ETV Bharat / state

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

author img

By

Published : Mar 31, 2021, 4:22 PM IST

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ପ୍ରତିବାଦ ସହ ଜିଲାପାଳଙ୍କ ଅଫିସ ଘେରାଉ । ଅଧିକ ପଢନ୍ତୁ...

ଅନୁଗୋଳ: ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ପ୍ରତିବାଦ ସହ ଜିଲାପାଳଙ୍କ ଅଫିସ ଘେରାଉ । ଆଜି ଏଭଳି ପ୍ରତିବାଦ ଦେଖିବାକୁ ମିଳିଛି ଅନୁଗୋଳ ସହରରେ। ରାଜ୍ୟ ସରକାରଙ୍କ ବାରମ୍ବାର ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ କରି ଆଜି ପ୍ରତିବାଦ କରିଛି SUCI କମ୍ୟୁନିଷ୍ଟ ଅନୁଗୋଳ ଜିଲ୍ଲା ଶାଖା ।

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ସରକାର ନିକଟରେ ୟୁନିଟି ପିଛା 30 ପଇସା ଶୁଳ୍କ ବୃଦ୍ଧି କରିଛନ୍ତି । ଯାହାକୁ ନେଇ SUCI କମ୍ୟୁନିଷ୍ଟ ଅନୁଗୋଳ ଜିଲା କମିଟି ପକ୍ଷରୁ ପ୍ରତିବାଦ କରାଯାଇଛି। ବହୁ ସଂଖ୍ୟାରେ ସଂଗଠନର ସଦସ୍ୟମାନେ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହ ବିକ୍ଷୋଭ କରିଛନ୍ତି । ବର୍ତ୍ତମାନ କୋଭିଡ ଭଳି ସ୍ଥିତିରେ ଲୋକେ ରୋଜଗାର ହରାଇଛନ୍ତି। ସାଧାରଣ ଗରିବ ଖଟିଖିଆ ପାଖରେ ବଞ୍ଚିବାକୁ ଅର୍ଥ ନାହିଁ। ଏପରି ସଙ୍କଟଜନକ ସ୍ଥିତିରେ ସରକାରଙ୍କ ବିଦ୍ୟୁତ ଶଳ୍କ ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ , ଓ ତୁରନ୍ତ ତାହା ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛି ସଂଗଠନ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.