ETV Bharat / sports

Tokyo Paralympics: ଜାଭେଲିନ ଥ୍ରୋରେ ଦେବେନ୍ଦ୍ରଙ୍କୁ ରୌପ୍ୟ, ଗୁର୍ଜରଙ୍କୁ ବ୍ରୋଞ୍ଜ

author img

By

Published : Aug 30, 2021, 1:20 PM IST

Updated : Aug 30, 2021, 2:19 PM IST

ଜଭଲିନ ଥ୍ରୋରେ ଦେବେନ୍ଦ୍ରଙ୍କୁ ରୌପ୍ୟ, ଗୁର୍ଜରଙ୍କୁ ବ୍ରୋଞ୍ଜ
ଜଭଲିନ ଥ୍ରୋରେ ଦେବେନ୍ଦ୍ରଙ୍କୁ ରୌପ୍ୟ, ଗୁର୍ଜରଙ୍କୁ ବ୍ରୋଞ୍ଜ

ଚଳିତ ପାରାଲିମ୍ପିକ୍ସରେ ଭାରତକୁ ପ୍ରତିଦିନ ମିଳୁଛି ପଦକ ପରେ ପଦକ । ଆଜି ମଧ୍ୟ ଜାଭେଲିନ ଥ୍ରୋରେ ଦେବେନ୍ଦ୍ର ଝାଝାରିଆ ରୌପ୍ୟ ଜିତିଥିବା ବେଳେ ସୁନ୍ଦର ସିଂହ ଗୁର୍ଜର ବ୍ରୋଞ୍ଜ ଜିତି ଭାରତକୁ ଗୌରବାନ୍ବିତ କରିଛନ୍ତି । ଅଧିକ ପଢନ୍ତୁ...

ଟୋକିଓ: ଚଳିତ ପାରାଲିମ୍ପିକ୍ସରେ ଭାରତକୁ ପ୍ରତିଦିନ ମିଳିଚାଲିଛି ପଦକ ପରେ ପଦକ । ଭାରତୀୟ ଆଥଲେଟଙ୍କ ଜବରଦସ୍ତ ଜଲୱା ଦେଖିବାକୁ ମିଳିଛି । ଟିଟିରେ ଭାବିନାଙ୍କଠାରୁ ପଦକ ଅନୂକୁଳ ହୋଇଥିବାବେଳେ ଆଜି ଭାରତକୁ ମିଳିଛି ସୁନା, ରୂପା ଓ ବ୍ରୋଞ୍ଜ ମେଡାଲ । ଜାଭେଲିନ ଥ୍ରୋରେ ଦେବେନ୍ଦ୍ର ଝାଝାରିଆ ରୌପ୍ୟ ଜିତିଥିବା ବେଳେ ସୁନ୍ଦର ସିଂହ ଗୁର୍ଜର ବ୍ରୋଞ୍ଜ ଜିତିଛନ୍ତି ।

ପାରାଲିମ୍ପିକ୍ସରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିବା ଜାଭେଲିନ୍ ଥ୍ରୋୟର୍ ଦେବେନ୍ଦ୍ର ଝାଝାରିଆ ଆଉ ଏକ ପଦକ ହାସଲ କରିଛନ୍ତି । ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକରୁ ବଞ୍ଚିତ ହୋଇଥିଲେ ହେଁ ଦେବେନ୍ଦ୍ର ରୌପ୍ୟ ପଦକ ଜିତିଛନ୍ତି । ସେହିପରି ଜାଭେଲିନରେ ଭାରତକୁ ଆଉ ଏକ ପଦକ ଦେଇଛନ୍ତି ସୁନ୍ଦର ସିଂହ ଗୁର୍ଜର । ଉଭୟ ଝାଝାରିଆ ଓ ଗୁର୍ଜର ଜାଭେଲିନ୍ ଏଫ୍-୪୬ ବର୍ଗରେ ଏହି ସଫଳତା ହାସଲ କରିଛନ୍ତି ।

