ETV Bharat / sports

ଆଶୀର୍ବାଦଙ୍କୁ ନୂଆ ଦାୟିତ୍ବ, ଓସିଏ ପରେ ଫାଓର ସମ୍ପାଦକ

author img

By

Published : Feb 16, 2020, 6:24 PM IST

ashirbad-behera-became-secretary-of-football-association-of-odisha-fao
ଆଶୀର୍ବାଦଙ୍କୁ ନୂଆ ଦାୟିତ୍ବ, ଓସିଏ ପରେ ଫାଓର ସମ୍ପାଦକ

ଆଶୀର୍ବାଦ ବେହେରା ହେଲେ ଫୁଟବଲ ଆସୋସିଏନ ଅଫ ଓଡିଶା (ଫାଓ)ର ସମ୍ପାଦକ ।

କଟକ: ଆଶୀର୍ବାଦ ବେହେରା ହେଲେ ଫୁଟବଲ ଆସୋସିଏନ ଅଫ ଓଡିଶା (ଫାଓ)ର ସମ୍ପାଦକ । ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇ 4 ବର୍ଷ ପାଇଁ ଓଡିଶା ଫୁଟବଲ ଆସୋସିଏସନର ସମ୍ପାଦକ ପଦ ପାଇଁ ରବିବାର ନିର୍ବାଚିତ ହୋଇଛନ୍ତି । ସେହିପରି ସଭାପତି ପଦ ପାଇଁ ଦେବାଶିଷ ସାମନ୍ତରାୟ ନିର୍ବାଚିତ ହୋଇଛନ୍ତି ।

ଆଶୀର୍ବାଦଙ୍କୁ ନୂଆ ଦାୟିତ୍ବ, ଓସିଏ ପରେ ଫାଓର ସମ୍ପାଦକ

ତେବେ କହିବାକୁ ଗଲେ ଆଶୀର୍ବାଦଙ୍କ ବାରବାଟୀ ପ୍ରେମ ଏବେବି ଜାରି ରହିଛି । ଓଡିଶା କ୍ରିକେଟ ଆସୋସିଏସନ ସହ ଅନେକ ବର୍ଷ ଧରି ସମ୍ପାଦକ ପଦରେ ରହିବା ପରେ ଏବେ (ଫାଓ)ର ସମ୍ପାଦକ ଦାୟିତ୍ବ ନିର୍ବାହ କରିବେ । ତେବେ ଆଗାମୀ ଦିନରେ ଓଡିଶା ଫୁଟବଲ ଟିମ କିପରି ବେଶ ଉଚ୍ଚ କୋଟୀର ଖେଳ ପଦର୍ଶନ କରିବ ତାହା ଉପରେ ରହିବ ଫୋକସ । ଏହାସହ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଆସୋସିଏସନ ପାଇଁ ଏକ ସ୍ବତନ୍ତ୍ର ଗ୍ରାଉଣ୍ଡ ନିର୍ମାଣ କରାଯିବ ନେଇ କହିଛନ୍ତି ଆଶୀର୍ବାଦ ବେହେରା ।

ତେବେ ପୂର୍ବରୁ ସଞ୍ଜୟ ବେହେରା (ଫାଓ)ର ସମ୍ପାଦକ ଦାଇତ୍ବ ତୁଲାଉଥିଲେ । ସଞ୍ଜୟ ଓସିଏର ସମ୍ପାଦକ ହେଲା ପରେ ଆଶୀର୍ବାଦଙ୍କୁ ଫାଓର ଗୁରୁ ଦାୟିତ୍ବ ବହନ କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.