ETV Bharat / state

ଖୋଲିଲା ରେଙ୍ଗାଳୀ ଡ୍ୟାମ୍‌ର ୨ ଗେଟ୍‌, ବ୍ରାହ୍ମଣୀରେ ବଢିଲା ବନ୍ୟା ଆଶଙ୍କା

author img

By

Published : Aug 25, 2022, 2:31 PM IST

ଖୋଲିଲା ରେଙ୍ଗାଳୀ ଜଳଭଣ୍ଡାରର 2 ଗେଟ, ବ୍ରାହ୍ମଣୀରେ ବନ୍ୟା ଆଶଙ୍କା
ଖୋଲିଲା ରେଙ୍ଗାଳୀ ଜଳଭଣ୍ଡାରର 2 ଗେଟ, ବ୍ରାହ୍ମଣୀରେ ବନ୍ୟା ଆଶଙ୍କା

ରେଙ୍ଗାଳୀ ଜଳଭଣ୍ଡାରର ୨ଟି ଗେଟ ଖୋଲିଛି । ରେଙ୍ଗାଳି ଡ୍ୟାମରୁରୁ ବନ୍ୟାଜଳ ନିଷ୍କାସନ ହେଉଛି । ଅନୁଗୋଳ ତାଳଚେର ବ୍ରାହ୍ମଣୀ ନଦୀରେ ଥିବା ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଅଧିକ ପଢନ୍ତୁ

ଅନୁଗୋଳ: କମିନାହିଁ ବନ୍ୟା ବିପଦ । ମହାନଦୀ ଓ ସୁବର୍ଣ୍ଣରେଖା ସିଷ୍ଟମ ପରେ ବ୍ରାହ୍ମଣୀରେ ହୋଇପାରେ ବନ୍ୟା । ରେଙ୍ଗାଳୀ ଜଳ ଭଣ୍ଡାରର ୨ଟି ଗେଟ ଖୋଲିଛି(Rengali Dam Opens 2 more Sluice Gate) । ରେଙ୍ଗାଳି ଡ୍ୟାମରୁରୁ ବନ୍ୟାଜଳ ନିଷ୍କାସନ ହେଉଛି । ଅନୁଗୋଳ ତାଳଚେର ବ୍ରାହ୍ମଣୀ ନଦୀରେ ଥିବା ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବ୍ରାହ୍ମଣୀରେ ବନ୍ୟା ଆଶଙ୍କା କରାଯାଉଛି ।

ଖୋଲିଲା ରେଙ୍ଗାଳୀ ଜଳଭଣ୍ଡାରର 2 ଗେଟ, ବ୍ରାହ୍ମଣୀରେ ବନ୍ୟା ଆଶଙ୍କା

ଜଳ ଭଣ୍ଡାରର ଜଳଧାରଣ କ୍ଷମତା ୧୨୩.୫୦ ମିଟର ହୋଇଥିବାବେଳେ, ବର୍ତ୍ତମାନ ଜଳସ୍ତର ୧୨୨.୬୮ ମିଟର ରହିଛି । ଫଳରେ ଡ୍ୟାମ୍‌ର ୮ ଓ ୯ ନମ୍ବର ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨୬୪୧ ଘନ ମିଟର ବନ୍ୟା ଜଳ ପ୍ରବେଶ କରୁଥିବାବେଳେ ୨ଟି ଗେଟ୍‌ ଓ ପାୱାର ଚ୍ୟାନେଲ ମଧ୍ୟ ଦେଇ ୩୫୫୨ ଘନ ମିଟର ବନ୍ୟାଜଳ ବ୍ରାହ୍ମଣୀ ନଦୀରେ ନିଷ୍କାସିତ ହେଉଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଜଳସ୍ତର ବଢୁଥିବାରୁ ନଦୀରେ ବନ୍ୟା ଆଶଙ୍କା କରାଯାଉଛି ।

ଏହା ବି ପଢନ୍ତୁ...ଜଳବନ୍ଦୀରେ ଛଟପଟ ଜୀବନ, ଭୋକ ମେଣ୍ଟାଇ ପାରୁନି ପ୍ରଶାସନର ଶୁଖିଲା ଖାଦ୍ୟ

ନିକଟରେ ମହାନଦୀରେ ସୃଷ୍ଟି ହୋଇଥିବା ବନ୍ୟା ଦୁର୍ଦ୍ଦଶା କମିନାହିଁ । ପୁଣି ବ୍ରାହ୍ମଣୀରେ ବନ୍ୟା ପରିସ୍ଥିତି ଉପୁଜିଲାଣି । ମଧ୍ୟ ଭାଗରେ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀ ଜଳସ୍ତର ବଢିବାରୁ ବନ୍ୟା ଆଶଙ୍କା କରାଯାଇଥିଲା । ମାତ୍ର ସୁବର୍ଣ୍ଣରେଖାରେ ବନ୍ୟା ବିପତ୍ତି ଟଳିଯାଇଛି। ଏବେ ପୁଣି ବ୍ରାହ୍ମଣୀରେ ବନ୍ୟା ଆଶଙ୍କା ଚିନ୍ତା ବଢାଇଛି । ମହାନଦୀରେ ବନ୍ୟା ପାଇଁ ରାଜ୍ୟରେ ଉପକୂଳ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି ।

ନଦୀ ନିର୍ଦ୍ଦୟ ହେବା ପରେ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ଚାରିଆଡ ଜଳମଗ୍ନ ହୋଇଛି । ଚୁଲି ଚାଳ ସବୁ ଭାସିିଛି । ଅନୁଗୋଳ ଜିଲ୍ଲାର ସାତକୋଶିଆ, ଟିକରପଡା, ବେହେରାସାହି, ଗାଇନ୍ଦି, ମଝିପଡା ଆଞ୍ଚଳରେ ବନ୍ୟାପାଣି ପସିବାକୁ ଲୋକ ହନ୍ତସନ୍ତ ହୋଇଛନ୍ତି । ମହାନଦୀ ବନ୍ୟା ଦୁଃଖ ଯାଇନଥିବାବେଳେ ବ୍ରାହ୍ମଣୀରେ ବନ୍ୟା ଆଶଙ୍କାକୁ ନେଇ ଲୋକ ଭୟଭୀତ ହୋଇଛନ୍ତି ।

ଇଟିିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.