ETV Bharat / state

ଆୟୁଷ ଡାକ୍ତର ପଦବୀ ସୃଷ୍ଟି ଦାବି, ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଲେ ବଲାଙ୍ଗୀର ପୂର୍ବତନ ସାଂସଦ

author img

By ETV Bharat Odisha Team

Published : Sep 10, 2023, 12:40 PM IST

ଆୟୁଷ ଡାକ୍ତର ପଦବୀ ସୃଷ୍ଟି ଦାବି
ଆୟୁଷ ଡାକ୍ତର ପଦବୀ ସୃଷ୍ଟି ଦାବି

ବଲାଙ୍ଗୀରରେ 15 ଦିନ ହେବ ଧାରଣାରେ ଆୟୁଷ ଛାତ୍ରଛାତ୍ରୀ। ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ତୀବ୍ର କରିବାର ଦେଲେ ଚେତାବନୀ। ଅଧିକ ପଢନ୍ତୁ

ଆୟୁଷ ଡାକ୍ତର ପଦବୀ ସୃଷ୍ଟି ଦାବି

ବଲାଙ୍ଗୀର: ବଲାଙ୍ଗୀରରେ ଆୟୁଷ ଛାତ୍ରଛାତ୍ରୀଙ୍କ ଧାରଣା 16 ଦିନରେ ପହଞ୍ଚିଛି । ବିଭିନ୍ନ ଦାବି ପୂରଣ ନେଇ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ସେହିପରି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ । ତେବେ ଏନେଇ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ବଲାଙ୍ଗୀର ପୂର୍ବତନ ସାଂସଦ ତଥା ବର୍ତ୍ତମାନ ଓଡ଼ିଶାର ହାଉସିଂ ବୋର୍ଡ ଅଧ୍ୟକ୍ଷ କାଲିକେଶ ନାରାୟଣ ସିଂହ ଦେଓ । ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ସମସ୍ୟାର ସମାଧାନ ସମାଧାନ ନେଇ ପ୍ରତିଶୃତି ଦେଲେ ବଲାଙ୍ଗୀର ପୂର୍ବତନ ସାଂସଦ ।

ସୂଚନା ମୁତାବକ, ଓଡିଶା ତଥା ବଲାଙ୍ଗୀରର ସର୍ବ ପୁରାତନ ଆୟୁର୍ବେଦିକ କଲେଜର ଛାତ୍ରଛାତ୍ରୀ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି। ଯେଉଁଥିରେ ଏମାନେ କଲେଜ ସମ୍ମୁଖରେ 16 ଦିନ ହେବ ଧାରଣା ଦେଇଛନ୍ତି । ତେବେ 21 ବର୍ଷ ହେବ ତାଙ୍କ ପାଇଁ ନୂଆ ଚାକିରି ପଦବୀ ସୃଷ୍ଟି ହୋଇ ନାହିଁ । ସେହିପରି ଷ୍ଟାଇପେଣ୍ଡ ଅର୍ଥ ରାଶି ବୃଦ୍ଧି, ପ୍ରତିବର୍ଷ ଚାକିରି ପଦବୀ ବୃଦ୍ଧି ଓ ଆୟୁର୍ବେଦିକ ଡାକ୍ତରଖାନା ତଥା କଲେଜକୁ ଔଷଧ ଯୋଗାଣ ଆଦି ନେଇ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ପାଠ ପଢ଼ୁଥିବା ସବୁ ବିଭାଗର ଆୟୁର୍ବେଦିକ ଛାତ୍ରଛାତ୍ରୀ ଆନ୍ଦୋଳନ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଆୟୁଷ ଡାକ୍ତର ପଦବୀ ସୃଷ୍ଟି ଦାବି, କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ତେବେ ଏନେଇ ଆନ୍ଦୋଳନରତ ଛାତ୍ରୀ ଶ୍ରେୟା ଶର୍ମା କହିଛନ୍ତି ଯେ, ତାଙ୍କର ମୁଖ୍ୟ ତିନୋଟି ଦାବି ରହିଛି । ଯେଉଁଥିରେ ଦୀର୍ଘ 21 ବର୍ଷ ହେବ ତାଙ୍କ ପାଇଁ ଅର୍ଥାତ ଆୟୁଷ ଡାକ୍ତରଙ୍କ ପାଇଁ ନୂଆ ପଦବୀ ସୃଷ୍ଟି ହୋଇ ନାହିଁ । ତେଣୁ ନୂଆ ପଦବୀ ଓ ନିଯୁକ୍ତି କରାଯାଉ । ସେହିପରି ପ୍ରତିବର୍ଷ ଏହି ପଦବୀ ସଂଖ୍ୟାରେ ବୃଦ୍ଧି କରାଯାଉ । ଏହାଛଡା ଓଡ଼ିଶାରେ ଏଲୋପାଥିକ ଭଳି ଏମାନଙ୍କ ଷ୍ଟାଇପେଣ୍ଡ ଅର୍ଥାତ ରାଶି ବୃଦ୍ଧି କରାଯାଉ । ଯାହା ଏବେ ମାତ୍ର 17 ହଜାର ଟଙ୍କା ଥିବା ବେଳେ ତାହା ଅନ୍ୟ ରାଜ୍ୟ ଅପେକ୍ଷା ବହୁତ କମ ବୋଲି ସେ କହିଛନ୍ତି । ତେବେ ସେହି ସବୁ ଦାବି ପୂରଣ ପାଇଁ ସେମାନେ ଗତ ଅଗଷ୍ଟ 25 ତାରିଖରୁ ଧାରଣାରେ ବସିଛନ୍ତି । ହେଲେ ଏଯାଏଁ ସରକାର କୌଣସି ପଦକ୍ଷେପ ନେଇ ନାହିଁ । ତେଣୁ ଆଗକୁ ଦାବି ପୂରଣ ନ ହେଲେ ଏମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.