ETV Bharat / sports

‘ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ବିନା ଟୋକିଓ ଯାତ୍ରା ସମ୍ଭବ ହୋଇନଥାନ୍ତା’

author img

By

Published : Aug 6, 2021, 5:58 PM IST

indian women hockey team captain rani rampal thanked cm naveen pattnaik for all assistance
'ସମସ୍ତ ସହଯୋଗ ପାଇଁ ନବୀନ ସାରଙ୍କୁ ଧନ୍ୟବାଦ'

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଭାରତୀୟ ମହିଳା ହକି ଦଳର ଅଧିନାୟକ ରାନୀ ରାମପାଲ । ଅଧିକ ପଢ଼ନ୍ତୁ...

ଟୋକିଓ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଭାରତୀୟ ମହିଳା ହକି ଦଳର ଅଧିନାୟକ ରାନୀ ରାମପାଲ । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଜାତୀୟ ମହିଳା ଟିମର ଏହି ଯାତ୍ରାର ସମସ୍ତ ଶ୍ରେୟ ନବୀନଙ୍କୁ ଦେଇଛନ୍ତି ରାନୀ ରାମପାଲ ।

'ସମସ୍ତ ସହଯୋଗ ପାଇଁ ନବୀନ ସାରଙ୍କୁ ଧନ୍ୟବାଦ'

ସୋସିଆଲ ମିଡିଆ ଭିଡିଓ ସେୟାର କରି ରାନୀ ରାମପାଲ କହିଛନ୍ତି ଯେ, "ଆଜି ସାରା ବିଶ୍ବରେ ଭରତୀୟ ମହିଳା ହକି ଦଳକୁ ଏକ ଶକ୍ତିଶାଳୀ ଦଳ ଭାବରେ ବିବେଚନା କରାଯାଉଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଏସବୁ ସମ୍ଭବ ହୋଇ ପାରିଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ଆମକୁ ଏକ ପ୍ଲାଟଫର୍ମ ଯୋଗାଇ ଦେଲେ ଯାହା ଦ୍ବାରା ଆମେ ନିଜକୁ ପ୍ରମାଣିତ ସୁଯୋଗ ପାଇଲୁ । ଆଜି ଜାତୀୟ ମହିଳା ହକି ଦଳ ପୁରୁଷ ହକି ଦଳ ସହ ଏକ ବିଶ୍ବସ୍ତର ପ୍ରତିଯୋଗିତାରେ ନେଇ ଦେଶ ପାଇଁ ଗର୍ବ ଗୌରବ ଆଣିବାକୁ ଚେଷ୍ଟା କରିଥିଲା । ବର୍ତ୍ତମାନ ଆମ ପାଖରେ ସଫଳତା ହାସଲ କରିବା ପାଇଁ ସମସ୍ତ ପ୍ରକାର ସାଧନ ଅଛି । ଏଥିପାଇଁ ମୁଁ ଜାତୀୟ ମହିଳା ହକି ଦଳ ତରଫରୁ ନବୀନ ସାରଙ୍କୁ ଧନ୍ୟବାଦ ଦେଉଛି । ଏହା ଆରମ୍ଭ ମାତ୍ର, ଆଶା କରୁଛୁ ଆଗକୁ ଆମେ ଏଭଳି ଭାବରେ ଗୌରବାନ୍ବିତ କରି ପାରିବୁ ।"

କାଂସ୍ୟ ପଦକ ପାଇଁ ଭାରତ ଶକ୍ତିଶାଳୀ ଗ୍ରେଟବ୍ରିଟେନ ସହ ପ୍ରତିଦ୍ବନ୍ଦିତା କରିଥିଲେ । ତେବେ ଏହି ମ୍ୟାଚରେ ଭାରତକୁ ୪-୩ଗୋଲରେ ପରାଜିତ ହେବାକୁ ପଡ଼ିଥିଲା । ଏହାପରେ ନବୀନ ପଟ୍ଟନାୟକ ମହିଳା ହକି ଦଳ ସହ କଥା ହେବା ସହ ସେମାନଙ୍କୁ ଅଗଷ୍ଟ ୧୭ ତାରିଖରେ ଓଡ଼ିଶା ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି । ଏହାପରେ ରାନୀ ରାମପାଲ ଭିଡିଓ ସେୟାର କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.