ETV Bharat / state

ଅନ୍ଧବିଶ୍ୱାସ ! ଗାଁରେ ବୁଲୁଛି ବେଞ୍ଚ, ଧରିବ ଚୋର

author img

By

Published : May 5, 2022, 8:49 PM IST

ଗାଁରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ମୋବାଇଲ ଚୋରକୁ ଧରିବାକୁ ବୁଲୁଛି ବେଞ୍ଚ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଜଳସୁଆଁ ଗାଁରେ ତିନି ତଳେ ଜଣଙ୍କ ମୋବାଇଲ ଚୋରି ହୋଇଥିଲା । ଅଧିକ ପଢନ୍ତୁ

ଗାଁରେ ବୁଲୁଛି ବେଞ୍ଚ, ଧରିବ ଚୋର
ଗାଁରେ ବୁଲୁଛି ବେଞ୍ଚ, ଧରିବ ଚୋର

ଆନନ୍ଦପୁର: ଗାଁରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ମୋବାଇଲ ଚୋରକୁ ଧରିବାକୁ ବୁଲୁଛି ବେଞ୍ଚ । ଯେଉଁ ଆଡେ ଚାହୁଁଛି ସେହି ଦିଗରେଟାଣି ନେଉଛି । ଯେ କୌଣସି ଲୋକ ଘରେ ପଶି ନିରୀହ ଲୋକଙ୍କୁ ଚୋର ସଜେଇ ଦେଉଛି ।

ଗାଁରେ ବୁଲୁଛି ବେଞ୍ଚ, ଧରିବ ଚୋର

ତେବେ ଗାଁ ଲୋକ ମଧ୍ୟ ଉତ୍ସାହର ସହ ବେଞ୍ଚ ସାଙ୍ଗରେ ବୁଲି ହୁଳହୁଳି ପକାଉଛନ୍ତି । ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଜଳସୁଆଁ ଗାଁରେ ନିତ୍ୟାନନ୍ଦ ମାଝୀଙ୍କ ପୁଅର ମୋବାଇଲ ଫୋନ ତିନି ଦିନ ତଳେ ଚୋରି ହୋଇଥିଲା । ଅନେକ ଖୋଜାଖୋଜି ପରେ ମୋବାଇଲ ନ ମିଳିବାରୁ ସ୍ଥିର ହେଲା ଗୁଣିଆ ଡକାଯିବ ।

ଅନ୍ୟପଟେ ଗୁଣିଆ ଆସିବା ପରେ ଆଜି ସକାଳୁ ଚାଲିଲା ପ୍ରସ୍ତୁତି । ପୂଜା କରାଯାଇ ବେଞ୍ଚକୁ ଧରି ଗାଁର ୪ଜଣ ପିଲା ବୁଲିଲେ ଗାଁ ସାରା । ତେବେ ଶେଷରେ ଦୁଇ ତିନୋଟି ଘର ନିକଟକୁ ଯାଇଥିଲା ବେଞ୍ଚ ।

ଅନାନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.