ETV Bharat / state

ଅନୁଗୋଳରେ ଆରମ୍ଭ ହେଲା ଧାନ କିଣା

author img

By

Published : Dec 16, 2020, 10:44 PM IST

ଜିଲାରେ ଆରମ୍ଭ ହୋଇଛି ଧାନ କିଣା
ଅନୁଗୋଳରେ ଆରମ୍ଭ ହେଲା ଧାନ କିଣା

ଜିଲ୍ଲାର ପାଲଲହଡ଼ା, ତାଳଚେର ଓ କିଶୋର ନଗର ବ୍ଲକରେ ଆଜି ପ୍ରଥମ ଦିନରେ ମଣ୍ଡି ଖୋଲିଛି । ଆଜି ପାଲଲହଡା ବ୍ଲକର ସେବା ସମବାୟ ସମିତି ଓ ଆଠମଲ୍ଲିକ ବ୍ଲକର ଅମସରମୁଣ୍ଡା କୃଷି ସମବାୟ ସମିତିରେ ଧାନ କିଣା ଆରମ୍ଭ କରାଯାଇଛି । ଅମସରମୁଣ୍ଡା ସମିତିରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ଅନୁଗୋଳ: ଜିଲାରେ ଆରମ୍ଭ ହୋଇଛି ଧାନ କିଣା । ଜିଲ୍ଲାର ପାଲଲହଡ଼ା, ତାଳଚେର ଓ କିଶୋର ନଗର ବ୍ଲକରେ ଆଜି ପ୍ରଥମ ଦିନରେ ମଣ୍ଡି ଖୋଲିଛି । ଆଜି ପାଲଲହଡା ବ୍ଲକର ସେବା ସମବାୟ ସମିତି ଓ ଆଠମଲ୍ଲିକ ବ୍ଲକର ଅମସରମୁଣ୍ଡା କୃଷି ସମବାୟ ସମିତିରେ ଧାନ କିଣା ଆରମ୍ଭ କରାଯାଇଛି । ଅମସରମୁଣ୍ଡା ସମିତିରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ଅନୁଗୋଳରେ ଆରମ୍ଭ ହେଲା ଧାନ କିଣା

ଜିଲାରେ ମୋଟ ୯୪ଟି ସମିତିରେ ଧାନ କିଣା କରାଯିବ। ପର୍ଯ୍ୟାୟ କ୍ରମେ ଏହି ପ୍ରକ୍ରିୟା ଚାଲୁ ରହିବ। ଧାନ ବିକ୍ରି ପାଇଁ ମୋଟ ୩୫ ହଜାର ୮୭୭ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି । ଚଳିତବର୍ଷ ପ୍ରାୟ ୬ ଲକ୍ଷ କୁଇଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ରଖାଯାଇଛି ।

ଏଥିପାଇଁ ଯୋଗାଣ ବିଭାଗ, ସମବାୟ ବିଭାଗ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ଜିଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକମାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.