ETV Bharat / state

ଶୌଚ ହେବାକୁ ଯାଇ ହାତୀ ଆକ୍ରମଣରେ ମହିଳା ମୃତ

author img

By

Published : Aug 28, 2019, 12:27 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳର ଆଠମଲ୍ଲିକ ବନଖଣ୍ଡ ନଅଗାଁ ପଞ୍ଚାୟତ ନୂଆଁଗଡ ଗାଁରେ ଶୌଚ ହେବାକୁ ଯିବାବେଳେ ହାତୀ ଆକ୍ରମଣରେ ମହିଳା ମୃତ ।

ଅନୁଗୋଳ: ଶୌଚ ହେବାକୁ ଯିବାବେଳେ ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ ହୋଇଛି । ଅନୁଗୋଳର ଆଠମଲ୍ଲିକ ବନଖଣ୍ଡ ନଅଗାଁ ପଞ୍ଚାୟତ ନୂଆଁଗଡ ଗାଁରେ ଆଜି ଭୋରରେ ଏହି ଘଟଣା ଘଟିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ମୃତ ମହିଳା ଜଣଙ୍କ ନୂଆଁଗଡ଼ ଗାଁର ସୁବାସିନୀ ନାୟକ ବୋଲି ଜଣାପଡିଛି । ସୁବାସିନୀ ଆଜି ସକାଳୁ ଘରୁ ବାହାରି ଶୌଚ ହେବାକୁ ଯାଉଥିବା ସମୟରେ ହଠାତ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା । ଫଳରେ ସୁବାସିନୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ହାତୀ ଘଉଡାଇବା ଓ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ । ପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଅନୁଗୋଳ ରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ । ଆଠମଲ୍ଲିକ ରେ ଜିବନ ହାରିଲେ ମହିଳା ।Body:ଅନୁଗୋଳ ଜିଲ୍ଲାରେ ପୁଣି ଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ଜିଲା ର ଆଠମଲ୍ଲିକ ବନଖଣ୍ଡ   ନଅଗାଁ ପଞ୍ଚାୟତ  ନୂଆଁଗଡ ଗାଁରେ ଆଜି ଭୋରରେ ହାତୀ ଆକ୍ରମଣ କରିବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ନୂଆଁଗଡ଼ ଗାଁର ସୁବାସିନୀ ନାୟକ ବୋଲି ଜଣାପଡିଛି । ସୁବାସିନୀ ଆଜି ସକାଳୁ ଘରୁ ବାହାରି ଶୌଚ ହେବାକୁ ଯାଉଥିବା ସମୟରେ ହଠାତ ତାଙ୍କୁ ଏକ ହାତୀ ଆକ୍ରମଣରେ କରିଥିଲା । ଫଳରେ ସୁବାସିନୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେବା ସହ ହାତୀ ଘଉଡାଇବା ଓ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିବାରେ ସୂଚନା ରହିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.