ETV Bharat / sports

ହକି ଟିମ ଇଣ୍ଡିଆର ସ୍ପେନ ବିଜୟ, ମନଦୀପଙ୍କ ପରିବାରରେ ଖୁସିର ମାହୋଲ

author img

By

Published : Jul 27, 2021, 12:24 PM IST

Reaction of Hockey Player Mandeep Singh Family after winning against spain
ହକି ଟିମ ଇଣ୍ଡିଆର ସ୍ପେନ ବିଜୟ, ଖୁସ୍‌ ମନଦୀପଙ୍କ ପରିବାର

ଭାରତୀୟ ପୁରୁଷ ହକି ଟିମ ସ୍ପେନକୁ ହରାଇବା ପରେ ଖୁସିରେ ଉଲ୍ଲସିତ ମନଦୀପ ସିଂହଙ୍କ ପରିବାର ସଦସ୍ୟ । ଅଧିକ ପଢନ୍ତୁ...

ଜଳନ୍ଧର(ପଞ୍ଜାବ): ଭାରତୀୟ ପୁରୁଷ ହକି ଟିମ ମଙ୍ଗଳବାର ସ୍ପେନ ବିପକ୍ଷ ମ୍ୟାଚରେ ୩-୦ରେ ବିଜୟୀ ହୋଇଛି । ଏହି ମ୍ୟାଚ୍‌ ଜିତିବା ପରେ ଭାରତୀୟ ହକି ଟିମର କ୍ବାର୍ଟର ଫାଇନାଲ ରାସ୍ତା ସହଜ ହୋଇଛି । ଭାରତୀୟ ଟିମ ଏଯାବତ ୩ଟି ମ୍ୟାଚ୍‌ ଖେଳିଥିବାବେଳେ ଦୁଇଟିରେ ବିଜୟୀ ହୋଇଛି । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଥିଲା ମନପ୍ରୀତ ବାହିନୀ ମାତ୍ର ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ୧-୭ରେ ପରାଜୟ ମିଳିଥିଲା ।

ହକି ଟିମ ଇଣ୍ଡିଆର ସ୍ପେନ ବିଜୟ, ଖୁସ୍‌ ମନଦୀପଙ୍କ ପରିବାର

ସ୍ପେନକୁ ହରାଇ ଭାରତୀୟ ଟିମ ଏହା ପ୍ରମାଣ କରିଛି ଯେ ଏବେବି ଚମ୍ପିଆନ ଦାବିଦାର ରହିଛି । ଭାରତୀୟ ହକି ଟିମର ଖେଳାଳି ମନଦୀପ ସିଂହଙ୍କ ପରିବାର ସଦସ୍ୟ ଏହି ବିଜୟରେ ଖୁସିବ୍ୟକ୍ତ କରିଛନ୍ତି । ମନଦୀପଙ୍କ ପିତା ରବିନ୍ଦର ସିଂହ ଓ ବଡଭାଇ ହରମିନ୍ଦର ସିଂହ ଟିମର ପ୍ରଦର୍ଶନକୁ ପ୍ରଶଂସା କରିବା ସହ ୨୯ ଜୁଲାଇରେ ଆର୍ଜେଣ୍ଟିନା ବିପକ୍ଷ ଆଗାମୀ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଅଷ୍ଟ୍ରେଲିଆ ଠାରୁ ବଡ ବ୍ୟବଧାନରେ ହାରିବା ସତ୍ତ୍ବେ ଟିମର ମନୋବଳ ପ୍ରଭାବିତ ହୋଇନାହିଁ । ଦମଦାର ପ୍ରଦର୍ଶନ ସହ ସ୍ପେନକୁ ମାତ ଦେବାରେ ସଫଳ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.