ETV Bharat / state

ଆୟୁଷ ଡାକ୍ତର ପଦବୀ ସୃଷ୍ଟି ଦାବି, କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

author img

By ETV Bharat Odisha Team

Published : Aug 31, 2023, 7:36 PM IST

ହୋମିଓପାଥିକ କଲେଜ ପରିସରରେ ଧାରଣା ଦେଲେ ଛାତ୍ରଛାତ୍ରୀ
ହୋମିଓପାଥିକ କଲେଜ ପରିସରରେ ଧାରଣା ଦେଲେ ଛାତ୍ରଛାତ୍ରୀ

ବିଜୁପଟ୍ଟନାୟକ ହୋମିଓପାଥିକ ମହାବିଦ୍ୟାଳୟରେ ପରିସରରେ ଛାତ୍ରାଛାତ୍ରୀଙ୍କ ଧାରଣା । ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରିବା ଦାବିରେ ରାଜ୍ୟ ସରକାର ବିରୋଧରେ କଲେ ଆନ୍ଦୋଳନ । ଅଧିକ ପଢନ୍ତୁ

ହୋମିଓପାଥିକ କଲେଜ ପରିସରରେ ଧାରଣା ଦେଲେ ଛାତ୍ରଛାତ୍ରୀ

ବ୍ରହ୍ମପୁର: ରାଜ୍ୟରେ ନୂତନ ଆୟୁଷ ଡାକ୍ତର ପଦବୀ ସୃଷ୍ଟି କରିବା ଦାବିରେ ହୋମିଓପାଥିକ କଲେଜ ପରିସରରେ ବିଦ୍ୟାର୍ଥୀମାନଙ୍କ ବିକ୍ଷୋଭ । ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଘ ଡାକରାକୁ ସମର୍ଥନ ଜଣାଇ ବ୍ରହ୍ମପୁର ସହର ବିଜୁପଟ୍ଟନାୟକ ହୋମିଓପାଥିକ ମହାବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ । ଗତ ୨୫ ତାରିଖ ଠାରୁ କଳାବ୍ୟାଚ ପରିଧାନ କରି ଆସୁଥିବା ବେଳେ ଦାବି ପୂରଣ ନେଇ ସରକାର ପଦକ୍ଷପ ଗ୍ରହଣ ନକରିବାରୁ ପୁଣି ଶାଣିତ କଲେ ସ୍ୱର । ତେବେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଅଭିଯୋଗ ମୁତାବକ ସ୍ୱାସ୍ଥ୍ୟସେବା ଏକ ମୌଳିକ ଆବଶ୍ୟକତା । କିନ୍ତୁ ଓଡ଼ିଶାରେ ସ୍ବାସ୍ଥ୍ୟକ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଉ ନାହିଁ । ଫଳରେ ଡାକ୍ତରୀ ଛାତ୍ରଛାତ୍ରୀ ମାନସିକ ଚାପରେ ରହୁଥିବା ବେଳେ ରୋଗ ସେବା ସଠିକ ଢଙ୍ଗରେ ହୋଇ ପାରୁନି ।

ଛାତ୍ରଛାତ୍ରୀଙ୍କ ଦାବି ଅନୁଯାୟୀ ,ପ୍ରାୟ ସାଢ଼େ ୪ କୋଟି ଓଡିଆଙ୍କ ପାଇଁ ୫୬୨ ହୋମିଓପ୍ୟାଥିକ ଡାକ୍ତର ଏବଂ ୬୧୯ ଆୟୁର୍ବେଦିକ ଡାକ୍ତର ନିଯୁକ୍ତ ଅଛନ୍ତି । ଅର୍ଥାତ ମୋଟ ୧୧୭୯ ସରକାରୀ ଆୟୁଷ ଡାକ୍ତର ଓଡ଼ିଶାରେ ସେବା ପ୍ରଦାନ କରୁଛନ୍ତି । ଏହାର ସରଳ ଅର୍ଥ ହେଲା ପ୍ରତି ୩ ଲକ୍ଷ 70 ହଜାର ବ୍ୟକ୍ତିରେ ମାତ୍ର ଜଣେ ଆୟୁଷ ଡାକ୍ତର ତାଙ୍କର ସେବା ପ୍ରଦାନ କରୁଛନ୍ତି । ଜନସଂଖ୍ୟାକୁ ଦେଖିଲେ ଡାକ୍ତର ସଂଖ୍ୟା ସମୁଦ୍ରକୁ ଶଙ୍ଖେ ପରି । ଏତେ କମ୍ ସଂଖ୍ୟକ ଡାକ୍ତର ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଅସମ୍ଭବ ହୋଇପଡୁଛି । ତେଣୁ ବହୁବାର ନୂଆ ନିଯୁକ୍ତି ନେଇ ଦାବି ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ଯାହାକୁ ନେଇ ସେମାନେ କଳା ବ୍ୟାଚ୍‌ ପିନ୍ଧି ଆନ୍ଦୋଳନ କରିଛନ୍ତି । ତେବେ ତୁରନ୍ତ ୫୦୦ ଲେଖାଏଁ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ଦାବି ହୋଇଛି । ଏତଦବ୍ୟତୀତ ପ୍ରତିବର୍ଷ ଅତି କମରେ ୧୦୦ ଆୟୁଷ ଡାକ୍ତର ଓ ଏଏନ୍‌ଏମ୍‌ ଆବଶ୍ୟକତାକୁ ଆଖି ଆଗରେ ରଖି ନିଯୁକ୍ତି ଦିଆଯାଉ ।

ଅଧିକ ପଢନ୍ତୁ..ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତର, ଆନ୍ଦୋଳନ ଚେତାବନୀ ଦେଲା କଳାହାଣ୍ଡି ଶାଖା

ଛତ୍ରାଛାତ୍ରୀ କହିଛନ୍ତି, "କେବଳ ନାମକୁ ମାତ୍ର ସ୍ୱାସ୍ଥ୍ୟସେବା ପ୍ରତି ସରକାର ଦାୟିତ୍ୱବାନ ବୋଲି କୁହାଯାଉଛି । କିନ୍ତୁ ଦୁଃଖର କଥା ଯେ ଆମ ରାଜ୍ୟର ସରକାର ଆୟୁଷ ସେବାପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ଦୁଃଖର କଥା ଯେ ଦୀର୍ଘ ୨୧ ବର୍ଷ ଭିତରେ ଜଣେ ହେଲେ ବି ଆୟୁଷ ଚିକିତ୍ସା ପଦାଧିକାରୀ ଆମ ରାଜ୍ୟରେ ନିଯୁକ୍ତ ହୋଇ ନାହାନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ୮ ହଜାର ଆୟୁଷ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୮ ଶହ ହସ୍ପିଟାଲ ଖୋଲାଯିବା କଥା । କିନ୍ତୁ ଏଥିପ୍ରତି ସରକାରଙ୍କର କୌଣସି ନଜର ନାହିଁ ।"

ଇଟିଭି ଭାରତ ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.