ETV Bharat / state

କଟକଣାରୁ ମୁକ୍ତ ହେଉଛି ରାଜ୍ୟ: ମଞ୍ଚକୁ ଫେରିବେ କଳାକାର, ଆୟୋଜିତ ହେବ ଲୋକ ମହୋତ୍ସବ

author img

By

Published : Mar 16, 2022, 10:44 PM IST

କଟକଣାରୁ ମୁକ୍ତ ହେଉଛି ରାଜ୍ୟ: ମଞ୍ଚକୁ ଫେରିବେ କଳାକାର, ହେବ ଲୋକ ମହୋତ୍ସବ
କଟକଣାରୁ ମୁକ୍ତ ହେଉଛି ରାଜ୍ୟ: ମଞ୍ଚକୁ ଫେରିବେ କଳାକାର, ହେବ ଲୋକ ମହୋତ୍ସବ

ଅନୁଗୋଳ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଅନୁଗୋଳ ଜିଲ୍ଲା ମହୋତ୍ସବ । ଆସନ୍ତା ମାସରେ ୩ଦିନ ଧରି ହେବାକୁ ଯାଉଛି ଅନୁଗୋଳ ଜିଲ୍ଲା ମହୋତ୍ସବ ୨୦୨୨ । ଅଧିକ ପଢ଼ନ୍ତୁ

ଅନୁଗୋଳ: ଧୀରେଧୀରେ କୋରାେନା କବଳରୁ ମୁକ୍ତ ହେଉଛନ୍ତି ରାଜ୍ୟବାସୀ । ଦୁଇବର୍ଷ ହେଲା ମଞ୍ଚ ନାଟକ ବନ୍ଦ ରହିଛି । ଏବେ ପୁଣି ସ୍ବାଭାବିକ ସ୍ଥିତି ଫେରୁଥୁବାରୁ ଅନୁଗୋଳ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଅନୁଗୋଳ ଜିଲ୍ଲା ମହୋତ୍ସବ । ଆସନ୍ତା ମାସରେ ୩ଦିନ ଧରି ହେବାକୁ ଯାଉଛି ଅନୁଗୋଳ ଜିଲ୍ଲା ମହୋତ୍ସବ ୨୦୨୨।

କଟକଣାରୁ ମୁକ୍ତ ହେଉଛି ରାଜ୍ୟ: ମଞ୍ଚକୁ ଫେରିବେ କଳାକାର, ହେବ ଲୋକ ମହୋତ୍ସବ

ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦ୍ଵିତୀୟ ତଥା ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧାନ୍ତ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଚଳିତ ଥର ୩ଦିନ ଧରି ଆୟୋଜିତ ହେବ ମହୋତ୍ସବ । ଏଥିରେ ଦୁଇଦିନ ରାଜ୍ୟ ବାହାରର କଳାକାରମାନେ ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ ପାଇଁ ସ୍ଥିର ହୋଇଥିବାବେଳେ ଗୋଟିଏ ଦିନ ରାଜ୍ୟ ପ୍ରତିଷ୍ଠିତ କଳାକାରମାନଙ୍କୁ ନେଇ ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ ପାଇଁ ସ୍ଥିର ହୋଇଛି ।

ଏହା ବ୍ୟତୀତ ପ୍ରତ୍ୟେକ ଦିନ ଅନୁଗୋଳ ଜିଲ୍ଲାର ଲୋକକଳାଙ୍କୁ ନେଇ ମଧ୍ୟ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ ହେବ । ଏହା ବ୍ୟତୀତ ୫ ଦିନ ବ୍ୟାପି ପଲ୍ଲୀଶ୍ରୀ ମେଳା ମଧ୍ୟ ଆୟୋଜିତ ହେବ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳମାନେ ମଧ୍ୟ ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.