ETV Bharat / state

ଜଳବନ୍ଦୀରେ ଛଟପଟ ଜୀବନ, ଭୋକ ମେଣ୍ଟାଇ ପାରୁନି ପ୍ରଶାସନର ଶୁଖିଲା ଖାଦ୍ୟ

author img

By

Published : Aug 17, 2022, 8:46 AM IST

ଲୋକଙ୍କ ଉପରେ ଦାଉ ସାଧିଛି ବନ୍ୟା । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ଜଳବନ୍ଦୀରେ ଲୋକେ ଛଟପଛ ହେଉଥିବାବେଳେ ପ୍ରଶାସନର ଶୁଖିଲା ଖାଦ୍ୟ ସେମାନଙ୍କ ଭୋକ ମେଣ୍ଟାଇ ପାରୁନି । ଅଧିକ ପଢନ୍ତୁ

ଜଳବନ୍ଦୀରେ ଛଟପଟ ଜୀବନ, ଭୋକ ମେଣ୍ଟାଇ ପାରୁନି ପ୍ରଶାସନର ଶୁଖିଲା ଖାଦ୍ୟ
ଜଳବନ୍ଦୀରେ ଛଟପଟ ଜୀବନ, ଭୋକ ମେଣ୍ଟାଇ ପାରୁନି ପ୍ରଶାସନର ଶୁଖିଲା ଖାଦ୍ୟ

ଅନୁଗୋଳ: ରାଜ୍ୟରେ ବହୁ ଜିଲ୍ଲାରେ ଦେଖାଦେଇଛି ବନ୍ୟା ବିତ୍ପାତ । ଗାଁ ଗଣ୍ଡାରେ ପଶିଛି ବନ୍ୟାଜଳ । ଯୁଆଡେ ଚାହିଁଲେ ଆଖି ପାଉନି । ଚାରିଆଡେ ଖାଲି ପାଣି ଆଉ ପାଣି । ରାସ୍ତାଘାଟ ବିଲ ବାଡ଼ି ସବୁ ବୁଡି ଯାଇଛି । ସବୁଠି ଅକାତ କାତ ପାଣି । ବାହାରକୁ ଯାଇ କିଛି ଆଣିବାର ସବୁ ବାଟ ମଧ୍ୟ ବନ୍ଦ ହୋଇଯାଇଛି । ବନ୍ୟା ଯୋଗୁଁ ଅନୁଗୋଳ ଜିଲ୍ଲାର ଅନେକ ଗାଁ ଏବେ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ରହିଛି । ସେହିଭଳି ଏକ ଗ୍ରାମ ହେଉଛି ଟିକରପଡାର ଗଇଁନ୍ଦୀ ଗାଁ । ଗତ ରବିବାର ଠାରୁ ଗଇଁନ୍ଦୀ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି ।

ଜଳବନ୍ଦୀରେ ଛଟପଟ ଜୀବନ

ଗ୍ରାମବାସୀ ବାହାରକୁ ଯାଇ କିଛି ଜିନିଷପତ୍ର ଆଣିବାର ସବୁ ବାଟ ବନ୍ଦ ହୋଇପଡିଛି । କେତେକଙ୍କ ଘରେ ପାଣି ପଶି ଥିବାବେଳେ କେତେକଙ୍କ ଘର ପାଖରୁ ପାଣି ଛାଡ଼ୁନି । କିଏ ସ୍କୁଲ ଘରେ ତ ଆଉ କିଏ ପାହାଡ଼ ଉପରେ ଆଶ୍ରୟ ନେଇଛନ୍ତି । ଖାଇବାକୁ କିଛି ନାହିଁ। ଯାହା ଯିଏ ରଖିଥିଲେ ସବୁ ଶେଷ ହୋଇଗଲାଣି । ବିଜୁଳି ଖୁଣ୍ଟ ପାଣିରେ ବୁଡିଥିବା ବେଳେ ରାତି ହେଲେ ସତେ ଯେମିତି ସେମାନଙ୍କ ପାଇଁ କାଳ ଘୋଟି ଆସୁଛି । କିରାସିନି ମିଳୁ ନଥିବା ବେଳେ ଅନ୍ଧାର ମଧ୍ୟରେ ବଞ୍ଚୁଛନ୍ତି ଲୋକେ ।

ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଚୂଡ଼ା, ଗୁଡା ଆଦି ଯୋଗାଇ ଦିଆଯାଇଥିବା ବେଳେ ତାହା ଭୋକ ମେଣ୍ଟାଇ ପାରୁନି । ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏଭଳି ସ୍ଥିତିରେ ଅତି ବିପଦ ସଂକୁଳ ଯାତ୍ରା କରି ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝିଛନ୍ତି ଆମ ଇଟିଭି ଭାରତ ଅନୁଗୋଳ ପ୍ରତିନିଧି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.