ETV Bharat / state

ଅନ୍ଧବିଶ୍ୱାସ, ହସ୍ପିଟାଲରେ ରୋଗୀଙ୍କୁ ଝଡ଼ାଫୁଙ୍କା !

author img

By

Published : Sep 28, 2022, 9:51 PM IST

ଅନ୍ଧବିଶ୍ୱାସ, ହସ୍ପିଟାଲ ଭିତରେ ଚାଲିଛି ଝଡ଼ାଫୁଙ୍କା !
ଅନ୍ଧବିଶ୍ୱାସ, ହସ୍ପିଟାଲ ଭିତରେ ଚାଲିଛି ଝଡ଼ାଫୁଙ୍କା !

ହସ୍ପିଟାଲରେ ଚିକିତ୍ସିତ ରୋଗୀଙ୍କୁ କରୁଥିଲେ ଝଡାଫୁଙ୍କା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ(Angul District Headquarter Hospital) । ଅଧିକ ପଢନ୍ତୁ

ଅନୁଗୋଳ: ଆଧୁନିକ ଯୁଗରେ ବି ଅନ୍ଧବିଶ୍ବାସର ବଶବର୍ତ୍ତୀ ମଣିଷ । ପ୍ରଥା ପରମ୍ପରା ନାଁରେ ସମାଜକୁ ଦେଉଛି କୁସଂସ୍କାରର ବାର୍ତ୍ତା । ହସ୍ପିଟାଲରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟକର ଦୃଶ୍ୟ । ହସ୍ପିଟାଲରେ ରୋଗୀଙ୍କୁ ଝଡାଫୁଙ୍କା କରାଯାଉଛି । ଜଣେ ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଜଣେ ବୃଦ୍ଧା ଝଡାଫୁଙ୍କା କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ(Angul District Headquarter Hospital) । ହସ୍ପିଟାଲରେ ରୋଗୀଙ୍କୁ ଝଡାଫୁଙ୍କା କରାଯାଉଥିବାର ଭିଡିଓ ଭାଇରାଲ ହେଉଛି ।

ଅନ୍ଧବିଶ୍ୱାସ, ହସ୍ପିଟାଲ ଭିତରେ ଚାଲିଛି ଝଡ଼ାଫୁଙ୍କା !

ସୂଚନା ଅନୁସାରେ, ଜଣେ ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଭଲ ନଥିବା କାରଣରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିଲେ ରୋଗୀ । ସେ ଚିତ୍କାର କରିବା ସହ ପାଖରେ ଥିବା ଜିନିଷପତ୍ର ଫିଙ୍ଗା ଫୋପଡ଼ା କରୁଥିଲେ । ୱାର୍ଡ଼ରେ ଉପସ୍ଥିତ ଥିବା ଅନ୍ୟ ଜଣେ ରୋଗୀଙ୍କ ମହିଳା ସମ୍ପର୍କୀୟ ସମ୍ପୃକ୍ତ ପୁରୁଷ ରୋଗୀଙ୍କ ଠାରେ ଭୂତ ସବାର ହୋଇଥିବା କହିଥିଲେ । ମନ୍ତ୍ର ପଢି ଝଡ଼ାଫୁଙ୍କା କରିଦେଲେ ରୋଗୀ ଭଲ ହୋଇଯିବେ ବୋଲି କହିଥିଲେ ।

ମହିଳାଙ୍କ କଥାକୁ ବିଶ୍ଵାସ କରି ମାନସିକ ରୋଗୀଙ୍କ ସମ୍ପର୍କୀୟ ଝଡ଼ାଫୁଙ୍କା ପାଇଁ ଗୁଣିଆ ସହ ଯୋଗାଯୋଗ କରିଥିଲେ । ପାଖରେ ଥିବା ଅନ୍ୟ ରୋଗୀ ଆଟେଣ୍ଡାଣ୍ଟମାନେ ସମ୍ପୃକ୍ତ ମାନସିକ ରୋଗୀଙ୍କୁ ଧରିଥିଲେ । ରୋଗୀର ହାତ ଗୋଡ଼ ବାନ୍ଧି ତାଙ୍କୁ ଜୋରରେ ଧରିଥିଲେ । ରୋଗୀ ଜଣକ ବିରୋଧ କରିଥିଲେ ବି କେହି ଏହାକୁ ଶୁଣି ନଥିଲେ । ଯେତେ ଛାଡ଼ିବାକୁ କହିଲେ ବି କିଛି ଲୋକ ତାଙ୍କୁ ଜାବୁଡ଼ି ଧରିଥିଲେ । ଏହାପରେ ମହିଳା ମନ୍ତ୍ରପାଠ ଆରମ୍ଭ କରିଥିଲେ । ବ୍ୟାଗରେ ରଖିଥିବା ଏକ ପୁସ୍ତକ କାଢି ମନ୍ତ୍ର ବୋଲିବା ସହ ମଝିରେ ମଝିରେ ଭୂତ ଛଡ଼ାଇବା ଆଳରେ ସମ୍ପୃକ୍ତ ମାନସିକ ରୋଗୀଙ୍କୁ ପିଟି ଚାଲିଥିଲେ ।

ଏହା ମଧ୍ୟ ପଢନ୍ତୁ: ଅନ୍ଧବିଶ୍ୱାସ ! ଗାଁରେ ବୁଲୁଛି ବେଞ୍ଚ, ଧରିବ ଚୋର

ପ୍ରାୟ ଅଧଘଣ୍ଟା କାଳ ଏପରି ଚାଲିଥିଲା । ସେହି ୱାର୍ଡରେ ଥିବା ସ୍ୱାସ୍ଥ୍ୟ କର୍ମୀ ଓ ଟ୍ରେନିଂରେ ଥିବା ବହୁ ମେଡିକାଲ କର୍ମଚାରୀ ଏହାକୁ ବିରୋଧ କରିବା ବଦଳରେ ମଜା ନେଇଥିଲେ । ଯାହାର ସମ୍ପୁର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏନେଇ ସ୍ୱାସ୍ଥ୍ୟ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

ସେପଟେ ଏନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ ମହିଳା କହିଛନ୍ତି ଯେ, " ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତି ଜଣକ ବିଷ ଖାଇଥିବାରୁ ତାଙ୍କ ମାନସିକ ଅବସ୍ଥା ଭଲ ନଥିବା ସେ ପାଗଳ ପରି ହେଉଥିଲା । ସେ ଚିତ୍କାର କରିବା ସହ ପାଖରେ ଥିବା ଜିନିଷପତ୍ର ଫିଙ୍ଗା ଫୋପଡ଼ା କରୁଥିଲେ । ଏହାପରେ ଜଣେ ମହିଳା ଆସି ଝୁଣା ଦେବା ସହ ଧର୍ମପୁସ୍ତକ ପଢୁଥିଲେ । ଏହାସହ ତାଙ୍କୁ ପିଟୁଥିଲେ ମଧ୍ୟ । ଏ ନେଇ ହସପିଟାଲର କର୍ମଚାରୀ ଚିନ୍ମୟୀ ଦିଦି ଆସି ବନ୍ଦ କରିବା ପାଇଁ କହିଥିଲେ । କିନ୍ତୁ ଓଲଟି ସେମାନେ କଥା ନମାନି ଦିଦିଙ୍କୁ ଧମକାଇ ଥିଲେ । ଦିଦି ଏନେଇ ସିଡିଏମଓ ସାରଙ୍କୁ ଫୋନ କରି ଜଣାଇଥିଲେ ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.