ETV Bharat / state

ଆଜି ମହାସପ୍ତମୀ, ବିନା ଭକ୍ତରେ ମା’ଙ୍କ ଆବାହନ

author img

By

Published : Oct 23, 2020, 3:49 PM IST

ଆଜି ମହାସପ୍ତମୀ  , ବିନା ଭକ୍ତରେ ସାଦାସିଧା ମା’ଙ୍କ ଆବାହନ
ଆଜି ମହାସପ୍ତମୀ , ବିନା ଭକ୍ତରେ ସାଦାସିଧା ମା’ଙ୍କ ଆବାହନ

ଧରାପୃଷ୍ଠକୁ ବିରାଜିଛନ୍ତି ଦୁର୍ଗତିନାଶିନୀ । ହେଲେ ଏଥର ମା’ଙ୍କୁ ସ୍ବାଗତ ପାଇଁ ମଣ୍ଡପରେ ଉପସ୍ଥିତ ନାହାନ୍ତି ଭକ୍ତ । ବିନା ଭକ୍ତରେ ହୋଇଛି ମା’ଙ୍କ ଆବାହନ । ଅଧିକ ପଢନ୍ତୁ..

ଅନୁଗୋଳ: ଶାରଦୀୟ ପୂଜାର ଆଜି ସପ୍ତମ ଦିନ । କିନ୍ତୁ ଖାଁ ଖାଁ ସବୁ ପୂଜା ମଣ୍ଡପ । ଭକ୍ତଙ୍କ ବିନା ଚାଲିଛି ମଣ୍ଡପରେ ମା’ ଦୁର୍ଗାଙ୍କ ଆରାଧନା । କୋଭିଡ ନିୟମ ମାନି ପୂଜା କରୁଛନ୍ତି ଅନୁଗୋଳବାସୀ ।

ଆଜି ମହାସପ୍ତମୀ  , ବିନା ଭକ୍ତରେ ସାଦାସିଧା ମା’ଙ୍କ ଆବାହନ
ଆଜି ମହାସପ୍ତମୀ , ବିନା ଭକ୍ତରେ ସାଦାସିଧା ମା’ଙ୍କ ଆବାହନ

ଦେବୀ ଦଶଭୂଜାଙ୍କ ଧରାବତରଣ ପରେ ଆଜି ମଣ୍ଡପ ମାନଙ୍କରେ ଆରମ୍ଭ ହୋଇଛି ମା’ଙ୍କର ସପ୍ତମୀ ପୂଜା । ବିଦ୍ଧିପୂର୍ବକ ଷଷ୍ଠୀ ସନ୍ଧ୍ୟା ଅର୍ଥାତ ଗୁରୁବାର ରାତ୍ରରେ ବିଲ୍ଵବରଣ କରାଯାଥିଲା । ମୃନ୍ମୟୀ ମୃତ୍ତିରେ ଚକ୍ଷୁଦାନ ପରେ ଆଜି ହେଉଛି ମହା ସପ୍ତମୀ ପୂଜା । ଏଥିପାଇଁ ମଣ୍ଡପ ମାନଙ୍କରେ ବିଶେଷ ପୂଜା ନିତୀ ସମ୍ପର୍ଣ୍ଣ ହେଉଛି । ସବୁ ପୂଜା ମଣ୍ଡପରେ କୋଭିଡ କଟକଣାକୁ ମାନି ମା’ ଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳି ନାହିଁ ।

ଆଜି ମହାସପ୍ତମୀ , ବିନା ଭକ୍ତରେ ସାଦାସିଧା ମା’ଙ୍କ ଆବାହନ

ଅନୁଗୋଳ ସହରର ୧୦ ଟି ସ୍ଥାନରେ ଦେବୀ ଦୂର୍ଗା ଙ୍କୁ ଆରାଧନା କରାଯାଉଛି । ଏଥର ଅମଲାପଡା , ଶିମିଳିପଡା, ହେମସୁରପଡା ହୁଲୁରିଶିଙ୍ଘା ଓ ଦଶହରା ପଡିଆ କୁ ଛାଡି ଦେଲେ ଅନେକ ମଣ୍ଡପରେ ହରପାର୍ବତୀଙ୍କୁ ମଧ୍ୟ ଆରାଧନା କରାଯାଉଛି । ସେହିପରି କୋଇଲା ନଗରୀ ତାଳଚେରର କୋଇଲା କ୍ଷେତ୍ରରେ ମଧ୍ୟ ମା’ଙ୍କୁ ଯଥା ରୀତି ପୂଜା କରାଯାଉଛି ।

ସବୁଠି ମାତ୍ର ଚାରି ଫୁଟର ମୂର୍ତ୍ତି ନିର୍ମାଣ କରାଯାଇଥିବା ବେଳେ 6 ରୁ 7 ଜଣକ ଉପସ୍ଥିତିରେ ପୂଜା କରାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.