲେ ବଲାଙ୍ଗୀରର ବରିଷ୍ଠ ସାମ୍ବାଦିକ

ବଲାଙ୍ଗୀର: ଚେନ୍ନାଇରେ ଦୁର୍ଘଟଣାରେ ପ୍ରାଣ ହରାଇଲେ ବଲାଙ୍ଗୀରର ବରିଷ୍ଠ ସାମ୍ବାଦିକ । ଯାହାକୁ ନେଇ ବଲାଙ୍ଗୀର ସହରରେ ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ବରିଷ୍ଠ ସାମ୍ବାଦିକ ସୁଶିଲ ପଣ୍ଡାଙ୍କ ଚେନ୍ନାଇରେ ଏକ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଛି । ତାମିଲନାଡୁର ଚେନ୍ନାଇରେ ଗତ ୨୩ ଦିନ ତଳେ ବାପା ମାଆଙ୍କ ଚିକିତ୍ସା ପାଇଁ ଯାଇଥିଲେ ସୁଶୀଲ କୁମାର ପଣ୍ଡା । ହୋଟେଲରୁ ଜଳଖିଆ ଆଣିବାକୁ ଯାଇ ଫେରୁଥିବା ବାଟରେ ଏକ ବାଇକ ସହିତ ଧକ୍କା ହୋଇଥିଲା । ଯେଉଁଥିରେ ସେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ବେଳେ ଆଜି ତାଙ୍କର ପ୍ରାଣବାୟୁ ଚାଲିଯାଇଛି ।

Balangir senior journalist sushil kumar panda accident death in chennai
ଚେନ୍ନାଇରେ ଦୁର୍ଘଟଣାରେ ପ୍ରାଣ ହରାଇଲେ ବଲାଙ୍ଗୀରର ବରିଷ୍ଠ ସାମ୍ବାଦିକ

ତାଙ୍କ ମରଶରୀର ପାଖରେ ତାଙ୍କ ବୃଦ୍ଧା ବାପା ମା ସ୍ତ୍ରୀ ଓ ପୁଅ ଭଣଜା ସହିତ ଭାଇ ଉପସ୍ଥିତ ଅଛନ୍ତି । ସେପଟେ ଆସନ୍ତାକାଲି ତାଙ୍କ ମରଶରୀର ବଲାଙ୍ଗୀର ଅଣାଯିବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି । ତେବେ ତାଙ୍କର ଏହି ଅକାଳ ବିୟୋଗରେ ବଲାଙ୍ଗୀର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ସୁଶିଲ ପଣ୍ଡା ଦଶନ୍ଧି ଧରି ସାମ୍ବାଦିକତା କରି ଆସୁଥିଲେ। ତାଙ୍କର ଏକ ନିଜସ୍ବ ପତ୍ରିକା ବେଶ ଲୋକପ୍ରିୟ ଥିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.