ETV Bharat / state

ଜଳ ସଂରକ୍ଷଣ ବାର୍ତ୍ତା ନେଇ ଆରମ୍ଭ ହେଲା ଅଷ୍ଟମ ଜିଲ୍ଲା ମହୋତ୍ସବ

author img

By

Published : Feb 12, 2020, 12:15 PM IST

angul zila mahotsab
ଆରମ୍ଭ ହେଲା ଅଷ୍ଟମ ଜିଲ୍ଲା ମହୋତ୍ସବ

ଆରମ୍ଭ ହୋଇଛି ଅଷ୍ଟମ ଅନୁଗୋଳ ଜିଲ୍ଲା ମହୋତ୍ସବ । ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ବିଭିନ୍ନ କଳା ପଦର୍ଶନ ଜିଲ୍ଲା ମହୋତ୍ସବର ସାଂସ୍କୃତିକ ସନ୍ଧ୍ୟାକୁ କେହି ବି ହାତ ଛଡା କରିବାକୁ ଚାହିଁ ନଥିଲେ ।

ଅନୁଗୋଳ: ଓଡିଶୀ ନୃତ୍ୟର ମୂର୍ଚ୍ଛନା ଆଉ ତା ପଛକୁ ପଛ ମଥୁରାର ମୟୂରୀ ନୃତ୍ୟ ବିମୋହିତ କରିଥିଲା ହଜାର ହଜାର ଦେଖଣାହାରୀଙ୍କୁ । ଛାତି ଥରା ଜାଡରେ ରାତି ଯେତିକି ବଢୁଥାଏ ମୁକ୍ତାକାଶ ରଙ୍ଗ ମଞ୍ଚରେ ମନୋରଞ୍ଜନର ଖୋରାକ ସେତିକି ଭାଷି ଆସୁଥାଏ । ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ବିଭିନ୍ନ କଳା ପ୍ରଦର୍ଶନ ଜିଲ୍ଲା ମହୋତ୍ସବର ସାଂସ୍କୃତିକ ସନ୍ଧ୍ୟାକୁ କେହି ବି ହାତ ଛଡା କରିବାକୁ ଚାହିଁ ନଥିଲେ । ହଁ ଆମେ କହୁଛୁ ଅନୁଗୋଳ ଜିଲ୍ଲା ମହୋତ୍ସବ ସମ୍ପର୍କରେ ।

ଆରମ୍ଭ ହେଲା ଅଷ୍ଟମ ଜିଲ୍ଲା ମହୋତ୍ସବ

ଆରମ୍ଭ ହୋଇଛି ଅଷ୍ଟମ ଅନୁଗୋଳ ଜିଲ୍ଲା ମହୋତ୍ସବ । ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଅନ୍ୟ ଅତିଥି ମାନଙ୍କ ଗ୍ରହଣରେ ଜିଲ୍ଲା ମହୋତ୍ସବକୁ ଉଦଘାଟନ କରିଥିଲେ । ଉଦଘାଟନୀ ଉତ୍ସବ ପରେ ପରେ ଆରମ୍ଭ ହୋଇଥିଲା ମହୋତ୍ସବର ସାଂସ୍କୃତିକ ସନ୍ଧ୍ୟା । ପ୍ରଥମେ ଓଡିଶୀ ନୃତ୍ୟର ମୂର୍ଚ୍ଛନା ତାପଛକୁ ସୁଦୂର ମଥୁରାରୁ ଆସିଥିବା କଳାକାରଙ୍କ ମୟୂରୀ ନୃତ୍ୟ ସମସ୍ତଙ୍କ ମନକୁ ଛୁଇଁଥିଲା ।

ଦ୍ଵାପର ଯୁଗରୁ ଭଗବାନ କୃଷ୍ଣ ପାଇଁ ଏହି ମୟୂରୀ ନୃତ୍ୟ କରାଯାଏ ଯାହାକୁ ବେଶ ନିଖୁଣ ଭାବେ ପରିବେଷଣ କରିଥିଲେ କଳାକାର । ଏହାସହ ନବରଙ୍ଗପୁର ଜିଲ୍ଲାର ଡେମସା ନୃତ୍ୟ ପୁରା ରଙ୍ଗମଞ୍ଚକୁ ଦୋହଲାଇ ଦେଇଥିଲା । ରାତି ବଢିବା ସାଙ୍ଗକୁ ଗୋଟିଏ ପରେ ଗୋଟିଏ ସାଂସ୍କୃତିକ ନୃତ୍ୟ ପରିବେଷିତ ହୋଇଚାଲିଥାଏ ।

ଭୁବନେଶ୍ବରର ସିଜଲର ଡ୍ୟାନ୍ସ ଗ୍ରୁପ ନୃତ୍ୟ ସହ ଠୁମକା ଲଗାଇଥିଲେ ଅଭିନେତ୍ରୀ ସୁର୍ଯ୍ୟମଣି ଯାହାକି ଥିଲା ପ୍ରଥମ ସନ୍ଧ୍ୟାର ଆକର୍ଷଣ । ରାତି ଯେତିକି ବଢୁଥାଏ ମୁକ୍ତାକାଶ ମଞ୍ଚରେ ମନୋରଞ୍ଜନର ଖୋରାକ ସେତିକି ବାଢୁଥାଏ । ନୃତ୍ୟ ସହ ପ୍ଲେବ୍ୟାକ ସିଙ୍ଗର ରାଲି ନନ୍ଦ ଓ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆ ଓ ତାଙ୍କ ସାଥିଙ୍କ ସଙ୍ଗୀତ ପରିବେଷଣରେ ଦୁଲୁକି ଥିଲା ମହୋତ୍ସବ ମଞ୍ଚ । ନିଜ ଅନ୍ଦାଜରେ ମଣ୍ଟୁ ଗୋଟିଏ ପରେ ଗୋଟିଏ ସଙ୍ଗୀତ ପରିବେଷଣ କରିଥିଲେ । ଛାତି ଥରା ଜଡାରେ ମୁକ୍ତା ଆକାଶ ରଙ୍ଗମଞ୍ଚରେ ବିଳମ୍ବିତ ରାତି ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ଶହ ଶହ ଦେଖଣାହାରି ।

ଜଳ ସଂରକ୍ଷଣ ଏ ବାର୍ତ୍ତା ବହନ କରିଥିଲା ଏଥରର ଏହି ଅଷ୍ଟମ ଜିଲ୍ଲା ମହୋତ୍ସବ । ଏହି ମହୋତ୍ସବ ଅବସରରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.