ପାରାଲିମ୍ପିକ୍ସରେ ତୃତୀୟ ସ୍ବର୍ଣ୍ଣ ପଦକ ଆଶା ରଖିଥିଲେ ଝାଝାରିଆ । ଆଜି ୬୪.୩୫ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗିଥିଲେ ହେଁ ସୁନା ହାତେଇପାରି ନଥିଲେ । କିନ୍ତୁ ଏହି ଥ୍ରୋ’ ଦ୍ବାରା ସେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି । ଶ୍ରୀଲଙ୍କାର ଦୀନେଶ ମୁଦିୟାନ ସେଲାଗେସ୍‌ ବିଶ୍ବ ରେକର୍ଡ ସ୍ଥାନ ସ୍ବରୂପ ୬୭.୭୯ ମିଟର ଜାଭେଲିନ୍ ଫିଙ୍ଗି ସ୍ବର୍ଣ୍ଣ ପଦକ ହାତେଇଛନ୍ତି । ଅନ୍ୟପଟେ ସୁନ୍ଦର ସିଂହ ଗୁର୍ଜର ୬୪.୦୧ ମିଟର ଫୋପାଡ଼ି ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଦେବେନ୍ଦ୍ର ଝାଝାରିଆଙ୍କର ଏହା ହେଉଛି ତୃତୀୟ ପାରାଲିମ୍ପିକ୍ସ ପଦକ । ଏହା ପୂର୍ବରୁ ୨୦୦୪ ଏଥେନ୍ସ ପାରାଅଲିମ୍ପିକ୍ ଓ ୨୦୧୬ ରିଓ ପାରାଲିମ୍ପିକ୍ସରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ । ସେହପରି ସୁନ୍ଦର ସିଂହ ଗୁର୍ଜରଙ୍କର ଏହା ହେଉଛି ପ୍ରଥମ ପାରାଲିମ୍ପିକ୍ସ ପଦକ । ସେ ୨୦୧୭ରେ ବିଶ୍ବ ଚାମ୍ପିଅନସିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ଦେବେନ୍ଦ୍ରଙ୍କ ଏହି ସଫଳତା ପାଇଁ ତାଙ୍କୁ ୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ରାଜସ୍ଥାନ ସିଏମ ଆଶୋକ ଗେହେଲଟ । ସେହିପରି ଜାଭଲିନ ଥ୍ରୋରେ ବ୍ରୋଞ୍ଚ ପଦକ ହାସଲ କରିଥିବା ସୁନ୍ଦର ସିଂହ ଗୁର୍ଜରଙ୍କୁ ୧କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ରାଜସ୍ଥାନ ସିଏମ ।

  • #TokyoParalympics में प्रदेश की अवनि लेखरा को स्वर्ण जीतने पर 3 करोड़, देवेंद्र झाझड़िया को रजत जीतने पर 2 करोड़ तथा सुन्दर सिंह गुर्जर को कांस्य पदक जीतने पर 1 करोड़ रूपये की राशि इनाम स्वरुप प्रदान की जाएगी।

    — Ashok Gehlot (@ashokgehlot51) August 30, 2021 " class="align-text-top noRightClick twitterSection" data=" ">

ଆଜି ଭାରତକୁ ମୋଟ ୪ଟି ପଦକ ମିଳିଛି । ସେଥିରେ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ରହିଛି । ଏହା ସହିତ ମୋଟ ଭାବେ ଚଳିତ ପାରାଲିମ୍ପିକ୍ସରେ ଭାରତକୁ ଏଯାବତ୍‌ ୬ଟି ପଦକ ମିଳିଛି । ଗତକାଲି ଟେବୁଲ୍ ଟେନିସ୍‌ରେ ଭାବିନାବେନ୍ ପଟେଲ ରୌପ୍ୟ ପଦକ ଜିତିଥିବା ବେଳେ ନିଶାଦ କୁମାର ହାଇଜମ୍ପରେ ରୌପ୍ୟ ପଦକ ପାଇଥିଲେ । ବିନୋଦ କୁମାର ଡିସ୍‌କସ୍‌ (ଏଫ୍୫୨) ଥ୍ରୋରେ ବ୍ରୋଞ୍ଜ ପଦକ ଜିତିଥିଲେ ।

@ANI

Last Updated :Aug 30, 2021, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.