ETV Bharat / state

ଅନୁଗୋଳରେ ପୁଣି 15 ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 154

author img

By

Published : Jul 14, 2020, 9:49 PM IST

corona situation in angul, corona update in angul, angul latest news, coronavirus news, ଅନୁଗୋଳରେ କୋରୋନା ସ୍ଥିତି, ଅନୁଗୋଳରେ କୋରୋନା ଅପଡେଟ, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌, କୋରୋନା ଭାଇରସ ନ୍ୟୁଜ୍‌
ଅନୁଗୋଳରେ ପୁଣି 15 ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 154କୁ ବୃଦ୍ଧି

ଜିଲ୍ଲାରେ ଏବେ କୋରୋନା ଆତଙ୍କ ବଢାଉଛନ୍ତି ଗଞ୍ଜାମ ଫେରନ୍ତା । ଜିଲ୍ଲାରେ ମଙ୍ଗଳବାର 15 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତ ସଂଖ୍ୟା 154ରେ ପହଞ୍ଚିଛି ।

ଅନୁଗୋଳ: ଜିଲ୍ଲାରେ ଏବେ କୋରୋନା ଆତଙ୍କ ବଢାଉଛନ୍ତି ଗଞ୍ଜାମ ଫେରନ୍ତା । ଜିଲ୍ଲାରେ ମଙ୍ଗଳବାର 15 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତ ସଂଖ୍ୟା 154ରେ ପହଞ୍ଚିଛି । ସଦ୍ୟ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଜିଲ୍ଲାର ଶିଳ୍ପ ସଂସ୍ଥାରୁ 4, ଗଞ୍ଜାମ ଫେରନ୍ତା 4 ଜଣ ରହିଥିବା ବେଳେ ଅନ୍ୟମାନେ କଟକ ଓ ଭୁବନେଶ୍ବର ମେଡିକାଲ ଫେରନ୍ତା ବୋଲି ଜଣା ପଡିଛି । ଏନେଇ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।

corona situation in angul, corona update in angul, angul latest news, coronavirus news, ଅନୁଗୋଳରେ କୋରୋନା ସ୍ଥିତି, ଅନୁଗୋଳରେ କୋରୋନା ଅପଡେଟ, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌, କୋରୋନା ଭାଇରସ ନ୍ୟୁଜ୍‌
ଅନୁଗୋଳରେ ପୁଣି 15 ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 154କୁ ବୃଦ୍ଧି

ସୂଚନା ମୁତାବକ ଜିଲ୍ଲାରେ ଚିହ୍ନଟ 15 ଆକ୍ରାନ୍ତଙ୍କ ମଧ୍ୟରେ 4 ଜଣ ବଅଁରପାଳ ବ୍ଲକରେ ଥିବା ବୃହତ ରାଷ୍ଟ୍ରାୟତ ଉଦ୍ୟୋଗରେ କାର୍ଯ୍ୟରତ । ସେହିପରି ସେହି ବ୍ଲକରୁ ଦୁଇ ଜଣ ବିହାର ଓ ପୁଣେ ଫେରନ୍ତା ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଉଭୟେ ହୋମ କ୍ବାରେଣ୍ଟାଇନରେ ରହିଥିବା ବେଳେ ସେମାନଙ୍କ ସ୍ବାବ ନମୂନା ପରୀକ୍ଷା କରାଯାଇଥିଲା । ସମାନ ଭାବେ ଶିଳ୍ପ ସଂସ୍ଥାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 2 ଜଣ ଗଞ୍ଜାମ ଫେରନ୍ତା ବୋଲି ଜଣାପଡିଛି ।

କିଶୋର ନଗର ବ୍ଲକ ଅଞ୍ଚଳରୁ 6 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 4 ଜଣ ଗଞ୍ଜାମ ଫେରନ୍ତା ବୋଲି ଜଣା ପଡିଛି । ଏଥିସହ ଅନ୍ୟ ଦୁଇ ଜଣ କଟକ ଏସସିବି ଫେରନ୍ତା ବୋଲି ସ୍ପଷ୍ଟ ହୋଇଛି । ସେହିପରି ତାଳଚେର ବ୍ଲକରୁ ଚିହ୍ନଟ 2 ଜଣ କଟକ ବଡ ମେଡିକାଲରୁ ଆକ୍ରାନ୍ତ ହୋଇଥିବା ଜଣା ପଡିଛି । ଅନ୍ୟପଟେ ପାଲଲହଡା ବ୍ଲକରୁ ଚିହ୍ନଟ ଆକ୍ରାନ୍ତ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାତ ହୋଇ ଫେରିଥିଲେ । ଏନେଇ ସୂଚନା ଦେଇଛି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.