ETV Bharat / state

ସ୍କୁଟି ଧକ୍କାରେ ବୃଦ୍ଧ ମୃତ; କାର ଓ ଦୋକାନ ପୋଡିଦେଲେ ଲୋକେ

author img

By

Published : Sep 11, 2020, 7:35 AM IST

ସ୍କୁଟି ଧକ୍କାରେ ବୃଦ୍ଧ ମୃତ
ସ୍କୁଟି ଧକ୍କାରେ ବୃଦ୍ଧ ମୃତ

ସ୍କୁଟି ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁକୁ ନେଇ ଉତ୍ତେଜନା । ରାସ୍ତାରେ ମୃତଦେହ ରଖି ଧାରଣାରେ ବସିଲେ ସ୍ଥାନୀୟ ଲୋକ । ଜାଳିଲେ ଦୋକାନ,ପୋଡିଲେ କାର । ତେବେ ଅନୁଗୋଳ ଛେଣ୍ଡିପଦା ଅଞ୍ଚଳରେ ଘଟିଛି ଘଟଣା ।

ଅନୁଗୋଳ: ସ୍କୁଟି ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁକୁ ନେଇ ଉତ୍ତେଜନା । ଉତ୍ତ୍ୟକ୍ତ ଲୋକେ ରାସ୍ତାରେ ମୃତଦେହ ରଖି ଧାରଣା ଦେବା ସହ ଗୋଟିଏ ଦୋକାନ ଘର ଓ କାରକୁ ଜାଳିଦେଇଛନ୍ତି । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଦେଖିବାକୁ ମିଳିଛି ।

ଛେଣ୍ଡିପଦା ଅଞ୍ଚଳରେ ସଡକ ଦୁର୍ଘଟଣାରେ ତେଣ୍ଟୁଲୋଇ ଗ୍ରାମ ପଞ୍ଚାୟତ ଗୋପିନାଥପୁର ଗ୍ରାମର ଛାଲୁ ବେହେରାଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଅନୁଗୋଳ-ଛେଣ୍ଡିପଦା 63 ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ ।

ସ୍କୁଟି ଧକ୍କାରେ ବୃଦ୍ଧ ମୃତ

ତେବେ ଦୁର୍ଘଟଣା ଘଟାଇଥିବା ସ୍କୁଟିଟି ସ୍ଥାନୀୟ ଜଣେ ଦୋକାନୀଙ୍କର ହୋଇଥିବାରୁ ଉତ୍ତ୍ୟକ୍ତ ଲୋକେ ତାଙ୍କର ମୋବାଇଲ ଦୋକାନ ଘର ଜାଳିଦେବା ସହ କାରକୁ ନିଆଁ ଲଗାଇ ଦେଇଥିଲେ । ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.